ETV Bharat / state

ମଧ୍ୟାହ୍ନ ଭୋଜନ ଖାଇ 19 ଛାତ୍ରଛାତ୍ରୀ ଅସୁସ୍ଥ, ଚିକିତ୍ସା ପରେ ସ୍ବାସ୍ଥ୍ୟବସ୍ଥା ସ୍ଥିର

author img

By

Published : Aug 9, 2019, 2:59 PM IST

ଗୁରୁବାର ମଧ୍ୟାହ୍ନ ଭୋଜନ ଖାଇ ଭଦ୍ରକର ତିହିଡି ବ୍ଲକ ଅଧିନସ୍ଥ ଚାରିତରଫା ୟୁଜି ୟୁପି ବିଦ୍ୟାଳୟର 19 ଜଣ ଛାତ୍ରଛାତ୍ରୀଙ୍କ ଅସୁସ୍ଥ ହୋଇଛନ୍ତି । ଆଜି ସକାଳେ ସେମାନଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ହେବାରୁ ତାଙ୍କୁ ଚିକିତ୍ସା ପାଇଁ ଭଦ୍ରକ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଏବେ ସେମାନଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ଥିବା ସୂଚନା ରହିିଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭଦ୍ରକ

ଭଦ୍ରକ: ଭଦ୍ରକ ତିହିଡି ବ୍ଲକ ଚାରିତରଫା ୟୁଜି ୟୁପି ବିଦ୍ୟାଳୟରେ ଅଘଟଣ । ମଧ୍ୟାହ୍ନ ଭୋଜନ ଖାଇ 19 ଜଣ ଛାତ୍ରଛାତ୍ରୀ ଅସୁସ୍ଥ ହୋଇଛନ୍ତି । ଅସୁସ୍ଥ ଛାତ୍ରଛାତ୍ରୀଙ୍କୁ ଚିକିତ୍ସା ପାଇଁ ଭଦ୍ରକ ମେଡିକାଲରେ ଭର୍ତ୍ତି କରାଯାଇଛି ।

ଗତକାଲି ୟୁଜି ୟୁପି ବିଦ୍ୟାଳୟର ଛାତ୍ରଛାତ୍ରୀ ମଧ୍ୟାହ୍ନ ଭୋଜନ ଖାଇଥିଲେ । କିଛି ଛାତ୍ରଛାତ୍ରୀ ମଧ୍ୟାହ୍ନ ଭୋଜନ ଖାଇବା ପରେ ଭାତରେ ମୂଷା ପଡିଥିବା ଦେଖିଥିଲେ । ଫଳରେ ଅବଶିଷ୍ଟ ଖାଦ୍ୟକୁ ଆଉ କେହି ଖାଇନଥିଲେ । ହେଲେ ଆଜି ସକାଳେ 19 ଜଣ ଛାତ୍ରଛାତ୍ରୀଙ୍କ ପେଟ କାଟିବାକୁ ଲାଗିଥିଲା । ପିଲାମାନେ ଅସୁସ୍ଥ ହେଉଥିବା ଦେଖି ସ୍କୁଲ ଶିକ୍ଷକ ଓ ଅଭିଭାବକ ସେମାନଙ୍କୁ ଭଦ୍ରକ ଡାକ୍ତରଖାନାରେ ଭର୍ତ୍ତି କରାଇଥିଲେ । ଚିକିତ୍ସା ପରେ ଛାତ୍ରଛାତ୍ରୀଙ୍କ ଅବସ୍ଥା ସ୍ଥିର ଥିବା ଜଣାପଡିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭଦ୍ରକ

ସେପଟେ ମେଡିକାଲରେ ଭଦ୍ରକ ଉପଜିଲ୍ଲାପାଳ ପହଞ୍ଚି ଛାତ୍ରଛାତ୍ରୀଙ୍କ ସ୍ବାସ୍ଥ୍ୟବସ୍ଥା ସମ୍ପର୍କରେ ପଚାରି ବୁଝିଥିଲେ । ତଦନ୍ତ ପରେ ଘଟଣାର ସତ୍ୟାତା ଜଣାପଡିବ ବୋଲି ଉପଜିଲ୍ଲାପାଳ କହିଛନ୍ତି ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

Intro:ମଧ୍ୟାହ୍ନ ଭୋଜନ ଖାଇ ଛାତ୍ର ଛାତ୍ରୀ ଅସୁସ୍ଥ। ଭଦ୍ରକ ମେଡିକାଲ ରେ ଭର୍ତ୍ତି। Body:ମଧ୍ୟାହ୍ନ ଭୋଜନ ଖାଇ ଛାତ୍ର ଛାତ୍ରୀ ଅସୁସ୍ଥ। ଭଦ୍ରକ ମେଡିକାଲ ରେ ଭର୍ତ୍ତି। ସୂଚନା ଅନୁଯାୟୀ ଜିଲ୍ଲା ଭଦ୍ରକ ତିହିଡି ବ୍ଲକ ଚାରିତରଫ ୟୁ ଜି ୟୁ ପି ବିଦ୍ୟାଳୟ ରେ ଗତକାଲି ଛାତ୍ର ଛାତ୍ରୀ ମାନେ ମଧ୍ୟାହ୍ନ ଭୋଜନ ଖାଇଥିଲେ। ସେମାନେ ପରେ ମଧ୍ୟାହ୍ନ ଭୋଜନରେ ମୂଷା ପଡିଥିବା ଦେଖିଥିଲେ। ଫଳରେ ଆଉ ସେମାନେ ଅବଶିଷ୍ଟ ଖାଦ୍ୟ ଖାଇ ନଥିଲେ। ହେଲେ ଆଜି 19 ଜଣ ଛାତ୍ର ଛାତ୍ରୀ ଙ୍କର ପେଟ କାଟିବାକୁ ଲାଗିଥିଲା। ପିଲାମାନେ ଅସୁସ୍ଥତା ହେବା ଯୋଗୁଁ ସ୍କୂଲ ଶିକ୍ଷକ ଏବଂ ଅଭିଭାବକ ମାନେ ଭଦ୍ରକ ଡାକ୍ତର ଖାନା ଆଣିଥିଲେ। ବର୍ତମାନ ପିଲାମାନଙ୍କ ଅବସ୍ଥା ସ୍ଥିର ଥିବା ବେଳେ, ଭଦ୍ରକ ଉପଜ଼ିଲ୍ଲାପାଳ ମେଡିକାଲ କୁ ଆସି ଅସୁସ୍ଥ ଛାତ୍ର ଛାତ୍ରୀ ଙ୍କ ସ୍ୱାସ୍ଥ୍ୟ ବସ୍ଥା ପଚାରି ବୁଝିଛନ୍ତି।
Bite_1 : ଭାସ୍କର ପଣ୍ଡା_ଅସୁସ୍ଥ ଛାତ୍ର
Bite_2 : ମୁକ୍ତିକାନ୍ତ ପ୍ରଧାନ_ଅସୁସ୍ଥ ଛାତ୍ର
Bite_3 : ପିତାମ୍ବର ସାମଲ_ଉପଜିଲ୍ଲାପାଳConclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.