ETV Bharat / state

ପଦ୍ମପୁରକୁ ଜିଲ୍ଲା ମାନ୍ୟତା ଦାବି, ଦୁଇ ଦିନିଆ ବନ୍ଦ ପାଳନ - ଦୁଇ ଦିନିଆ ପଦ୍ମପୁର ବନ୍ଦ

ପଦ୍ମପୁର ଉପଖଣ୍ଡକୁ ଜିଲ୍ଲା ମାନ୍ୟତା ମାନ୍ୟତା ଦାବିରେ ଦୁଇ ଦିନିଆ ପଦ୍ମପୁର ବନ୍ଦ । ଏହି ବନ୍ଦ ଡାକରାକୁ ବିଭିନ୍ନ ସଙ୍ଗଠନ ସମର୍ଥନ କରିଥିବା ନେଇ ସୂଚନା । ଅଧିକ ପଢନ୍ତୁ

ପଦ୍ମପୁରକୁ ଜିଲ୍ଲା ମାନ୍ୟତା ଦାବି, ଦୁଇ ଦିନିଆ ବନ୍ଦ ପାଳନ

author img

By

Published : Nov 3, 2022, 11:41 AM IST

ବରଗଡ: ପଦ୍ମପୁର ଉପଖଣ୍ଡକୁ ଜିଲ୍ଲା ମାନ୍ୟତା ଦାବିକରି ଦୁଇ ଦିନିଆ ବନ୍ଦ ଡାକରା ଦେଇଛନ୍ତି ପଦ୍ମପୁର ବାସିନ୍ଦା । ପଦ୍ମପୁରର ବିଭିନ୍ନ ସଙ୍ଗଠନ ଏହି ବନ୍ଦ ଡାକରାକୁ ସମର୍ଥନ କରିଥିବା ବେଳେ ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ସମସ୍ତ ବ୍ଲକରେ ମଧ୍ୟ ଏହାକୁ ସମର୍ଥନ ଜଣାଇ ଦୁଇ ଦିନିଆ ବନ୍ଦ କରାଯାଇଛି l

ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡକୁ ବିଭିନ୍ନ କ୍ଷେତ୍ରରେ ଅବହେଳା କରାଯାଉଥିବା ବେଳେ ସ୍ଥାନୀୟଲୋକେ ଦୀର୍ଘ ବର୍ଷରୁ ଏହାକୁ ବିରୋଧ କରି ଆସୁଛନ୍ତି । ବିପରୋଧ ସତ୍ତ୍ବେ ମଧ୍ୟ କୌଣସି ସୁଫଳ ନମିଳିବାରୁ ଶେଷରେ ବରଗଡ଼ ଜିଲ୍ଲାରୁ ପଦ୍ମପୁରକୁ ଅଲଗା କରାଯାଇ ଏକ ସ୍ୱତନ୍ତ୍ର ଜିଲ୍ଲାର ମାନ୍ୟତା ଦିଆଯାଉ ବୋଲି ଦାବି କରିଛନ୍ତି ସ୍ଥାନୀୟ ବସିନ୍ଦା । ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡରେ 6 ଗୋଟି ବ୍ଲକ ରହିଥିବା ବେଳେ ପ୍ରାୟତଃ ସମସ୍ତ ବ୍ଲକର ଲୋକଙ୍କୁ ଜିଲ୍ଲା ମୁଖ୍ୟାଳୟକୁ ଯିବାକୁ 120 କିଲୋମିଟର ଦୂରରୁ ଯିବାକୁ ପଡ଼ିଥାଏ । ଅନ୍ୟପଟେ ଏହି ଅଞ୍ଚଳକୁ ପ୍ରଶାସନିକ ଅବହେଳା କରାଯାଉଥିବା ଏବଂ ବିକାଶ କାର୍ଯ୍ୟ ଆଦୌ ହେଉନଥିବା ନେଇ ଅଞ୍ଚଳବାସୀ ଆନ୍ଦୋଳନ କରି ପଦ୍ମପୁର ଜିଲ୍ଲା କରାଯାଉ ବୋଲି ଦାବି କରିଛନ୍ତି । ତେଣୁ ପଦ୍ମପୁରକୁ ଦୁଇଦିନ ଯାଏଁ ବନ୍ଦ ରଖାଯାଇଛି ।

ଏହା ମଧ୍ୟ ପଢନ୍ତୁ: CM Naveen Reviews BSKY: ଦେଶର ୫୦୦ ଘରୋଇ ହସ୍ପିଟାଲ BSKYରେ ତାଲିକାଭୁକ୍ତ

ତେବେ ଏହି ଆନ୍ଦୋଳନକୁ ପଦ୍ମପୁରର ସମସ୍ତ ସଙ୍ଗଠନ ସମର୍ଥନ କରିଛନ୍ତି । ଦୋକାନ ବଜାର, ଗାଡିମୋଟର ଓ ସମସ୍ତ କାର୍ଯ୍ୟାଳୟ, ସ୍କୁଲ ଓ କଲେଜ ଦୁଇ ଦିନ ପାଇଁ ବନ୍ଦ ରଖାଯାଇଛି । ପଦ୍ମପୁର ଜିଲ୍ଲା ହେଉବୋଲି ପାଇକମାଲ ବ୍ଲକ, ଝରବନ୍ଧ ବ୍ଲକ, ଗାଇସିଲେଟ ବ୍ଲକ ଓ ବିଜେପୁର ବ୍ଲକର ସଙ୍ଗଠନମାନେ ମଧ୍ୟ ସମର୍ଥନ କରୁଛନ୍ତି । ଏହି ୬ଟି ବ୍ଲକ ସବୁ ସମୟରେ ମରୁଡିର ଶିକାର ହେଉଛି ଏବଂ ଦାଦନ ସମସ୍ୟା ଲାଗି ରହିଛି । ହେଲେ ବରଗଡ଼ ଜିଲ୍ଲା ସହିତ ଥିବାରୁ ଏହାକୁ ମଧ୍ୟ ଏକ ଉନ୍ନତ ଅଞ୍ଚଳ ବୋଲି ଗଣାଯାଉଛି ଏବଂ ଅବହେଳା କରାଯାଉଛି କିନ୍ତୁ ଏହିଅଞ୍ଚଳର ପାଣିପାଗ KBK(Koraput, Bolangir and Kalahandi) ଅଞ୍ଚଳ ସହିତ ସମାନ । ତେଣୁ ପଦ୍ମପୁର ଉପଖଣ୍ଡକୁ ଏକ ଜିଲ୍ଲା ହେଉବୋଲି ଦାବି ବହୁଦିନରୁ କରାଯାଉଛି । ପଦ୍ମପୁର ଉପଖଣ୍ଡ ଶେଷ ଗାଁ ଠାରୁ ବରଗଡ଼କୁ ପ୍ରାୟ 160 କିମି ପଡୁଥିବାରୁ ପଦ୍ମପୁରକୁ ଜିଲ୍ଲା ମାନ୍ୟତା ପାଇଁ ଦାବି ଯଥାର୍ଥ କହନ୍ତି ଆନ୍ଦୋଳନକାରୀ l

ଇଟିଭି ଭାରତ, ବରଗଡ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.