ETV Bharat / state

ରାତି ପାହିଲେ ପଦ୍ମପୁର ଉପନିର୍ବାଚନ, ସକାଳ ୭ରୁ ଅପରାହ୍ନ ୪ଟା ଯାଏଁ ଚାଲିବ ଭୋଟିଂ ପ୍ରକ୍ରିୟା

author img

By

Published : Dec 4, 2022, 10:08 PM IST

Updated : Dec 4, 2022, 10:18 PM IST

ଆସନ୍ତାକାଲି ପଦ୍ମପୁର ନିର୍ବାଚନ (Padmapur ByPoll) । ଭୋଟ ଦେଇ ନିଜ ନେତା ବାଛିବେ ପଦ୍ମପୁର ବାସୀ । ମୋଟ ୩୧୯ଟି ବୁଥ୍‌ରେ ମତଦାନ ପ୍ରକ୍ରିୟା ଅନୁଷ୍ଠିତ ହେବ । ଅଧିକ ପଢନ୍ତୁ

ରାତି ପାହିଲେ ପଦ୍ମପୁର ଉପନିର୍ବାଚନ, ୩୧୯ଟି ବୁଥରେ ମତ ଦେବେ ଭୋଟର

ବରଗଡ଼: ଆସନ୍ତା କାଲି ଆରମ୍ଭ ହେବ ପଦ୍ମପୁର ଉପନିର୍ବାଚନ (Padmapur ByPoll Voting)ପାଇଁ ମତ ଦାନ ପ୍ରକ୍ରିୟା । ଏଥିପାଇଁ ବରଗଡ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାରର ପ୍ରସ୍ତୁତି ଶେଷ ହୋଇଛି । ପଦ୍ମପୁର ମାଓ ପ୍ରବଣ ଅଞ୍ଚଳ ହୋଇଥିବାରୁ ନିର୍ବାଚନ ସମୟ ସକାଳ ୭ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ରଖାଯାଇଛି । ତେବେ ମତଦାନ ପାଇଁ ପଦ୍ମପୁର ନିର୍ବାଚନ ମଣ୍ଡଳୀରେ ମୋଟ ୩୧୯ଟି ବୁଥ୍‌ କରାଯାଇଥିବା ସୂଚନା ମିଳିଛି ।

ସେଥିମଧ୍ୟରୁ ପଦ୍ମପୁର, ପାଇକମାଳ ଓ ଝାରବନ୍ଦ ବ୍ଲକରେ ୨ ଟି ଲେଖାଏଁ କରି ୬ ଗୋଟି ପିଙ୍କ ବୁଥ୍‌ର ଆୟୋଜନ କରାଯାଇଛି । ଯେଉଁଠି କେବଳ ମହିଳା କର୍ମଚାରୀ ମାନେ ମତ ସଂଗ୍ରହ ପ୍ରକ୍ରିୟାରେ ରହିବେ । ସେହିପରି ସମୁଦାୟ ୧୫ଟି ମଡେଲ୍‌ ବୁଥ୍‌ କରାଯାଇଛି । ୭୪ ଗୋଟି ବୁଥକୁ ନକ୍ସଲ ପ୍ରଭାବିତ ଅଞ୍ଚଳ ଭାବେ ଚିହ୍ନଟ କରାଯାଇଥିବା ବେଳେ ୭୮ଟି ବୁଥକୁ ସମ୍ବେଦନଶୀଳ ବୁଥ ଭାବେ ଚିହ୍ନଟ କରାଯାଇଛି । ୧୨୦ ଗୋଟି ବୁଥରେ ୱେବ କାଷ୍ଟିଙ୍ଗର ବ୍ୟବସ୍ଥା କରାଯାଇଥିବା ବେଳେ ୬୬ ଗୋଟି ବୁଥରେ ସିସିଟିଭି କ୍ୟାମେରା ସଂଯୋଗ କରାଯାଇଛି । ଆସନ୍ତାକାଲି ତଥା ଡିସେମ୍ବର ୫ ତାରିଖକୁ ପଦ୍ମପୁର ନିର୍ବାଚନ ମଣ୍ଡଳୀରେ ଛୁଟି ଘୋଷଣା କରାଯାଇଛି ।

ଏହା ବି ପଢନ୍ତୁ- ସାମ୍ବାଦିକଙ୍କ ଉପରେ ଆକ୍ରମଣ ଅଭିଯୋଗ, ପ୍ରଦୀପ ପୁରୋହିତଙ୍କ ନାଁରେ ଏତଲା

ପଦ୍ମପୁରରେ ସମୁଦାୟ ୨ ଲକ୍ଷ ୫୭ ହଜାର ୪୭୪ ଭୋଟର ରହିଥିବା ବେଳେ ପୁରୁଷ ଭୋଟରଙ୍କ ସଂଖ୍ୟା ୧ ଲକ୍ଷ ୨୯ ହଜାର ୪୯୭ ରହିଛି ଏବଂ ମହିଳା ଭୋଟରଙ୍କ ସଂଖ୍ୟା ୧ ଲକ୍ଷ ୨୭ ହଜାର ୫୬୫ ରହିଛି । ତେବେ ବରଗଡ ଜିଲ୍ଲା ପୋଲିସ ବିଭାଗ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ୪୫ ମୋବାଇଲ ପାର୍ଟି, ୧୫ଟି ସେକ୍ଟର ପାର୍ଟି, ୪ଟି ସୁପରଭାଇଜର ପାର୍ଟି, ବିଭିନ୍ନ ଗ୍ରାମରେ ବୁଥ ମାନଙ୍କୁ ଯାଇ ନିରୀକ୍ଷଣ କରିବେ । ସେହିପରି ୪ ଗୋଟି ସିନିୟର ସୁପରଭାଇଜର ପାର୍ଟି ମଧ୍ୟ ପ୍ରତି ବୁଥକୁ ଯାଇ ନିରୀକ୍ଷଣ କରିବେ ।

ଅନ୍ୟପଟେ ସୁରକ୍ଷା ବ୍ୟବସ୍ଥା ପାଇଁ ୯ ପ୍ଲାଟୁନ କେନ୍ଦ୍ରୀୟ ଫୋର୍ସ ସମେତ ୪୧ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି । ତେବେ ପଦ୍ମପୁର ନିର୍ବାଚନ ମଣ୍ଡଳୀରେ ୨୨ ଗୋଟି ନାକା କରାଯାଇଛି । ସେଥି ମଧ୍ୟରୁ ୧୦ ଗୋଟି ନାକା ଛତିଶଗଡ ସୀମାରେ ରହିଥିବା ବେଳେ ୧୨ ଗୋଟି ନାକା ଓଡିଶା ଭିତରେ ରହିଛି । ନିର୍ବାଚନ ଶେଷ ପର୍ଯ୍ୟନ୍ତ ସବୁ ନାକା ମାନଙ୍କରେ ପୋଲିସର ଡ୍ୟୁଟି ୨୪ ଘଣ୍ଟା ଲଗାତାର ଜାରି ରହିବ ବୋଲି ବରଗଡ ଏସପି ସୂଚନା ଦେଇଛନ୍ତି ।

ଇଟିଭି ଭାରତ, ବରଗଡ଼

Last Updated : Dec 4, 2022, 10:18 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.