ଭଦ୍ରକ: ଦୈସିଂ ପଞ୍ଚାୟତର ଚଢ଼େୟା ଗ୍ରାମର ଗଜେନ୍ଦ୍ର ଜେନାଙ୍କ ଘରେ ଭଦ୍ରକ ଯୋଗାଣ ବିଭାଗ ଚଢାଉ କରି ବେଆଇନ ଭାବେ ଗଚ୍ଛିତ ଥିବା 138 ବସ୍ତା ପିଡିଏସ ଚାଉଳ ଜବତ କରିଛି । ଏତେ ସଂଖ୍ୟକ ସରକାରୀ ଚାଉଳ କେଉଁଠାରୁ ଓ କେମିତି ଜଣକ ଘରେ ରହିଲା ତାକୁ ନେଇ ଉଠିଛି ପ୍ରଶ୍ନ। ହେଲେ ଏନେଇ ଯୋଗାଣ ବିଭାଗ ପକ୍ଷରୁ କୌଣସି ପ୍ରତିକ୍ରିୟା ପ୍ରକାଶ କରାଯାଇନାହିଁ। ବିଶ୍ବସ୍ତ ସୂତ୍ରରୁ ଖବରପାଇ ଭଦ୍ରକ ଯୋଗାଣ ବିଭାଗ ଏହି ଚଢାଉ କରିଛି ।
ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