ETV Bharat / state

ଏବେବି ଅତୁଟ ବିଶ୍ବାସ, ରୋଗରୁ ମୁକ୍ତି ପାଇବାର ନିଆରା ପରମ୍ପରା - tradition

ବରଗଡରେ ଲୋକେ ବିଭିନ୍ନ ରୋଗରୁ ରକ୍ଷା ପାଇବା ପାଇଁ ଆଜିବି ଅଧିଷ୍ଠାତ୍ରୀ ଦେବୀ ମାଁ ସମଲେଶ୍ୱରୀଙ୍କୁ ପାରମ୍ପରିକ ଶୀତଳଯାତ୍ରାକୁ ପାରମ୍ପରିକ ରୀତିନୀତିରେ ପୂଜା କରିଥାନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବରଗଡ
author img

By

Published : Apr 10, 2019, 6:55 PM IST

ବରଗଡ: ବିଜ୍ଞାନ ଯୁଗରେ ଏବେବି ଲୋକଙ୍କ ଇଶ୍ବର ଭକ୍ତି ଓ ବିଶ୍ଵାସ ଅତୁଟ ରହିଛି। ଲୋକେ ଆଜିବି ବଞ୍ଚାଇ ରଖିଛନ୍ତି ବହୁ ଦିନର ପୂରାତନ ପରମ୍ପରା। ତେବେ ବରଗଡରେ ଲୋକେ ବିଭିନ୍ନ ରୋଗରୁ ମୁକ୍ତି ପାଇବା ପାଇଁ ଅଧିଷ୍ଠାତ୍ରୀ ଦେବୀ ମାଁ ସମଲେଶ୍ୱରୀଙ୍କୁ ଶୀତଳଯାତ୍ରା ସମୟରେ ପାରମ୍ପରିକ ରୀତିନୀତିରେ ପୂଜା କରିଥାନ୍ତି।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବରଗଡ

ସୂଚନା ଅନୁଯାୟୀ, ବହୁ ବର୍ଷ ପୂର୍ବରୁ ଗ୍ରୀଷ୍ମ ଉତ୍ତାପରୁ ଜୀବଜଗତକୁ ରକ୍ଷା କରିବା ତଥା ଧରାପୃଷ୍ଠକୁ ଶୀତଳୀକରଣ କରିବା ପାଇଁ ବରଗଡରେ ମାଁଙ୍କ ଶୀତଳଯାତ୍ରା ଅନୁଷ୍ଠିତ ହୋଇଆସୁଛି। ତେବେ ଚୈତ୍ର ମାସର ପ୍ରତ୍ୟକ ମଙ୍ଗଳବାର ଏଠାରେ ମାଁ ସମଲେଶ୍ୱରୀଙ୍କୁ ପାରମ୍ପରିକ ରୀତିନୀତିରେ ପୁଜାର୍ଚ୍ଚନା କରାଯାଏ ।

ଏହାପରେ ମାଁଙ୍କ ପ୍ରତିକ ସ୍ୱରୁପ ଏକ ନିମ୍ବଡାଳକୁ ମନ୍ଦିରରୁ ଦେହେରୀ ସହର ସାରା ବୁଲାଯାଏ। ଏଥିସହ ଘରେ ଘରେ ଭକ୍ତମାନେ ସେହି ନିମ୍ବଡାଲ ଉପରେ ପାଣି ଢାଳି ପୁଜାର୍ଚ୍ଚନା କରିଥାନ୍ତି। ତେବେ ଭକ୍ତଙ୍କ ବିଶ୍ବାସ ରହିଛି ଯେ, ଦେବୀ ମାଁ ସ୍ୱୟଂ ଘରେ ଘରେ ବୁଲି ଭକ୍ତଙ୍କୁ ଆଶୀର୍ବାଦ ପ୍ରଦାନ କରିବା ସହ ସମସ୍ତ ରୋଗରୁ ନିଜ ଭକ୍ତମାନଙ୍କୁ ଦୂରରେ ରଖିଥାନ୍ତି।

ବରଗଡରୁ ରାଜେଶ କୁମାର ସରାପ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.