ETV Bharat / state

ପରିବା ଦରରେ ଲାଗୁନି ବ୍ରେକ, ଅସନ୍ତୋଷ ଖାଉଟି

author img

By

Published : Jul 28, 2023, 10:54 PM IST

ରାଜ୍ୟକୁ ପରିବା ଯୋଗାଉଥିବା ଜିଲ୍ଲାରେ ପରିବାର ଅଭାବ । ଜିଲ୍ଲାରେ ପନିପରିବାର ବର୍ଦ୍ଧିତ ଦର ନେଇ ଉଭୟ ଖାଉଟି ଓ ବ୍ୟବସାୟୀ ପ୍ରଭାବିତ ହୋଇଛନ୍ତି । ଅଧିକ ପଢ଼ନ୍ତୁ

vegetable price rise in bargarh
ବରଗଡ଼ରେ ଆକାଶ ଛୁଆଁ ପରିବା ଦର

ବରଗଡ଼ରେ ଆକାଶ ଛୁଆଁ ପରିବା ଦର

ବରଗଡ଼: ଜିଲ୍ଲାରେ ଆକାଶ ଛୁଆଁ ପରିବା ଦର । ଯେଉଁଥିରେ ହାତ ମାରିଲେ ଦାମ ୧୦୦ ପାର । ୫୦୦ ଟଙ୍କାରେ ବି ଫୁଲ ହେଉନି ବ୍ୟାଗ୍‌ । ଦୀର୍ଘ ଦିନ ହେଲା ଟମାଟୋ ଦର କିଲୋ ପିଛା 120ରୁ 150 ଟଙ୍କା ପର୍ଯ୍ୟନ୍ତ ରହିଥିବା ବେଳେ ଅନ୍ୟ ପରିବାର ଦର ମଧ୍ୟ ୧୦୦ ଉପରେ ରହିଛି । ଜିଲ୍ଲା ପ୍ରଶାସନ ଦର ବୃଦ୍ଧି ଉପରେ କଟକଣା ଲଗାଇବାରେ ବିଫଳ ହୋଇଛି । ବିଶେଷ କରି ଟମାଟୋର ଅହେତୁକ ଦର ବୃଦ୍ଧି ପାଇଁ ଗରିବ ଖାଉଟି ଲୋକେ ଟମାଟୋ କିଣିବା ବନ୍ଦ କରିଦେଇଥିବା ବେଳେ ଚାକିରିଆ ଲୋକେ ମଧ୍ୟ ଟମାଟୋ କିଣିବାକୁ ପସନ୍ଦ କରୁନାହାନ୍ତି । ଗୋଟେ କିଲୋ ଜାଗାରେ ଲୋକେ ଅଧାକିଲୋରୁ ୨୫୦ ଗ୍ରାମ କିଣୁଥିବା ଦେଖିବାକୁ ମିଳିଛି ।

ବରଗଡ଼ ଜିଲ୍ଲା ଧାନଚାଷ ଏବଂ ପନିପରିବା ଚାଷ ପାଇଁ ରାଜ୍ୟରେ ପ୍ରସିଦ୍ଧ । ଏଠାରୁ ଅନ୍ୟ ସ୍ଥାନକୁ ପ୍ରତିଦିନ ପନିପରିବା ରପ୍ତାନୀ ହୋଇଥାଏ । ଟମାଟୋ, ବାଇଗଣ, କୋବି, ଭେଣ୍ଡି, ଝୁଡଙ୍ଗ, ପୋଟଳ, ଆଦି ପରିବା ବରଗଡ଼ରେ ପ୍ରଚୁର ମାତ୍ରାରେ ଉତ୍ପାଦନ ହେଉଥିଲେ ମଧ୍ୟ ବର୍ତ୍ତମାନ ଏସବୁ ଆକାଶ ଛୁଆଁ ହୋଇଛି । ବଜାରରୁ ପରିବା କିଣି ଅଧା ଭର୍ତ୍ତି ମୁଣା ନେଇ ଘରକୁ ଫେରୁଛନ୍ତି ଗ୍ରାହକ । ସେପଟେ ପରିବା ବ୍ୟାପାରୀ ମାନେ ମଧ୍ୟ ମାନ୍ଦା ବେପାରକୁ ନେଇ ଚିନ୍ତାରେ ପଡିଯାଇଛନ୍ତି । ପ୍ରଥମେ ବର୍ଷା ନହେବାରୁ ପରିବା ଚାଷୀଙ୍କ ଫସଲ ନଷ୍ଟ ହୋଇଥିବା ବେଳେ ବର୍ତ୍ତମାନ ପ୍ରବଳ ବର୍ଷା କାରଣରୁ ଅନେକ ପନିପରିବା ନଷ୍ଟ ହୋଇପଡିଛି । ଗୋଟିଏ ପଟେ ବଜାରକୁ କମ ମାତ୍ରାରେ ପରିବା ଆସୁଛି । ଅନ୍ୟପଟେ ଖାଉଟିଙ୍କ ସଂଖ୍ୟା ଅଧିକ ରହିଛି । ତେଣୁ ବଜାରରେ ପନିପରିବାର ବ୍ୟାପକ ଚାହିଦା କାରଣରୁ ଦର ଆକାଶ ଛୁଆଁ ହୋଇଛି ।

ଏହା ମଧ୍ୟ ପଢ଼ନ୍ତୁ: ହୋସ ଉଡ଼ାଉଛି ପରିବା ଦର, ଯେଉଁଥିରେ ହାତ ମାରିଲେ ୧୦୦; ଟମାଟୋ ପରେ ଡରେଇଲାଣି କଞ୍ଚା ପରିବା

ଏନେଇ ଚାଷୀ କହିଛନ୍ତି, "ଚାଷୀଙ୍କ ଫସଲ କ୍ଷେତରେ ନଷ୍ଟ ହୋଇଯାଉଥିବାରୁ ବାହାର ରାଜ୍ୟରୁ ବରଗଡ଼କୁ ଆମଦାନୀ ହେଉଛି । ଯାହା ସମୁଦ୍ରକୁ ଶଙ୍ଖେ ପରି । ତେଣୁ ଦର ଦାମରେ ବ୍ରେକ ଲାଗି ପାରୁନି । ଟମାଟୋ କିଲୋ 150 ଟଙ୍କାରେ ବିକ୍ରି ହେଉଥିବା ବେଳେ ଅନ୍ୟ ପନିପରିବା ଦର ମଧ୍ୟ କିଲୋ 100 ଟଙ୍କା ପର୍ଯ୍ୟନ୍ତ ପହଞ୍ଚିଛି । ଯାହା ଗରିବ ଏବଂ ମଧ୍ୟବିତ୍ତ ପରିବାର ଉପରେ ବହୁ ପ୍ରଭାବ ପକାଇଛି । ଏପରି ପରିସ୍ଥିତିରେ ନିଜ ବିଲରେ ପନିପରିବା ଉତ୍ପାଦନ କରି ପରିବାର ଚଳାଉଥିବା ଚାଷୀକୁ ମଧ୍ୟ ଟମଟୋ ତ ଦୂରର କଥା ଅନ୍ୟ ପରିବା କିଣି ଖାଇବାକୁ କଷ୍ଟକର ହୋଇପଡିଛି ।"

ଇଟିଭି ଭାରତ, ବରଗଡ଼

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.