ETV Bharat / state

ସାଳନ୍ଦୀକୁ ଧସିଲା 100 ଫୁଟର ସୁରକ୍ଷାବନ୍ଧ, ଗାଁ ଛାଡିଲେ ଲୋକେ - ଭଦ୍ରକ ସାଳନ୍ଦୀ ସୁରକ୍ଷାବନ୍ଧ ଧଶିବା ଖବର

ସାଳନ୍ଦୀ ନଦୀକୁ ଧଶିଲା 100 ଫୁଟର ସୁରକ୍ଷାବନ୍ଧ । ଭୟରେ ଘର ଛାଡିଲେ ସ୍ଥାନୀୟ ଲୋକେ । ଅଧିକ ପଢନ୍ତୁ

ସାଳନ୍ଦୀ ନଦୀକୁ ଧଶିଲା 100 ଫୁଟର ସୁରକ୍ଷାବନ୍ଧ, ଗାଁ ଛାଡିଲେ ଲୋକେ

author img

By

Published : Feb 5, 2022, 7:51 PM IST

ଭଦ୍ରକ: ସାଳନ୍ଦୀ ନଦୀକୁ ଧଶିଲା 100 ଫୁଟର ସୁରକ୍ଷାବନ୍ଧ । ଭୂସ୍ଖଳନ ଘଟି 3 ରୁ 4 ଫୁଟର ଫାଟ ସୃଷ୍ଟି ହୋଇଥିବା ସୂଚନା । ଅଳ୍ପକେ ବର୍ତ୍ତି ଯାଇଛନ୍ତି 6 ପରିବାର ଓ ଗୃହପାଳିତ ପଶୁ । ଭୟରେ ଘର ଛାଡିଲେ ସ୍ଥାନୀୟ ଲୋକେ ।

ସାଳନ୍ଦୀ ନଦୀକୁ ଧଶିଲା 100 ଫୁଟର ସୁରକ୍ଷାବନ୍ଧ, ଗାଁ ଛାଡିଲେ ଲୋକେ

ଖବର ଅନୁଯାୟୀ ଭଦ୍ରକ ଜିଲ୍ଲା ଆରଡି ପୀଠ ନିକଟସ୍ଥ ଶୀତଳପୁର ଗାଁ ଦେଇ ପ୍ରବାହିତ ହେଉଥିବା ସାଳନ୍ଦୀ ନଦୀ କୂଳ ଲଙ୍ଘିଛି । ଫଳରେ ସୁରକ୍ଷାବନ୍ଧ ନଦୀ ମଧ୍ଯକୁ ଧସିଯିବାରୁ ନଦୀ କୂଳରେ ଥିବା 6 ବଖରା ଘର ଭୂସ୍ଖଳନ ଘଟି 3 ରୁ 4 ଫୁଟ ଦବିଯିବା ସହ ବଡ ଫାଟ ସୃଷ୍ଟିି ହୋଇଛି । ସମ୍ପୃକ୍ତ ପରିବାର ଲୋକେ ଆସବାବପତ୍ର ଛାଡି ଛୁଆ ପିଲାଙ୍କୁ ଧରି ଗାଁ ମଧ୍ଯକୁ ଯାଇ ଆଶ୍ରୟ ନେଇଛନ୍ତି । ସେପଟେ ଗୁହାଳ ଘରେ ମଧ୍ୟ ସମାନ ଅବସ୍ଥା ଘଟିବାରୁ ଗୋରୁଗାଈଙ୍କୁ ଫିଟାଇ ଦେଇଛନ୍ତି ଗ୍ରାମବାସୀ ।

ନଦୀର ଅନ୍ଯ ସ୍ଥାନରେ ସୁରକ୍ଷାବନ୍ଧର ଏବେ ବଡ ଫାଟ ହେବାରେ ଲାଗିଛି । ଏହି ବନ୍ଧ ଦେଇ ଦୈନନ୍ଦିନ ଗାଁ ଲୋକ ବିଭିନ୍ନ କାର୍ଯ୍ଯ ପାଇଁ ଯାତାୟତ କରୁ ଥିବାବେଳେ ଛାତ୍ରଛାତ୍ରୀ ମଧ୍ୟ ସ୍କୁଲ୍ ଯାଇଥାନ୍ତି । ଅନେକ ସମୟରେ ଏହି ନଦୀବନ୍ଧରେ କୁମ୍ଭୀର ଶୋଇଥିବା ଦେଖିବାକୁ ପାଇଛନ୍ତି ଗ୍ରାମବାସୀ । ଏବେ ବନ୍ଧ ନଦୀକୁ ଧଶିଯିବାରୁ ଗାଁ ଲୋକେ ଆତଙ୍କିତ ହୋଇପଡିଛନ୍ତି । ନଦୀବନ୍ଧର ମରାମତି ଆଳରେ ପ୍ରତିବର୍ଷ ଲକ୍ଷାଧିକ ଟଙ୍କା ବ୍ଯୟବରାଦ ହେଉଥିଲେ ମଧ୍ଯ ବିଭାଗୀୟ ଅଧିକାରୀଙ୍କ ଅଣଦେଖା ଓ ଠିକ କାର୍ଯ୍ଯକାରୀ ହେଉନଥିବାରୁ ବାରମ୍ବାର ଏହିି ସ୍ଥାନରେ ନଦୀବନ୍ଧ ଧସୁଥିବା ଅଭିଯୋଗ ହୋଇଛି ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.