ETV Bharat / state

ବଢୁଛି ହାତୀଙ୍କ ଉପଦ୍ରବ, କ୍ଷତିପୂରଣ ଦାବିରେ ଫରେଷ୍ଟରଙ୍କୁ ଗ୍ରାମବାସୀଙ୍କ ଘେରାବନ୍ଦୀ - ବରଗଡରେ ହାତୀଙ୍କ ଫସଲ ନଷ୍ଟ

ଗତ ଦେଢ ମାସ ଭିତରେ ପଳସାପାଲି ପଞ୍ଚାୟତର ବିଭିନ୍ନ ଗାଁରେ ବଢି ଚାଲିଛି ଏକ ହାତୀପଲଙ୍କ ଆତଙ୍କରାଜ । ହାତୀଙ୍କ ଯୋଗୁଁ ଗାଁରେ ବ୍ୟାପକ ଫସଲହାନୀ ହୋଇଥିବା ସହ ଗତ ମାସେ ଭିତରେ 2 ଜଣଙ୍କ ମୃ୍ତ୍ୟୁ ମଧ୍ୟ ହୋଇସାରିଛି । ଅଧିକ ପଢନ୍ତୁ ...

ଫଟୋ ସୌଜନ୍ୟ: ସମ୍ବାଦଦାତା, ବରଗଡ
author img

By

Published : Nov 24, 2019, 2:55 AM IST

ବରଗଡ: ଦିନକୁ ଦିନ ପଦ୍ମପୁର ବ୍ଲକ ଅନ୍ତର୍ଗତ ଘନାମାଲ ଗ୍ରାମରେ ବଢିବାରେ ଲାଗିଠି ହାତୀଙ୍କ ଉପଦ୍ରବ । ଏନେଇ ଗ୍ରାମବାସୀମାନେ ବାରମ୍ବାର ବନ ବିଭାଗକୁ ଅଭିଯୋଗ କରିଥିଲେ ବି ମିଳିପାରୁନାହିଁ କୌଣସି ସୁଫଳ । ଫଳରେ ଶନିବାର ବନ ବିଭାଗ କର୍ମଚାରୀଙ୍କୁ ଘେରାବନ୍ଦୀ କରି ରଖିଥିଲେ ଗ୍ରାମବାସୀ ।

ସୂଚନା ଅନୁଯାୟୀ, ଗତ ଦେଢ ମାସ ଭିତରେ ପଳସାପାଲି ପଞ୍ଚାୟତର ବିଭିନ୍ନ ଗାଁରେ ବଢି ଚାଲିଛି ଏକ ହାତୀପଲର ଆତଙ୍କରାଜ । ହାତୀଙ୍କ ଯୋଗୁଁ ଗାଁରେ ବ୍ୟାପକ ଫସଲହାନୀ ହୋଇଥିବା ସହ ଗତ ମାସେ ଭିତରେ 2 ଜଣଙ୍କ ମୃ୍ତ୍ୟୁ ମଧ୍ୟ ହୋଇସାରିଛି । ତେଣେ ଏନେଇ ବାରମ୍ବାର ବନ ବିଭାଗକୁ ଅଭିଯୋଗ କରିବା ପରେ ବି ବିଭାଗ ପକ୍ଷରୁ ନିଆଯାଇନଥିଲା କୌଣସି କାର୍ଯ୍ୟାନୁଷ୍ଠାନ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବରଗଡ

ଏନେଇ ଗ୍ରାମବାସୀମାନେ ଭୟଭୀତ ଥିବା ବେଳେ ଘଟଣାରେ ବନ ବିଭାଗରେ ନିରବତାକୁ ନେଇ ଲୋକଙ୍କ ମଧ୍ୟରେ ଦେଖାଦେଇଛି ତୀବ୍ର ଅସନ୍ତୋଷ । ଫଳରେ ଶନିବାର ଫରେଷ୍ଟର ପୂର୍ଣ୍ଣଚନ୍ଦ୍ର ଦୋରା, ଫରେଷ୍ଟଗାର୍ଡ ଦୀପ୍ତିବାଲା ତାଣ୍ଡୀଙ୍କ ସହ 10 ଜଣ ବନ କର୍ମଚାରୀଙ୍କୁ ଅଟକ ରଖିଥିଲେ ଘନାମାଲ ଗ୍ରାମବାସୀ । ବନ କର୍ମଚାରୀଙ୍କ ଅଟକ ରଖି ତାଙ୍କର ସମସ୍ତ ଦାବି ପୂରଣ କରାଗଲେ ଯାଇ ସେମାନଙ୍କୁ ଛଡାଯିବ ବୋଲି କହିଥିଲେ ଗ୍ରାମବାସୀ ।

ଏଥିସହ ଗ୍ରାମରେ ଷ୍ଟ୍ରିଟ ଲାଇଟ ଲଗାଯାଇ ଚାରିଆଡେ ଆଲୋକର ବ୍ୟବସ୍ଥା କରାଯିବା ସହ ହାତୀ ଘଉଡାଇବା ପାଇଁ ଶୀଘ୍ର ବ୍ୟବସ୍ଥା କରାଯାଉ ବୋଲି ଗ୍ରାମବାସୀମାନେ କହିଛନ୍ତି । ତେଣେ ହାତୀ ଦ୍ବାରା ହୋଇଥିବା କ୍ଷୟକ୍ଷତିର ଆକଳନ କରାଯାଇ ଏହାର ଭରଣା କରିବାକୁ ମଧ୍ୟ ଦାବି କରିଛନ୍ତି ଗ୍ରାମବାସୀ ।

