ETV Bharat / state

ନକଲି ରିଲିଜ ଅର୍ଡର ସହାୟତାରେ ଜେଲରୁ ମୁକୁଳିଲେ 2 ଅପରାଧୀ

author img

By

Published : Mar 19, 2020, 7:29 PM IST

ନକଲି ରିଲିଜ ଅର୍ଡର ସାହାଯ୍ୟରେ ଜେଲରୁ ମୁକୁଳିଲେ 2 ଅପରାଧୀ । ଘଟଣା ସାମନାକୁ ଆସିଛି ବରଗଡ ସବ-ଜେଲରୁ । ଅଧିକ ପଢନ୍ତୁ...

Two criminals were released from prison with a fake release order
ନକଲି ରିଲିଜ ଅର୍ଡର ସହାୟତାରେ ଜେଲରୁ ମୁକୁଳିଲେ 2 ଅପରାଧୀ

ବରଗଡ: ଜାଲ ନୋଟ, ଜାଲ ପଟ୍ଟା, ଜାଲ ଷ୍ଟାମ୍ପ ପେପର ପରେ ଏବେ ଜାଲ ରିଲିଜ ଅର୍ଡର । ଏହି ଜାଲ ରିଲିଜ ଅର୍ଡର ସାହାଯ୍ୟରେ ଜେଲରୁ ମୁକୁଳିଛନ୍ତି 2 ଅପରାଧୀ । ଏଭଳି ଘଟଣା ସାମନାକୁ ଆସିଛି ବରଗଡ ସବ-ଜେଲରୁ ।

ସବ-ଜେଲରେ ଅପହରଣ ମାମଲାରେ ବିଚାରାଧୀନ କଏଦୀ ଭାବରେ ଥିବା 2 ଜଣ କଏଦୀ ନକଲି ରିଲିଜ ଅର୍ଡର ସହାୟତାରେ ଜେଲରୁ ମୁକୁଳିଯାଇଥିବା ପରି ଅଜବ ଘଟଣା ଘଟିଛି । ଗତ ମାର୍ଚ୍ଚ ୧୭ ତାରିଖରେ ଉଭୟ କଏଦୀ ଏଡିଜେ କୋର୍ଟରେ ହାଜର ହେବାର ତାରିଖ ରହିଥିଲା । କିନ୍ତୁ ଉଭୟ ମାର୍ଚ୍ଚ 3 ତାରିଖରେ ବରଗଡ ସବଜେଲରୁ ଜେଲରୁ ମୁକୁଳି ଯାଇଥିବା ଜଣାପଡିଛି । କଏଦୀ ମାନଙ୍କୁ ୧୭ ତାରିଖରେ କୋର୍ଟରେ ହାଜର କରାନଯିବାରୁ ଯେତେବେଳେ କୋର୍ଟରୁ ଜେଲ କର୍ତ୍ତୃପକ୍ଷଙ୍କୁ ନୋଟିସ ଜାରି କରାଗଲା ପ୍ରକୃତ ଘଟଣାଟି ପଦାକୁ ଆସିଥିଲା ।

ତେବେ ଆଶ୍ଚର୍ଯ୍ୟର ବିଷୟ ଯେ ଜଣେ ମାଜିଷ୍ଟେଟଙ୍କ ଜାଲ ଦସ୍ତଖତ ସହିତ ଏଡିଜେ କୋର୍ଟର ମୋହରକୁ ମଧ୍ୟ ଜାଲିଆତି କରି ନକଲି ରିଲିଜ ଅର୍ଡର ତିଆରି କରି ଜେଲରୁ 2ଜଣ ଧୃତ କଏଦୀଙ୍କୁ ଫେରାର କରି ଦିଆଯାଇଛି । ଫେରାର କଏଦୀ 2ଜଣ ହେଲେ ଛତିଶଗଡ ରାଜ୍ୟର ପ୍ରଦୀପ ଠାକୁର ଏବଂ ସାହିଲ ଓରଫ ଉତ୍ତର କୁମାର ଫୁଟେ ବୋଲି ଜଣାପଡିଛି । ଉଭୟ ଅପରାଧୀ ଗତ ୨୦୧୯ ଜୁଲାଇ ମାସରେ ଛତିଶଗଡ଼ ଅଞ୍ଚଳର ଜଣେ ବ୍ୟବସାୟୀଙ୍କୁ ବରଗଡରେ ଅପହରଣ କରି ତାଙ୍କ ପରିବାର ଲୋକଙ୍କୁ ଲକ୍ଷାଧିକ ଟଙ୍କା ଦାବି କରିଥିଲେ । ଏନେଇ ବରଗଡ ଟାଉନ ଥାନାରେ ଏତଲା ହେବା ପରେ ବରଗଡ ପୋଲିସ ଚତୁରତାର ସହିତ ଅପହରଣକାରୀଙ୍କୁ କାବୁ କରି କୋର୍ଟ ପଠାଇଥିଲା । ମାତ୍ର ବରଗଡ ସବ-ଜେଲର ଅବହେଳା କାରଣରୁ ଉଭୟ ଅପରାଧୀ କୌଶଳକ୍ରମେ ଖସିଯିବାରେ ସଫଳ ହୋଇଛନ୍ତି । ତେବେ ଏତେ ବଡ ଘଟଣାରେ ଏକ ବଡ ରାକେଟର ହାତ ରହିଥିବା ନେଇ ସନ୍ଦେହ କରାଯାଉଛି ।

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.