ETV Bharat / state

ଅନୈତିକ ସମ୍ପର୍କ ହେଲା କାଳ : ସାନ ଭାଇର କୋଦାଳ ଚୋଟରେ ବଡ଼ ଭାଇର ମୃତ୍ୟୁ

author img

By

Published : Sep 28, 2022, 9:15 PM IST

ଅନୈତିକ ସମ୍ପର୍କ ହେଲା କାଳ । ସାନ ଭାଇର କୋଦାଳ ଚୋଟରେ ଗଲା ବଡ଼ଭାଇର ଜୀବନ । ଅଧିକ ପଢ଼ନ୍ତୁ

ଅନୈତିକ ସମ୍ପର୍କ ହେଲା କାଳ : ସାନ ଭାଇର କୋଦାଳ ଚୋଟରେ ବଡ଼ ଭାଇର ମୃତ୍ୟୁ
ଅନୈତିକ ସମ୍ପର୍କ ହେଲା କାଳ : ସାନ ଭାଇର କୋଦାଳ ଚୋଟରେ ବଡ଼ ଭାଇର ମୃତ୍ୟୁ

ବରଗଡ଼ : ଅନୈତିକ ସମ୍ପର୍କ ହେଲା କାଳ । ସାନଭାଇର କୋଦାଳ ଚୋଟରେ ଗଲା ବଡ଼ ଭାଇର ଜୀବନ (younger brother killed his elder brother) । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ବରଗଡ଼ ଜିଲ୍ଲା ବିଜେପୁର ଥାନା ବୁଡ଼ାପାଳି ପଞ୍ଚାୟତ ଅନ୍ତର୍ଗତ ଲେମଧର ଗ୍ରାମରେ । ସେପଟେ ଘଟଣା ସମ୍ପର୍କରେ ଖବରପାଇ ପୋଲିସ ଅଭିଯୁକ୍ତ ସାନ ଭାଇ କୈଳାସକୁ ଗିରଫ କରି ତଦନ୍ତ ଚଳାଇଛି ।

ପ୍ରାପ୍ତ ସୂଚନା ଅନୁଯାୟୀ ଉକ୍ତ ଗ୍ରାମର କୈଳାସ ସାହୁ ବଡ଼ ଭାଇ ଝସକେତନ ସାହୁଙ୍କ ସ୍ତ୍ରୀ ସହ ବିଲକୁ କାମ କରିବାକୁ ଯାଇଥିଲେ । ହେଲେ ବିଲରେ ଉଭୟ ଅନୈତିକ କାର୍ଯ୍ୟରେ ଲିପ୍ତ ଥିଲେ (immoral relationship) । ଏସମ୍ପର୍କରେ ଖବରପାଇ ବଡ଼ଭାଇ ଝସକେତନ ସାହୁ ବିଲରେ ପହଞ୍ଚିବା ପରେ ଦିଅର ଭାଉଜଙ୍କୁ ଅସଂଯତ ଅବସ୍ଥାରେ ଦେଖି ରାଗି ଯାଇଥିଲେ । ଏହାପରେ ଏକ ବାଡ଼ିରେ କୈଳାସକୁ ମାଡ଼ ମାରିଥିଲେ ଝସକେତନ ।

ଫଳରେ କୈଳାସ ଅଚେତ ହୋଇ ତଳେ ପଡି ଯାଇଥିଲେ । ଏହାପରେ ବଡ଼ଭାଇ ଭାଉଜ କୈଳାସ ମୁହଁରେ ପାଣି ଛିଞ୍ଚି ଚେତା ଫେରାଇ ଥିଲେ । କୈଳାସର ଚେତା ଫେରିବା ପରେ ଦୁଇ ଭାଇଙ୍କ ମଧ୍ୟରେ ଗଣ୍ଡଗୋଳ ଆରମ୍ଭ ହୋଇଥିଲା । ଦୁଇ ଭାଇଙ୍କ ମଧ୍ୟରେ ଝଗଡ଼ା ଚାଲିଥିବା ବେଳେ ସାନଭାଇ କୈଳାସ ହଠାତ୍ ରାଗିଯାଇ ବଡ଼ ଭାଇ ଝସକେତନଙ୍କୁ ଆକ୍ରମଣ କରିଥିଲା । କୈଳାଶ ଏକ କୋଦାଳରେ ବଡ ଭାଇ ମୁଣ୍ଡରେ ପାହାର ପକାଇଥିଲା ।

ଏଥିରେ ଝସକେତନ ଅଚେତ ହୋଇପଡ଼ିବା ସହ ତାଙ୍କ ମୁଣ୍ଡରୁ ପ୍ରବଳ ରକ୍ତସ୍ରାବ ହୋଇଥିଲା । ଏହାଦେଖି ସ୍ଥାନୀୟ ଲୋକେ ୧୦୮ ଆମ୍ବୁଲାନ୍ସକୁ ଫୋନ କରିଥିଲେ । କିନ୍ତୁ ଆମ୍ବୁଲାନ୍ସ ପହଞ୍ଚିବାରେ ବିଳମ୍ବ ହୋଇଥିଲା । ପରେ ଏକ ବୋଲେରୋ ସାହାଯ୍ୟରେ ଝସକେତନଙ୍କୁ ବିଜେପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ । ବିଜେପୁରରେ ପ୍ରାଥମିକ ଚିକିତ୍ସା ହୋଇଥିଲା । ହେଲେ ସେଠାରେ ଝସକେତନଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା ।

ତେବେ ବରଗଡ଼ ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଅବସ୍ଥାରେ ଝସକେତନଙ୍କର ମୃତ୍ୟୁ ହୋଇଥିଲା । ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା । ସେଠାରେ ପାରିପାର୍ଶ୍ବିକ ସ୍ଥିତି ଦେଖି ତଦନ୍ତ ଆରମ୍ଭ କରିଥିଲା । ଏହାସହ ଏ ସମ୍ପର୍କରେ ବିଜେପୁର ପୋଲିସ ଏକ ମାମଲା ରୁଜୁ କରିବାସହ ଅଭିଯୁକ୍ତକୁ ପଚରାଉଚୁରା କରୁଛି । ପୋଲିସ ଝସକେତନର ମୃତଦେହକୁ ବ୍ୟବଚ୍ଛେଦ ନିମନ୍ତେ ପଠାଇଛି ।

ଇଟିଭି ଭାରତ, ବରଗଡ଼

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.