ETV Bharat / state

ବାରବଖରା ଜଳପ୍ରପାତରେ ଅଘଟଣ, ଗାଧୋଇବା ବେଳେ ଖସି ପଡି ଯୁବକ ମୃତ - ଝରଣାରେ ଗାଧୋଇବା ବେଳେ ଖସି ପଡି ଯୁବକ ମୃତ

ବାରବଖରା ଜଳପ୍ରପାତରେ ଗାଧୋଇବା ବେଳେ ଖସି ପଡି ଯୁବକ ମୃତ । ଅଧିକ ପଢନ୍ତୁ

ବାରବଖରା ଜଳପ୍ରପାତରେ ଅଘଟଣ
ବାରବଖରା ଜଳପ୍ରପାତରେ ଅଘଟଣ
author img

By

Published : Jun 30, 2023, 9:36 AM IST

ବରଗଡ଼: ପୁଣି ମୁଣ୍ଡ ନେଲା ବାରବଖରା ଜଳପ୍ରପାତ । ଝରଣାରେ ଗୋଧାଉଥିବା ବେଳେ ଖସି ପଡି ଯୁବକ ମୃତ । ମୃତକ ବରଗଡ ଜିଲ୍ଲା ଗୋବିନ୍ଦପାଲି ଅଞ୍ଚଳର ୨୫ ବର୍ଷୀୟ ଟୁନା ବେହେରା । ସେ ଗତ ବୁଧବାର ଦିନ ନିଜ ସାଙ୍ଗମାନଙ୍କ ସହ ବରଗଡ଼ ଜିଲ୍ଲାର ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ବାରବଖରା ବୁଲିବାକୁ ଆସିଥିଲେ । ଟୁନା ଝରଣାରେ ଗାଧୋଉଥିବା ସମୟରେ ଅସାବଧାନତା ବଶତଃ ଖସି ପଡି ନିଖୋଜ ହୋଇଯାଇଥିଲେ । ଅଗ୍ନିଶମ କର୍ମଚାରୀ ଦୀର୍ଘ ଘଣ୍ଟା ଧରି ଖୋଜାଖୋଜି କରିବା ପରେ ଗୁରୁବାର ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି ।

ସୂଚନା ଅନୁଯାୟୀ, ଗୋବିନ୍ଦପାଲିର ଟୁନା ବେହେରା ତାଙ୍କ ଦୁଇ ଜଣ ସାଙ୍ଗ ସହିତ ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ବାରବଖରା ପର୍ଯ୍ୟଟନ ସ୍ଥଳକୁ ବୁଲିବାକୁ ଯାଇଥିଲେ l ଘରୁ ଏକ ସ୍କୁଟିରେ ତିନି ସାଙ୍ଗ ବାହାରିଥିଲେ । ଜଙ୍ଗଲରେ ବୁଲିବା ସହିତ ମଉଜ ମଜଲିସ କରିଥିଲେ ଏବଂ ବାରବଖରା ଝରଣାରେ ଗାଧୋଇବାର ମଜା ନେଉଥିଲେ । କିଛି ଦିନ ହେଲା ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ଏହି ଝରଣାରେ ପ୍ରବଳ ଚାପରେ ପାଣି ବହୁଥିଲା । ଯେଉଁ କାରଣରୁ ତିନି ସାଙ୍ଗ ଗାଧୋଉଥିବା ସମୟରେ ହଠାତ୍ ଟୁନାଙ୍କ ଗୋଡ଼ ଖସି ଯାଇଥିଲା । ସେ ଝରଣାର ପ୍ରଖର ସ୍ରୋତରେ ଭାସିଯାଇ ୨୦ ଫୁଟ ତଳକୁ ପଥର ଉପରେ କଚାଡି ହୋଇପଡିଥିଲେ । ସ୍ଥାନୀୟ ଲୋକଙ୍କ ସହାୟତାରେ ଅନ୍ୟ ଦୁଇ ସାଙ୍ଗ ଯୁବକଙ୍କୁ ଖୋଜାଖୋଜି କରିଥିଲେ । ହେଲେ ଟୁନାଙ୍କୁ ନପାଇବାରୁ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ ।

ଖବର ପାଇ ଅଗ୍ନିଶମ ବିଭାଗ କର୍ମଚାରୀ ଜଳପ୍ରପାତ ନିକଟରେ ପହଞ୍ଚି ଖୋଜାଖୋଜି ଚଳାଇଥିଲେ । ଖବର ପାଇ ଟୁନାଙ୍କ ପରିବାର ଲୋକେ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଥିଲେ । ରାତିସାରା ଖୋଜାଖୋଜି କରିବା ପରେ ମଧ୍ୟ ଯୁବକଙ୍କ ପତ୍ତା ମିଳିନଥିଲା । ପରେ ଝରଣାର ଉପର ମୁଣ୍ଡରେ ଅଗ୍ନିଶମ ବିଭାଗ ପାଣିର ସ୍ରୋତକୁ କମ କରିବାକୁ ପ୍ରୟାସ କରିଥିଲେ ଏବଂ ଗୁରୁବାର ସକାଳୁ ପୁଣି ଖୋଜାଖୋଜି କରିଥିଲେ । ଶେଷରେ ଟୁନାଙ୍କ ମୃତଦେହ ଏକ ପଥର କଡରେ ଲାଗି ରହିଥିବା ଦେଖିବାକୁ ମିଳିଥିଲା । ତାଙ୍କ ମୁହଁ ଓ ଦେହରେ ଗଭୀର ଆଘାତ ଚିହ୍ନ ରହିଥିଲା ।

ଏହାମଧ୍ୟ ପଢନ୍ତୁ: Double Murder In Digapahandi: ଦୁର୍ବୃତ୍ତଙ୍କ ନୃଶଂସ କାଣ୍ଡ, ହତ୍ୟା ପରେ 2 ଜଣଙ୍କୁ ପୋଡି ଦେଲେ

ଅଗ୍ନିଶମ ବିଭାଗ ବହୁ କଷ୍ଟରେ ପାହାଡ ଉପରୁ ତଳକୁ ଷ୍ଟ୍ରେଚର ସାହାଯ୍ୟରେ ମୃତଦେହ ଉଦ୍ଧାର କରିଥିଲେ । ଏହାପରେ ବରଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ । ଡାକ୍ତର ମଧ୍ୟ ସେଠାରେ ଟୁନାଙ୍କୁ ମୃତ ଘୋଷଣା କରିଥିଲେ । ତେବେ ପ୍ରତିବର୍ଷ ଏହି ଜଳପ୍ରପାତରେ ଅଘଟଣ ଘଟି ଚାଲିଛି । ପୂର୍ବରୁ ଅନେକ ଥର ବାରବଖରା ଝରଣାରେ ନିରୀହ ଜୀବନ ଚାଲିଯାଇଛି । ଏତେ ପରେ ବି ପ୍ରଶାସନ କାହିଁକି ଏ ଯାଏଁ ଏଠାରେ ପର୍ଯ୍ୟଟକଙ୍କ ସୁରକ୍ଷା ପାଇଁ କୌଣସି ବ୍ୟବସ୍ଥା କରିନାହିଁ ସେନେଇ ପ୍ରଶ୍ନ ଉଠିଛି ।

ଇଟିଭି ଭାରତ, ବରଗଡ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.