ETV Bharat / state

ପୂର୍ବତନ ପୋଲିସ ହୋମଗାର୍ଡଙ୍କୁ ବିଚ୍‌ ବଜାରରେ ଆକ୍ରମଣ, କାଟିଦେଲେ ପାପୁଲି

author img

By

Published : Nov 20, 2021, 4:55 PM IST

ପାଇକମାଲରେ ସ୍ପଷ୍ଟ ଦିବାଲୋକରେ ପାଇକମାଲ ବଜାରରେ ଖଣ୍ଡାରେ ଆକ୍ରମଣ କରି ଫେରାର ହୋଇଗଲେ ଯୁବକ । ପୋଲିସ ବିଭାଗରୁ ବହିଷ୍କୃତ ହୋଇଥିବା ପୂର୍ବତନ ପୋଲିସ ହୋମଗାର୍ଡଙ୍କୁ ଗୋଡେଇ ଗୋଡେଇ ଖଣ୍ଡାରେ ଆକ୍ରମଣ କଲେ ଯୁବକ । ଅଧିକ ପଢନ୍ତୁ

Unknown person attacked Former police home guard at open Market
ପୂର୍ବତନ ପୋଲିସ ହୋମଗାର୍ଡଙ୍କୁ ବିଚ୍‌ ବଜାରରେ ଆକ୍ରମଣ, ପାପୁଲି କାଟିଦେଲେ

ବରଗଡ: ସ୍ପଷ୍ଟ ଦିବାଲୋକରେ ପାଇକମାଲ ବଜାରରେ ଖଣ୍ଡାରେ ଆକ୍ରମଣ କରି ଫେରାର ହୋଇଗଲେ ଯୁବକ । ପୋଲିସ ବିଭାଗରୁ ବହିଷ୍କୃତ ହୋଇଥିବା ପୂର୍ବତନ ପୋଲିସ ହୋମଗାର୍ଡଙ୍କୁ ଗୋଡେଇ ଗୋଡେଇ ଖଣ୍ଡାରେ ଆକ୍ରମଣ କଲେ ଯୁବକ । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଦୁଇ ହାତର ପାପୁଲି କାଟି ଦେଇଛନ୍ତି ଆକ୍ରମଣକାରୀ ।

ପଦ୍ମପୁର ଉପଖଣ୍ଡ ପାଇକମାଲ ଥାନାର ପୂର୍ବତନ କର୍ମଚାରୀ ଗୋପାଳ ସାଙ୍କୁ ଆଜି(ଶନିବାର) ସକାଳ ସମୟରେ ଆକ୍ରମଣ ହୋଇଛି । ପାଇକମାଲ ବଜାର ଠାରେ ଜଣେ ଅଜଣା ବ୍ୟକ୍ତି ଅତର୍କିତ ଭାବରେ ଏକ ଖଣ୍ଡାରେ ଆକ୍ରମଣ କରିଛି । ଆକ୍ରମଣ ଫଳରେ ଗୋପାଳଙ୍କ ବାମ ହାତ ଓ ଡାହାଣ ଗୋଡ଼ ଏବଂ ପିଠିରେ ଗଭୀର କ୍ଷତ ଲାଗିଛି । ଚିକିତ୍ସା ପାଇଁ ତାଙ୍କୁ ପ୍ରଥମେ ପଦ୍ମପୁର ଡାକ୍ତରଖାନା ଓ ପରେ ବରଗଡ଼ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିବା ସୂଚନା ରହିଛି।

ତେବେ ପାଇକମାଲ ଅଞ୍ଚଳରେ ଖଣ୍ଡା ବୁଲିବା ଏବଂ ଜଣେ ପୂର୍ବତନ ପୋଲିସ କର୍ମଚାରୀଙ୍କୁ ଆକ୍ରମଣ ହେବା ସାଧାରଣରେ ପ୍ରଶ୍ନ ଉଠିଛି । ଏଥିରୁ ଜଣାପଡୁଛି ଯେ ପାଇକମାଲ ଅଞ୍ଚଳରେ କିପରି ଭାବରେ ଗୁଣ୍ଡାରାଜ ବଢି ଚାଲିଛି । ଜଣେ ପୂର୍ବତନ ପୋଲିସ କର୍ମଚାରୀଙ୍କୁ ଗୋଡାଇ ଗୋଡାଇ ହାଣିବା ପୋଲିସ ପ୍ରତି ଲୋକଙ୍କ ଭୟ କମି ଯାଉଥିବା ଚର୍ଚ୍ଚା ହେଉଛି ।

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.