ETV Bharat / state

ଚର୍ଚ୍ଚାରେ ବରଗଡ଼ର ଝିଅ ଦୀପା, 5T ମାଧ୍ୟମରେ 6ହଜାର ସମସ୍ୟାର କଲେଣି ସମାଧାନ - ଟ୍ୱିଟର ରାଣୀ ଦୀପା ବାରିକ

ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି ଟ୍ୱିଟର ରାଣୀ ଦୀପା ବାରିକ । ରାଜ୍ୟ ସରକାରଙ୍କ 5T ବ୍ୟବସ୍ଥାକୁ ଜନସାଧାରଣଙ୍କ ପାଖରେ ପହଞ୍ଚାଇବା ସାରା ଦେଶରେ ପ୍ରଶଂସା ସାଉଁଟିଛନ୍ତି । ଅଧିକ ପଢ଼ନ୍ତୁ

twitter girl deepa barik solve many problems of public under 5T scheme
ଚର୍ଚ୍ଚାରେ ଓଡ଼ିଆ ଝିଅ ଦୀପା, 5T ମାଧ୍ୟମରେ 6ହଜାର ସମସ୍ୟାର କଲେଣି ସମାଧାନ
author img

By

Published : Jul 16, 2022, 12:51 PM IST

Updated : Jul 16, 2022, 1:41 PM IST

ବରଗଡ଼: ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି ଟ୍ୱିଟର ରାଣୀ ଦୀପା ବାରିକ । ରାଜ୍ୟ ସରକାରଙ୍କ 5T ବ୍ୟବସ୍ଥାକୁ ଜନସାଧାରଣଙ୍କ ପାଖରେ ପହଞ୍ଚାଇ ସାରା ଦେଶରେ ପ୍ରଶଂସା ସାଉଁଟିଛନ୍ତି ବରଗଡ଼ର ଝିଅ ଦୀପା । ଗୁଜୁରାଟଠାରୁ ଆରମ୍ଭ କରି ଛତିଶଗଡ଼ ସରକାରଙ୍କ ପର୍ଯ୍ୟନ୍ତ ସମସ୍ତେ ଦୀପାଙ୍କୁ ପ୍ରଶଂସା କରିଛନ୍ତି । ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଳ ବ୍ଲକ ଟେମରୀ ଗ୍ରାମର ଝିଅ ଦୀପା ବାରିକ ।

ଚର୍ଚ୍ଚାରେ ଓଡ଼ିଆ ଝିଅ ଦୀପା

ରାଜ୍ୟ ସରକାରଙ୍କ ଦ୍ବାରା ପ୍ରଚଳିତ 5T ବ୍ୟବସ୍ଥାର ସଫଳରୂପାୟନ ଦିଗରେ ସେ କାମ କରିଆସୁଛନ୍ତି । ପ୍ରତିଦିନ ଏହି ଯୋଜନାରେ ହଜାର ହଜାର ଅସହାୟ ଲୋକଙ୍କ ସମସ୍ୟା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଟୁଇଟ ଯୋଗେ ଅଭିଯୋଗ କରି ତାହାର ସମାଧାନ କରି ଆସୁଛନ୍ତି । 5T ଯୋଜନା କାର୍ଯ୍ୟକାରୀ ହେବା ପରେ ସାମାଜିକ ଗଣମାଧ୍ୟମ ଜରିଆରେ ହେଉଥିବା ଅଭିଯୋଗ ପ୍ରତି ଗୁରୁତ୍ବାରୋପ କରାଯାଇଛି । ଏହି ବ୍ୟବସ୍ଥାରେ ଜନସାଧାର କିଭଳି ଉପକୃତ ହେବେ ସେନେଇ ଟ୍ବିଟର ରାଣୀ ଦୀପା ଉଦ୍ୟମ ଜାରି ରଖିଛନ୍ତି ।

ସମସ୍ୟାର ସମାଧାନ ପରେ ତାକୁ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଦେବା ସହ ଲୋକମାନେ ଆହୁରି ସୁବିଧା ପ୍ରାପ୍ତ କରନ୍ତୁ ବୋଲି ଆହ୍ୱାନ କରିଥାନ୍ତି । ୨୦୧୯ ମସିହାରୁ ଏଯାବତ ୬ ହଜାର ସମସ୍ୟାର ସମାଧାନ କରିସାରିଛନ୍ତି ଦୀପା । ଯାହାକୁ ଜାତୀୟ ଗଣମାଧ୍ୟମରେ ଉଚ୍ଚ ପ୍ରଶଂସା କରାଯାଇଛି ।

ଛତିଶଗଡ଼ A.DGP ଦିପାନସୁ କାବ୍ରା ଦୀପାଙ୍କ ସହ 5T, ମୋ ସରକାର ମଡେଲ ସମ୍ପର୍କରେ ଭିଡ଼ିଓ କଲ ଜରିଆରେ ଆଲୋଚନା କରିଛନ୍ତି । ଓଡ଼ିଶା ସରକାରଙ୍କ କାର୍ଯ୍ୟକୁ ଗୁଜୁରାଟର ଲୋକେ ପ୍ରଶଂସା କରିବା ସହ ଏହି ଯୋଜନା ଆରମ୍ଭ କରିବାକୁ ଗୁଜୁରାଟ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ।

ଇଟିଭି ଭାରତ, ବରଗଡ଼

Last Updated : Jul 16, 2022, 1:41 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.