ETV Bharat / state

1350 ଲିଟର ରନ୍ଧା ମଦ ଜବତ, ଜଣେ ଗିରଫ - liquor

ଭଦ୍ରକ ଜିଲ୍ଲା ଆଗରପଡା ବଜାରରେ ଅବକାରୀ ବିଭାଗ ପକ୍ଷରୁ ଚଢାଉ କରାଯାଇ 1350 ଲିଟର ରନ୍ଧା ମଦ ଜବତ ସହିତ ଜଣଙ୍କୁ ଗିରଫ କରିଛି ପୋଲିସ । ଅଧିକ ପଢନ୍ତୁ...

ରନ୍ଧା ମଦ ଜବତ,ଜଣେ ଗିରଫ
ରନ୍ଧା ମଦ ଜବତ,ଜଣେ ଗିରଫ
author img

By

Published : Feb 3, 2021, 8:54 AM IST

ଭଦ୍ରକ: ଅବକାରୀ ବିଭାଗକୁ ସଫଳତା । ଭଦ୍ରକ ଜିଲ୍ଲା ଆଗରପଡା ବଜାରରେ ଅବକାରୀ ବିଭାଗ ପକ୍ଷରୁ ଚଢାଉ କରାଯାଇ 1350 ଲିଟର ରନ୍ଧା ମଦ ଜବତ ସହିତ ଜଣଙ୍କୁ ଗିରଫ କରିଛି ପୋଲିସ ।

1350 ଲିଟର ରନ୍ଧା ମଦ ଜବତ

ସୂଚନାନୁସାରେ, ରନ୍ଧା ମଦ କାରବାର ଦେଉଥିବା ପୋଲିସ ବିଶେଷ ସୁତ୍ରରୁ ଖବର ପାଇଥିଲା । ଏ ନେଇ ଭଦ୍ରକ ଜିଲ୍ଲାପାଳ ଜ୍ଞାନ ଦାସଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ଅବକାରୀ ନିରୀକ୍ଷକ ଧନେଶ୍ବର ବରାଡ଼ଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଏକ ସ୍ବତନ୍ତ୍ର ଦଳ ଗଠନ ହୋଇଥିଲା । ମଙ୍ଗଳବାର ଦଳ ପକ୍ଷରୁ ଚଢାଉ ହୋଇଥିଲା । ଚଢାଉରେ 1350 ଲିଟର ରନ୍ଧା ମଦ ଜବତ ହୋଇଛି । ଏହା ସହ ଘଟଣାରେ ବରହମପୁର ଗ୍ରାମର ନବକିଶୋର ବେହେରାକୁ ଗିରଫ କରାଯାଇଛି।

ଜବତ ରନ୍ଧା ମଦର ଆନୂମାନିକ ମୂଲ୍ୟ 2ଲକ୍ଷରୁ ଅଧିକ ହେବ ବୋଲି ଅବକାରୀ ବିଭାଗ ପକ୍ଷରୁ ଜଣାପଡିଛି । ଏହି ଚଢାଉରେ ଏସ୍‌.ଆଇ ସନ୍ତୋଷ କୁମାର ବଳ, ଏ.ଏସ୍‌.ଆଇ ନନ୍ଦୁ ନାୟକ ଓ ସନ୍ତୋଷ ଦାସ, କନେଷ୍ଟବଳ ରମେଶ ନାୟକ ପ୍ରମୁଖ ସାମିଲ ଥିଲେ । ଏ ନେଇ ଅବକାରୀ ବିଭାଗ ପକ୍ଷରୁ କେସ ନଂ: ୩୭/୨୦-୨ରେ ଏକ ମାମଲା ରୁଜୁ କରାଯାଇଛି।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.