ETV Bharat / state

ଜଳିଗଲା 10 ବଖରା ଘର, 2 ପରିବାର ସର୍ବସ୍ବାନ୍ତ

ଭଦ୍ରକ ଜିଲ୍ଲା ଵନ୍ତ ଵ୍ଲକ ଓଡଙ୍ଗ ପଞ୍ଚାୟତରେ ଭୟାବହ ଅଗ୍ନିକାଣ୍ଡରେ ଦୁଇ ପରିବାରର 10 ବଖରା ଘର ଜଳି ପାଉଁଶ । ଅଧିକ ପଢନ୍ତୁ...

author img

By

Published : Mar 16, 2021, 7:05 PM IST

ଜଳିଗଲା 10 ବଖରା ଘର, 2 ପରିବାର ସର୍ବସ୍ବାନ୍ତ
ଜଳିଗଲା 10 ବଖରା ଘର, 2 ପରିବାର ସର୍ବସ୍ବାନ୍ତଜଳିଗଲା 10 ବଖରା ଘର, 2 ପରିବାର ସର୍ବସ୍ବାନ୍ତ

ଭଦ୍ରକ: ଅଗ୍ନିକାଣ୍ଡରେ ଜଳିଗଲା 10 ଵଖରା ଘର । ଏହି ଅଭାବନୀୟ ଘଟଣା ଘଟିଛି ଭଦ୍ରକ ଜିଲ୍ଲା ଵନ୍ତ ଵ୍ଲକ ଓଡଙ୍ଗ ପଞ୍ଚାୟତରେ । ଜଳିଯାଇଥିବା ଘର ଦୁଇ ଭାଇଙ୍କର ବୋଲି ଜଣାପଡିଛି । ଅଗ୍ନିକାଣ୍ଡର କାରଣ ଏଯାଏଁ ଜଣା ପଡିନଥିବାବେଳେ ସଟସର୍କିଟରୁ ଅଗ୍ନିକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି ।

ଜଳିଗଲା 10 ବଖରା ଘର, 2 ପରିବାର ସର୍ବସ୍ବାନ୍ତ

ଖବର ଅନୁଯାୟୀ ଗ୍ରାମର ଧନଶ୍ବେର ମହୁରୀ ଓ ପୁନିଆ ମହୁରୀଙ୍କର ଘରେ ହଠାତ କୌଣସି କାରଣରୁ ନିଆଁ ଲାଗିଯାଇଥିଲା । ଦେଖୁ ଦେଖୁ 10 ବଖରା ଘର ସମ୍ପୂର୍ଣ୍ଣ ଭସ୍ମୀଭୂତ ହୋଇଯାଇଥିଲା । ଘରେ ଥିବା ସମସ୍ତ ଆସବାବପତ୍ର ଓ ଧାନ, ଚାଉଳ, ଘର କରଣା ଜିନିଷ ପୋଡି ପାଉଁଶ ହୋଇଯାଇଛି । କିଛି ବି ଉଦ୍ଧାର କରିବା ସମ୍ଭବ ହୋଇ ପାରିନାହିଁ । ନିଆଁର ପ୍ରକୋପ ଏପରି ଥିଲା ଯେ ଗାଁ ଲୋକେ ନିଆଁକୁ ଆୟତ୍ତ କରିବା ପାଇଁ ସାହସ କରିପାରି ନଥିଲେ । ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିବାରୁ ନିଆଁ ଅନ୍ୟ ଘରକୁ ବ୍ୟାପି ନଥିଲା । ଏହି ଅଗ୍ନିକାଣ୍ଡରେ ଦୁଇଟି ପରିବାର ସର୍ବସ୍ଵାନ୍ତ ହୋଇଯାଇଛନ୍ତି । ତେବେ ବିଦ୍ୟୁତ ସର୍ଟସର୍କିଟରୁ ଏହି ଅଗ୍ନିକାଣ୍ଡ ଘଟିଥାଇପାରେ ବୋଲି ପ୍ରାଥମିକ ଭାବେ ଅନୁମାନ କରାଯାଉଛି ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.