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

Intro: ଜଙ୍ଗଲ ବିଭାଗର କର୍ମଚାରୀଙ୍କୁ ଘେରାବନ୍ଦି କରି ରଖିଲେ ଗ୍ରାମବାସୀ | ହାତୀ ମାନଙ୍କ ଉପଦ୍ରବ ଏବଂ ଆତଙ୍କରାଜ ଉପରେ ବନବିଭାଗ ଆଦୌ ଶୁଣୁନଥିବାରୁ ଗ୍ରାମବାସୀଙ୍କ ଆକ୍ରୋଶର ଶିକାର ହେଲେ ବନ କର୍ମଚାରୀ | ଏପରି ଘଟଣା ଘଟିଛି ବରଗଡ ଜିଲ୍ଲା ପଦ୍ମପୁର ବ୍ଲକ ଅନ୍ତର୍ଗତ ଘନାପାଲୀ ଗ୍ରାମରେ |
Body:ବରଗଡ଼ ଜିଲ୍ଲା ପଦ୍ମପୁର ବ୍ଲକ ଅନ୍ତର୍ଗତ ଘନାପାଲି ଗାଁରେ ହାତୀ ଆତଙ୍କ । ଗତ ଦେଢ଼ ମାସ ହେବ ପଳସାପାଲି ପଞ୍ଚାୟତର ବିଭିନ୍ନ ଗାଁରେ ଏକ ହାତୀପଲ ଆତଙ୍କରାଜ ଚଳାଇଥିବାବେଳେ ହାତୀଙ୍କ ଯୋଗୁ ବ୍ୟାପକ ଫସଲହାନୀ ହେବାସହ ଗତ ଗୋଟିଏ ମାସ ଭିତରେ ହାତୀ ଆକ୍ରମଣରେ 2ଜଣଙ୍କ ମୃତ୍ୟୁ ମଧ୍ୟ ହୋଇଛି । ଏନେଇ ଅଞ୍ଚଳବାସୀ ଆତଙ୍କିତ ହୋଇପଡିଥିବାବେଳେ ବନବିଭାଗ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ । ଲୋକେ ଭୟରେ ଦିନ କାଟୁଥିବାବେଳେ ହାତୀଙ୍କୁ ଘଉଡାଇବା ପାଇଁ ବାରମ୍ବାର ବନ ବିଭାଗକୁ ଜଣାଇଛନ୍ତି ,ମାତ୍ର ବନ ବିଭାଗ ପକ୍ଷରୁ ଏଯାଏ କୌଣସି ପଦକ୍ଷେପ ନିଆଯାଇନାହିଁ ,ଯାହାକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖଦେଇଥିବାବେଳେ ଆଜି ଘନାମାଲ ଗାଁରେ ଫରେଷ୍ଟର ପୂର୍ଣ୍ଣଚନ୍ଦ୍ର ଦୋରା, ଫରେଷ୍ଟଗାର୍ଡ ଦୀପ୍ତିବାଲା ତାଣ୍ଡୀଙ୍କ ସହ 10 ଜଣ ବନ କର୍ମଚାରୀଙ୍କୁ ଘନାମାଲ ଗ୍ରାମବାସୀ ଅଟକ ରଖିଛନ୍ତି ।

ହାତୀପଲ ପ୍ରତିଦିନ ଗାଁ ଭିତରକୁ ଚାଲିଆସୁଛନ୍ତି ଏବଂ ଲୋକଙ୍କ ଘରୁ ପଦାକୁ ଯିବା ଆସିବା ବନ୍ଦ ହୋଇପଡିଛି। ଗ୍ରାମବାସୀ ବନ କର୍ମଚାରୀଙ୍କୁ ଅଟକ ରଖି ତାଙ୍କର ସମସ୍ତ ଦାବି ପୂରଣ କରାଗଲେ ଯାଇ ସେମାନଙ୍କୁ ଛଡ଼ାଯିବ ବୋଲି କହିଛନ୍ତି। ଗ୍ରାମରେ ଷ୍ଟ୍ରୀଟ ଲାଇଟ ଲଗାଯାଇ ଚାରିଆଡେ ଆଲୁଅ କରାଯାଉ ଏବଂ ହାତୀ ଘଉଡାଇବା ପାଇଁ ଶୀଘ୍ର ବ୍ୟବସ୍ଥା କରାଯାଉ ଏବଂ ହାତୀଦ୍ୱାରା କ୍ଷୟକ୍ଷତି ହୋଇଥିବା ଧାନ ର କ୍ଷତିପୂରଣ ଦିଆଯାଉ ବୋଲି ଦାବିକରିଛନ୍ତି ।

ବାଇଟ 1- ଭବାନୀ ସାହୁ ( ଗ୍ରାମବାସୀ )
ବାଇଟ 2- ସୁବାଶ ତାଣ୍ଡି ( ଗ୍ରାମବାସୀ )Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.