ETV Bharat / state

ଭୋଜି ଖାଇ 14 ଅସୁସ୍ଥ - ଗଣମାଧ୍ୟମ ପ୍ରତିନିଧିଙ୍କୁ ଦୁର୍ବ୍ୟବହାର

ଭୋଜି ଖାଇ ୧୪ ଅସୁସ୍ଥ ମେଡିକାଲରେ ଭର୍ତ୍ତି। ଗଣମାଧ୍ୟମ ପ୍ରତିନିଧିଙ୍କୁ ଦୁର୍ବ୍ୟବହାର କଲେ ଆୟୋଜକ। ଅଧିକ ପଢ଼ନ୍ତୁ...

14 patients were admitted to the hospital,  14 fall ill having food in a banquet,  ଭୋଜି ଖାଇ ୧୪ ଅସୁସ୍ଥ , ୧୪ ଅସୁସ୍ଥ ମେଡିକାଲରେ ଭର୍ତ୍ତି, ଗଣମାଧ୍ୟମ ପ୍ରତିନିଧିଙ୍କୁ ଦୁର୍ବ୍ୟବହାର, ଭଦ୍ରକ ଜିଲ୍ଲାର ସୁନ୍ଦରପୁର ଗାଁ
ଭୋଜି ଖାଇ 14 ଅସୁସ୍ଥ
author img

By

Published : Jul 16, 2021, 9:17 PM IST

ଭଦ୍ରକ: ଜିଲ୍ଲାର ଧୁଷୁରୀ ଥାନା ଅନ୍ତର୍ଗତ ସୁନ୍ଦରପୁର ଗାଁରେ ଜଗନ୍ନାଥଙ୍କ ପୂଜା ନାଁରେ ଲୋକଙ୍କୁ ରୁଣ୍ଡ କରି ଭଜନ କୀର୍ତ୍ତନ କରିବା ସହ ଏକ ଭୋଜିର ଆୟୋଜନ କରାଯାଇଥିଲା। ଯାହାର ଆୟୋଜନ କରିଥିଲେ ଜଣେ ସ୍ଥାନୀୟ ମହିଳା। ତେବେ ଏହି ଭୋଜି ଖାଇବା ପରେ କିଛି ଲୋକ ଅସୁସ୍ଥ ଅନୁଭବ କରିବା ସହ ଝାଡାବାନ୍ତି ହୋଇଥିବା ଜଣାପଡିଛି ।

ଭୋଜି ଖାଇ 14 ଅସୁସ୍ଥ

ସମସ୍ତ ଅସୁସ୍ଥଙ୍କୁ ପ୍ରଥମେ ଆରଡି ସ୍ବାସ୍ଥ୍ୟ କେନ୍ଦ୍ରକୁ ସ୍ଥାନାନ୍ତରିତ କରାଯାଇଥିଲା ପରେ ସେମାନଙ୍କ ସ୍ବାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ସମସ୍ତଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିଲା।

ତେବେ କୋରୋନା କଟକଣାକୁ ଅବମାନନା କରି ଜଗନ୍ନାଥଙ୍କ ପୂଜା ନାଁରେ ଭୋଜି ଆୟୋଜନ କରିଥିବା ମହିଳା ଜଣକ ଖବର ସଂଗ୍ରହ କରିବାକୁ ଯାଇଥିବା ଗଣମାଧ୍ୟମ ପ୍ରତିନିଧିଙ୍କ କ୍ୟାମେରା ଛଡାଇବାକୁ ଉଦ୍ୟମ କରିଥିଲେ। ବର୍ତ୍ତମାନ ସମସ୍ତ ଅସୁସ୍ଥଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ଥିବା ଜଣାପଡିଛି।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.