ETV Bharat / state

ଡାକ୍ତରଖାନା ପାଇଖାନା ଭିତରୁ ନବଜାତ ଶିଶୁ ଉଦ୍ଧାର - ପାଇଖାନା ଭିତରେ ଜନ୍ମ ନେଲେ ନବଜାତ

ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପୁଣି ଦେଖିବାକୁ ମିଳିଛି ଅବହେଳା । ପାଇଖାନାରେ ଶିଶୁକନ୍ୟାକୁ ଜନ୍ମ ଦେଲେ ମହିଳା । ପାଇଖାନା ପ୍ୟାନରେ ପଶିଗଲା ନବଜାତର ଅଧା ଶରୀର । ଅଧିକ ପଢନ୍ତୁ

baby takes birth at Wash room
baby takes birth at Wash room
author img

By

Published : May 6, 2023, 10:25 PM IST

ଡାକ୍ତରଖାନା ପାଇଖାନା ଭିତରୁ ନବଜାତ ଶିଶୁ ଉଦ୍ଧାର

ବରଗଡ଼: ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚରମ ସୀମାରେ ପହଞ୍ଚିଲା ଡାକ୍ତରଙ୍କ ଅବହେଳା । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ପ୍ରସୂତି ଡାକ୍ତରଙ୍କ ଅବହେଳା କାରଣରୁ ଡାକ୍ତରଖାନାର ପାଇଖାନାରେ ଜନ୍ମ ନେଲେ ଶିଶୁକନ୍ୟା । ନବଜାତ ଶିଶୁକନ୍ୟାଟିର ମୁଣ୍ଡ ପାଇଖାନା ଭିତରକୁ ପସିଯାଇଥିବା ବେଳେ ବହୁ କଷ୍ଟରେ ଶିଶୁଟିକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରଯାଇଥିବା ବେଳେ ଶିଶୁଟିକୁ SNCUରେ ଭର୍ତ୍ତି କରାଯାଇଛି ।

ମିଳିଥିବା ସୂଚନା ଅନୁସାରେ ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ଥାନା କକରାଝୁରି ଗ୍ରାମର ବିପିନ ମିର୍ଦ୍ଧା ତାଙ୍କ ଗର୍ଭବତୀ ସ୍ତ୍ରୀଙ୍କୁ ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ସେତେବେଳେ ଡାକ୍ତର ନ ଥିବା ଯୋଗୁଁ କେହି ସନ୍ତୋଷିନୀଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରି ନ ଥିଲେ। ତହି ଆରଦିନ ମଧ୍ୟ କୌଣସି କେହି ରୋଗୀଙ୍କ ନିକଟକୁ ଆସିନଥିଲେ ଏବଂ ମହିଳା ଜଣକ ଶୌଚ କରିବାକୁ ମେଡିକାଲରେ ଥିବା ପାଇଖାନାକୁ ଯାଇଥିବା ସମୟରେ ନବଜାତ ଶିଶୁକନ୍ୟା ଜନ୍ମ ହୋଇ ପାଇଖାନା ପ୍ୟାନ ଭିତରକୁ ଅଧେ ଶରୀର ପଶି ଯାଇଥିଲା ଏବଂ ତାଙ୍କ ଚିତ୍କାର ଶୁଣି ଶିଶୁକନ୍ୟାକୁ ପାଖରେ ଥିବା ଲୋକେ ତଥା ସ୍ବାସ୍ଥ୍ୟକର୍ମୀମାନେ ଉଦ୍ଧାର କରିଥିଲେ |

ସୂଚନା ଥାଉ କି କିଛିଦିନ ତଳେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଡାକ୍ତରଙ୍କ ଅବହେଳା କାରଣରୁ ଗର୍ଭବତୀ ମହିଳାଙ୍କ ପ୍ରବଳ ପୀଡା ହେଉଥିଲେ ମଧ୍ୟ ଶୀଘ୍ର ପ୍ରସୂତି କରାଯାଇନଥିଲା । ଯାହାଫଳରେ ନବଜାତ ଶିଶୁଟିର ଜନ୍ମ ନେବା ପରେ ମୃତ୍ୟୁ ହୋଇଥିଲା । ଏହି ଘଟଣା ବିତିବାର ୧୦ ଦିନ ନ ହେଉଣୁ ପୁଣି ବରଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳଯରେ ଡାକ୍ତରଙ୍କ ଅବହେଳାର ଆଉ ଏକ ନଗ୍ନ ନମୁନା ଦେଖିବାକୁ ମିଳିଛି । ରାଜ୍ୟ ସରକାର ଶିଶୁ ଓ ମାତୃ ମୃତ୍ୟୁହାର ରୋକିବା ପାଇଁ ଅନେକ ଯୋଜନା କାର୍ଯ୍ୟକାରୀ କରିଥିବା ବେଳେ ଗର୍ଭବତୀ, ପ୍ରସୂତି କିମ୍ବା ନବଜାତ ଶିଶୁର ଚିକିତ୍ସାରେ ଆଦୌ ଅବହେଳା ନ କରିବା ପାଇଁ ସରକାର କଡା ନିର୍ଦ୍ଦେଶନାମା ଜାରି କରିଛନ୍ତି ।

