ETV Bharat / state

ହଜିଗଲା ମାନବିକତା, ବାଇକ ଚୋରି ସନ୍ଦେହରେ ଯୁବକଙ୍କୁ ପିଟିପିଟି ହତ୍ୟା

ହଜିଗଲା ମାନବିକତା । ବାଇକ ଚୋରି ସନ୍ଦେହରେ ଯୁବକଙ୍କୁ ପିଟିପିଟି ମାରିଦେଲେ । ବାଇକ ଚୋରି ସନ୍ଦେହରେ ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ । ଠେଙ୍ଗାରେ ପିଟିପିଟି ଯୁବକଙ୍କ ଜୀବନ ନେଇଗଲେ ଗ୍ରାମବାସୀ । ଅଧିକ ପଢନ୍ତୁ

author img

By

Published : Nov 7, 2022, 10:12 PM IST

ବାଇକ ଚୋରି ସନ୍ଦେହରେ ଯୁବକଙ୍କ ଜୀବନ ନେଇଗଲେ ଗ୍ରାମବାସୀ

ବରଗଡ: ହଜିଗଲା ମାନବିକତା । ବାଇକ ଚୋରି ସନ୍ଦେହରେ ଯୁବକଙ୍କୁ ନିର୍ମମ ହତ୍ୟା । ବାଇକ ଚୋରି ସନ୍ଦେହରେ ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ । ଠେଙ୍ଗାରେ ପିଟିପିଟି ଯୁବକଙ୍କ ଜୀବନ ନେଇଗଲେ ଗ୍ରାମବାସୀ । ଏଭଳି ଦୁଃଖଦ ଘଟଣା ଘଟିଛି ବରଗଡ ଜିଲ୍ଲା ଅନ୍ତର୍ଗତ ବରପାଲି ଥାନା ଅଞ୍ଚଳରେ । ମୃତ ଯୁବକ ଜଣଙ୍କ ହେଉଛନ୍ତି ସୁବର୍ଣ୍ଣପୁର ଜିଲ୍ଲାର ଗଜବନ୍ଦ ଗ୍ରାମର 22 ବର୍ଷୀୟ ଯୋଗେଶ୍ଵର ମେହେର । ଏହି ଘଟଣାରେ ୯ ଜଣଙ୍କୁ ଥାନାରେ ଅଟକ ରଖି ତଦନ୍ତ ଚଳାଇଛି ପୋଲିସ ।

ମିଳିଥିବା ସୂଚନା ଅନୁଯାୟୀ, ବାଲିଟିକିରା ଗ୍ରାମର ରାଜେନ୍ଦ୍ର ଭୋଇଙ୍କ ପ୍ୟାସନ ପ୍ରୋ ବାଇକ କିଛି ଦିନ ତଳେ ଚୋରୀ ହୋଇଥିଲା । ଏନେଇ ସେ ବରପାଳି ଥାନାରେ ଅଭିଯୋଗ କରିଥିଲେ । ଏହି ବାଇକ ଚୋରିରେ ଯୋଗେଶ୍ଵର ମେହେରଙ୍କର ସମ୍ପୃକ୍ତି ଥିବା ନେଇ ସନ୍ଦେହ କରିଥିଲେ ରାଜେନ୍ଦ୍ର । ତେଣୁ ଯୋଗେଶ୍ଵର ମେହେରଙ୍କୁ ଆକ୍ରମଣ କରିବା ପାଇଁ ସେ ଚିନ୍ତା କରିଥିଲେ । ଏହାପରେ ଯୋଗେଶ୍ଵର ରାମପୁରରୁ ବରପାଲି ପାଟକୁ ଆସୁଥିବା ବେଳେ ବଲିଟିକିରା ଛକ ନିକଟରେ ରାଜେନ୍ଦ୍ର ଭୋଇ ଓ ଗ୍ରାମବାସୀ ତାଙ୍କୁ ଅଟକେଇ ଥିଲେ । ପରେ ସଂଘବଦ୍ଧ ଭାବେ ଯୋଗେଶ୍ଵରକୁ ଠେଙ୍ଗାରେ ମାଡ଼ ମାରିଥିଲେ । ଏହା ପରେ ଘଟଣାସ୍ଥଳରେ ଯୋଗେଶ୍ବରଙ୍କୁ ଗୁରୁତର ଅବସ୍ଥାରେ ଛାଡି ପଳାଇଥିଲେ ।

ଏହା ମଧ୍ୟ ପଢନ୍ତୁ-ବାଲିଯାତ୍ରାରେ ବାଲୁକା କଳା, ବୋଇତରେ ଲାଗିଛି ୨୫ ହଜାର ଦୀପ

ଫଳରେ ଯୁବକ ଜଣଙ୍କ ଲହୁଲୁହାଣ ହୋଇ ରାସ୍ତାରେ ପଡି ରହିଥିବା ଖବର ପାଇଥିଲା ବରପାଲି ପୋଲିସ । ପୋଲିସ ସଙ୍ଗେ ସଙ୍ଗେ ଘଟଣା ସ୍ଥଳରେ ପହଞ୍ଚି ଗୁରୁତର ଅବସ୍ଥାରେ ଯୁବକକୁ ଉଦ୍ଧାର କରି ବରପାଲି ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲା । ମାତ୍ର ଚିକିତ୍ସାଧୀନ ଅବସ୍ଥାରେ ଯୁବକଙ୍କର ମୃତ୍ୟୁ ହୋଇଥିବା ଡାକ୍ତର ସୂଚନା ଦେଇଥିଲେ । ଏହି ଘଟଣା ନେଇ ପୋଲିସ ତଦନ୍ତ ଆରମ୍ଭ କରିଥିବା ବେଳେ ସତ ସାମ୍ନାକୁ ଆସିଥିଲା ।

ବାଇକ ଚୋରି ସନ୍ଦେହରେ ଯୁବକଙ୍କୁ ଆକ୍ରମଣ କରାଯାଇଥିବା ପୋଲିସ ଜାଣିବାକୁ ପାଇଥିଲା । ପରେ ପୋଲିସ ଏହି ଘଟଣାରେ ଏକ ହତ୍ୟା ମାମାଲା ରୁଜୁ କରି 9 ଜଣଙ୍କୁ ଥାନାରେ ଅଟକ ରଖିଛି । ଯୁବକଙ୍କ ମୃତ୍ୟୁ ପରେ ତାଙ୍କ ପରିବାର ତରଫରୁ କୌଣସି ପ୍ରତିକ୍ରିୟା ମିଳିନାହିଁ । ପୋଲିସ ଏହି ଘଟଣାର ତଦନ୍ତ ଜାରି ରଖିଥିବା ବେଳେ ଏପର୍ଯ୍ୟନ୍ତ କାହାକୁ ଗିରଫ କରିନାହିଁ ।

ଇଟିଭି ଭାରତ, ବରଗଡ

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.