ETV Bharat / state

ଭଦ୍ରକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ୧ ମୃତ, ୨ ଗୁରୁତର

author img

By

Published : Jun 1, 2022, 8:23 PM IST

ଭଦ୍ରକ ୧୬ ନମ୍ବର ଜାତୀୟ ରାଜପଥରେ ମର୍ମନ୍ତୁଦ ଦୁର୍ଘଟଣା । ପାଣି ଟ୍ୟାଙ୍କର(ଟ୍ରକ)କୁ ଧକ୍କା ଦେଲା କାର । ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୨ ଗୁରୁତର । ସମସ୍ତ ୩ଜଣ ଜଳେଶ୍ବର ଅଞ୍ଚଳର ହୋଇଥିବା ସୂଚନା ମିଳିଛି । ଅଧିକ ପଢ଼ନ୍ତୁ

ଭଦ୍ରକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ୧ ମ଼ତ, ୨ ଗୁରୁତର

ଭଦ୍ରକ: ପାଣି ଟ୍ୟାଙ୍କରକୁ ଧକ୍କା ଦେଲା କାର । ଦୁର୍ଘଟଣାରେ ଜଣେ ମୃତ, ୨ ଗୁରୁତର । ମୃତକ ହେଲେ ଜଳେଶ୍ବର ଅଞ୍ଚଳର ମହାରାଣୀ ପ୍ରଧାନ । ଭଦ୍ରକ ଜିଲ୍ଲା ଦେଇ ଯାଇଥିବା ୧୬ ନମ୍ବର ଜାତୀୟ ରାଜପଥର ଚରମ୍ପା ନିକଟରେ ଦୁର୍ଘଟଣା ।

ସୂଚନା ଅନୁଯାୟୀ, ୧୬ ନମ୍ବର ଜାତୀୟ ରାଜପଥରେ ଦ୍ରୁତ ଗତିରେ ଆସୁଥିବା ଏକ କାର ଚରମ୍ପା ନିକଟରେ ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଥିବା ପାଣି ଟ୍ୟାଙ୍କର(ଟ୍ରକ)କୁ ପଛପଟୁ ଧକ୍କା ଦେଇଥିଲା । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି କାର ମଧ୍ୟରୁ ୩ ଜଣଙ୍କୁ ଉଦ୍ଧାର କରି ଗୁରୁତର ଅବସ୍ଥାରେ ଭଦ୍ରକ ମେଡିକାଲରେ ଭର୍ତ୍ତି କରିଥିଲେ । ତେବେ ସେଠାରେ ମହାରାଣୀ ପ୍ରଧାନଙ୍କର ମୃତ୍ୟୁ ହୋଇଥିବାବେଳେ ଅନ୍ୟ ୨ଜଣ ଚିକିତ୍ସାଧିନ ଅଛନ୍ତି । ମୃତକଙ୍କ ସମେତ ସମସ୍ତ ୩ଜଣ ଜଳେଶ୍ବର ଅଞ୍ଚଳର ବୋଲି ସୂଚନା ମିଳିଛି ।

ଇଟିଭି ଭାରତ, ଭଦ୍ରକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.