ETV Bharat / state

ମହୁଲ ଚୋରକୁ ଜଗିଥିଲେ ଅବକାରୀ କର୍ମଚାରୀ, ଡ଼କାୟତ ଭାବି ଗୋଡାଇଲେ ଗ୍ରାମବାସୀ - ଅବକାରୀ କର୍ମଚାରୀଙ୍କୁ ଗ୍ରାମବାସୀ ଗୋଡାଇବା ଘଟଣା

ବେଆଇନ ମହୁଲ ଚାଲାଣକାରୀଙ୍କୁ ଧରିବା ପାଇଁ ବିଲମ୍ବିତ ରାତ୍ରିରେ କାର୍ଯ୍ୟରତ ଅବକାରୀଙ୍କୁ ଗୋଡାଇଲେ ଗ୍ରାମବାସୀ, ଗାଡି ଭାଙ୍ଗିଦେଲେ । ଅଧିକ ପଢନ୍ତୁ

ମହୁଲ ଚୋରକୁ ଜଗିଥିଲେ ଅବକାରୀ କର୍ମଚାରୀ, ଡ଼କାୟତ ଭାବି ଗୋଡାଇଲେ ଗ୍ରାମବାସୀ

author img

By

Published : Apr 15, 2022, 10:05 PM IST

ବରଗଡ: ବେଆଇନ ମହୁଲ ଚାଲାଣକାରୀଙ୍କୁ ଧରିବା ପାଇଁ ବିଲମ୍ବିତ ରାତ୍ରିରେ କାର୍ଯ୍ୟରତ ଥିବା ଅବକାରୀ ବିଭାଗ କର୍ମଚାରୀଙ୍କୁ ହଟହଟା ହେବାକୁ ପଡ଼ିଛି । ଗ୍ରାମବାସୀ ଡକାୟତ ସନ୍ଦେହ କରି ଅବକାରୀ ବିଭାଗର କର୍ମଚାରୀଙ୍କୁ ଗୋଡ଼ାଇବାରୁ କର୍ମଚାରୀମାନେ ତାଙ୍କର ସ୍ୱିଫ୍ଟ କାରକୁ ଛାଡ଼ି ଚାଲିଯାଇଥିଲେ । ଏପଟେ ଉତ୍ୟକ୍ତ ଗ୍ରାମବାସୀ କର୍ମଚାରୀଙ୍କ ଗାଡି ଭାଙ୍ଗି ଦେଇଥିବା ଜଣାପଡିଛି ।

ମହୁଲ ଚୋରକୁ ଜଗିଥିଲେ ଅବକାରୀ କର୍ମଚାରୀ, ଡ଼କାୟତ ଭାବି ଗୋଡାଇଲେ ଗ୍ରାମବାସୀ

ସୂଚନା ଅନୁଯାୟୀ ବରଗଡ଼ ଜିଲ୍ଲା ଗାଇସିଲଟ୍‌ ଥାନା ଅନ୍ତର୍ଗତ ତାଳପାଲି ପଞ୍ଚାୟତର ଅଁଳାଭଟା ଗ୍ରାମରେ ପଦ୍ମପୁର ଅବକାରୀ ବିଭାଗର ଏକ ଟିମ ରାତ୍ରି ପ୍ରାୟ ୨ଟାରେ ବେଆଇନ ମହୁଲ ବେପାରୀଙ୍କୁ ଜଗିରହିଥିଲେ । ସେତେବେଳେ ୨ଜଣ ପୁଜାରୀ ପୂଜା କାମ ସାରି ଘରକୁ ଫେରୁ ଥିବାବେଳେ ଅବକାରୀ ବିଭାଗ କର୍ମଚାରୀମାନେ ସେମାନଙ୍କୁ ଅଟକାଇ ଥିଲେ । ମାତ୍ର ଭୟରେ ପୁଜାରୀ ଦ୍ଵୟ ନିକଟସ୍ଥ ଗ୍ରାମକୁ ଚାଲି ଯାଇଥିଲେ ।

ଅବକାରୀ ବିଭାଗ କର୍ମଚାରୀମାନେ ସେମାନଙ୍କୁ ପିଛା କରି ସେହି ଗ୍ରାମରେ ପହଞ୍ଚିଥିଲେ । ପୁଜାରୀ ଦ୍ବୟ ଗ୍ରାମବାସୀଙ୍କୁ ଏକ ଡ଼କାୟତ ଦଳ ପିଛା କରୁଛି ବୋଲି କହିଥିବାରୁ ଗ୍ରାମବାସୀ ଓଲଟା ଅବକାରୀ କର୍ମଚାରୀଙ୍କୁ ଗୋଡାଇ ଥିଲେ । ଫଳରେ କର୍ମଚାରୀମାନେ ତାଙ୍କ କାରକୁ ଛାଡ଼ି ଚାଲିଯିବା ପରେ ଗ୍ରାମବାସୀ ଉକ୍ତ କାରକୁ ଭଙ୍ଗାରୁଜା କରିଥିଲେ । ପରେ ଘଟଣାସ୍ଥଳରେ ଗାଇସିଲଟ୍‌ ଓ ପଦ୍ମପୁର ପୋଲିସ ପହଞ୍ଚି ଗାଡ଼ିକୁ ଜବତ କରି ଘଟଣାର ତଦନ୍ତ କରୁଛି ।

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.