ETV Bharat / state

ବରଗଡ଼ରେ ୨ ଲୁଟେରାଙ୍କୁ ପିଟି ପିଟି ହତ୍ୟା; ଆଉ ଜଣେ ଗୁରୁତର

author img

By ETV Bharat Odisha Team

Published : Nov 22, 2023, 9:35 AM IST

Updated : Nov 22, 2023, 2:16 PM IST

ବରଗଡ଼ରେ ୨ ଲୁଟେରାଙ୍କୁ ପିଟି ପିଟି ହତ୍ୟା । ମୋବାଇଲ ଝାମ୍ଫି ନେବା ବେଳେ ଲୋକଙ୍କ ହାତରେ ଧରା ପଡିଥିଲେ ଲୁଟେରା । ଅଧିକ ପଢନ୍ତୁ

ବରଗଡ଼ରେ ୨ ଲୁଟେରାଙ୍କୁ ପିଟି ପିଟି ହତ୍ୟା
ବରଗଡ଼ରେ ୨ ଲୁଟେରାଙ୍କୁ ପିଟି ପିଟି ହତ୍ୟା
ବରଗଡ଼ରେ ୨ ଲୁଟେରାଙ୍କୁ ପିଟି ପିଟି ହତ୍ୟା

ବରଗଡ଼: ଦିନ ଦ୍ବିପ୍ରହରରେ ଲୁଟ୍ ଉଦ୍ୟମ ମହଙ୍ଗା ପଡ଼ିଲା । ସ୍ଥାନୀୟ ଲୋକଙ୍କ ହାତରେ ଧରାପଡି ପ୍ରବଳ ମାଡ ଖାଇଲେ ଲୁଟେରା । ଉତ୍ୟକ୍ତ ଲୋକଙ୍କ ନିସ୍ତୁକ ମାଡରେ ଦୁଇ ଜଣ ଲୁଟେରାଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଅଛି । ମଙ୍ଗଳବାର ବରଗଡ ଜିଲ୍ଲାର ଭେଡେନ ରାସ୍ତା ସାହୁଟିକ୍ରା ରୋଡ଼ରେ ଏଭଳି ଅଭାବନୀୟ ଘଟଣା ଘଟିଛି । ଗୁରୁତର ଲୁଟେରାକୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ମୃତକମାନେ ହେଲେ ପାଣ୍ଡ୍ରିପଥରର 20 ବର୍ଷୀୟ ବିଜୟ ବାଗ ଏବଂ ସମ୍ବଲପୁର ଜିଲ୍ଲାର ବିକୁ ଜାଲ । ଆହତ ଜଣକ ସୁରଜ କର୍ମୀ ବୋଲି ପରିଚୟ ମିଳିଛି l

ଦୀର୍ଘ ଦିନରୁ ବରଗଡ଼ରୁ ଭେଡେନ, ତୋରା ଓ ଧାଙ୍ଗେର ରାସ୍ତାରେ ଲୁଟେରାମାନେ ଉତ୍ପାତ ମଚାଇଥିଲେ । ପ୍ରତିଦିନ ଲୁଟପାଟ ଲାଗିରହିଥିବା ବେଳେ ଥାନାରେ ଯେତେ ଅଭିଯୋଗ କରୁଥିଲେ ସୁଦ୍ଧା କୌଣସି ସୁଫଳ ମିଳୁନଥିଲା । ଲୁଟେରାମାନେ ଦିବାଲୋକରେ ଲୋକଙ୍କୁ ଠାରୁ ଟଙ୍କା, ମୋବାଇଲ ଛଡାଉ ପଳାଉଥିଲେ ହେଁ ପୋଲିସ ହାତରେ କେବେ ଧରାପଡୁନଥିଲେ । ଏହାକୁ ନେଇ ଲୋକଙ୍କ ମଧ୍ୟରେ ଆକ୍ରୋଶ ବୃଦ୍ଧି ପାଉଥିବା ବେଳେ ମଙ୍ଗଳବାର ଦୁଇ ଜଣ ଲୁଟେରା ଏହି ଆକ୍ରୋଶର ଶିକାର ହୋଇଛନ୍ତି ।

ଏହା ମଧ୍ୟ ପଢନ୍ତୁ: ପ୍ରମିକାକୁ ଛୁରା ମାଡ଼ କରି ପ୍ରେମିକ ଫେରାର, ବିହାରୀ ପ୍ରେମିକକୁ ଖୋଜୁଛି ପୋଲିସ

ସୂଚନା ଅନୁଯାୟୀ, ମଙ୍ଗଳବାର ଅପରାହ୍ନ 4ଟାରେ ବରଗଡ଼ ଭେଡେନ ରାସ୍ତା ସାହୁଟିକ୍ରା ରୋଡ଼ରେ 4 ଜଣ ଦୁର୍ବୁତ୍ତ ଦିବାଲୋକରେ ଜଣକୁ ଅଟକାଇ ମୋବାଇଲ ଓ ଟଙ୍କା ଲୁଟିବାକୁ ଉଦ୍ୟମ କରୁଥିଲେ । ଏହାଦେଖି ସ୍ଥାନୀୟ ଲୋକେ 3 ଜଣ ଲୁଟେରାଙ୍କୁ କାବୁ କରିଥିବା ବେଳେ ଜଣେ ଘଟଣାସ୍ଥଳରୁ ଫେରାର ମାରିଥିଲା । ଏହାପରେ ରାଗରେ ଲୋକମାନେ ଚୋରମାନଙ୍କୁ ଠେଙ୍ଗା ଓ ବାଡ଼ିରେ ନିସ୍ତୁକ ମାଡ଼ ମାରିଥିଲେ । ଗ୍ରାମବାସୀ ପୋଲିସକୁ ଖବର ଦେବାପରେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଗୁରୁତର ଅବସ୍ଥାରେ ଲୁଟେରାମାନଙ୍କୁ ଉଦ୍ଧାର କରି ବରଗଡ଼ ପୁରୁଣା ହସ୍ପିଟାଲକୁ ଆଣିଥିଲା ।

ହେଲେ ହସ୍ପିଟାଲରେ ଜଣେ ଲୁଟେରାର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଦୁଇ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଥିଲା । ପରେ ବୁର୍ଲା ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର ହୋଇଥିବା ଅନ୍ୟ ଜଣେ ଗୁରୁତର ଲୁଟେରା ମଧ୍ୟ ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଥିବା ପୋଲିସ ସୂଚନା ଦେଇଛି । କହିରଖୁଛୁ କି, ତୋରା, ଧାଙ୍ଗେର ସହ ଆଖପାଖ ଅଞ୍ଚଳରେ ଦୀର୍ଘ ଦିନରୁ ଚୋରି ଓ ଡକାୟତି ହେଉଥିବା ବେଳେ ମଙ୍ଗଳବାର ଏପରି ଏକ ଅଭାବନୀୟ ଘଟଣା ଘଟିଯାଇଛି । ଏହାପୂର୍ବରୁ ଗତ ୧୮ ତାରିଖ ରାତ୍ରିରେ ଧାଙ୍ଗେର ଅଞ୍ଚଳରେ ମଧ୍ୟ ଦୁଇ ଜଣ ଚୋରକୁ ଅଞ୍ଚଳବାସୀ ନିର୍ଦ୍ଧୁମ ପିଟିଥିବା ସୂଚନା ମିଳିଛି ।

ଇଟିଭି ଭାରତ, ବରଗଡ଼

Last Updated : Nov 22, 2023, 2:16 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.