ଏହା ବି ପଢନ୍ତୁ- 9 ରେ ନୀତୀଶ ଓ ନବୀନ ଭେଟଘାଟ, ଚର୍ଚ୍ଚା ଜୋରଦାର

ମାତ୍ର ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକୁ ଜିଲ୍ଲାରେ ଆଦୌ ଖାତିର କରାଯାଉନଥିବା ଦେଖିବାକୁ ମିଳିଛି । ଗର୍ଭବତୀ ମହିଳାମାନେ ପ୍ରସୂତି ପାଇଁ ଡାକ୍ତରଖାନାକୁ ପହଞ୍ଚିବା ସମୟରେ ଅଧିକାଂଶ ସମୟରେ ଡାକ୍ତର ଅନୁପସ୍ଥିତ ରହୁଥିବା ବେଳେ ଡାକ୍ତର ଉପସ୍ଥିତ ଥିଲେ ମଧ୍ୟ ଚିକିତ୍ସାରେ ଅବହେଳା କରାଯାଉଥିବା ନେଇ ବାରମ୍ବାର ଅଭିଯୋଗ ଆଣୁଛନ୍ତି ରୋଗୀଙ୍କ ପରିଜନ । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଡାକ୍ତରଙ୍କ ଏପରି ଅବହେଳା ମନୋଭାବ କାରଣରୁ ପ୍ରସୂତି ବିଭାଗରେ ଅନେକ ମୃତ୍ୟୁ ମାମଲା ଦେଖାଦେଇଛି । ଗତ କିଛିଦିନ ତଳେ ଡାକ୍ତରଙ୍କ ଅବହେଳା ଯୋଗୁଁ ଉଚିତ ସ୍ବାସ୍ଥ୍ୟସେବା ପାଇ ନପାରି ଗର୍ଭବତୀ ମହିଳାଙ୍କୁ ବାଧ୍ୟ ହୋଇ ପରିବାର ଲୋକେ ୧୦ କିମି ଦୂର ଟାଉନକୁ ଫେରାଇ ଆଣି ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ।

ହେଲେ ଚିକିତ୍ସାରେ ବିଳମ୍ବ ହେବାରୁ ଗର୍ଭସ୍ଥ ସନ୍ତାନର ପ୍ରାଣବାୟୁ ଉଡି ଯାଇଥିଲା ଏବଂ ଅସ୍ତ୍ରୋପଚାର କରି ଶିଶୁର ମୃତଦେହ ବାହାର କରାଯାଇଥିଲା । ଏଠାରେ ଆଶ୍ଚର୍ଯ୍ୟର ବିଷୟ ଯେ ସରକାରୀ ଡାକ୍ତର ତାଙ୍କ ହାତ ଦରଜ ହେଉଛି ବୋଲି ଅସ୍ତ୍ରୋପଚାର କରିବାକୁ ମନା କରିଦେଇଥିଲେ ଏବଂ ପ୍ରସୂତିରେ ବିଳମ୍ବ ହେବାରୁ ନବଜାତ ଶିଶୁଟିର ମୃତ୍ୟୁ ହୋଇଥିଲା । ତେବେ ଏହି ଘଟଣା ବିତିବାର ୧୦ ଦିନ ମଧ୍ୟ ହୋଇନାହିଁ ଏବଂ ଆଜି ପୁଣି ଏକ ଅଭାବନୀୟ ଦୃଶ୍ୟ ସାମ୍ନାକୁ ଆସିଛି ।

ଇଟିଭି ଭାରତ, ବରଗଡ଼

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.