ETV Bharat / state

ବୁଲା ଗାଈଗୋରୁଙ୍କ ପାଇଁ ବେହାଲ ହୋଇଛି ବରଗଡ ଟ୍ରାଫିକ ବ୍ୟବସ୍ଥା - ଛତିଶଗଡ ସରକାର

ବରଗଡ ସହରର ରାସ୍ତା କଡରେ ବୁଲୁଥିବା ଶହଶହ ଗାଈ ଗୋରୁଙ୍କ ପାଇଁ ଦେଖା ଦେଇଛି ଟ୍ରାଫିକ ସମସ୍ୟା | ତେବେ ଏହି ସମସ୍ୟାର ସମାଧାନ ପାଇଁ ନା ତତ୍ପର ଦେଖାଉଛି ଜିଲ୍ଲାପ୍ରଶାସନ ନା ପୌରପରିଷଦ |

ଫଟୋ ସୌଜନ୍ୟ: ସମ୍ବାଦଦାତା, ବରଗଡ
author img

By

Published : Sep 6, 2019, 1:41 AM IST

ବରଗଡ: ବରଗଡ ସହରରେ ବେହାଲ ହୋଇପଡିଛି ଟ୍ରାଫିକ ସମସ୍ୟା | ଯାନବାହାନ ବା ପାର୍କିଂର ଅବ୍ୟବସ୍ଥା କାରଣରୁ ନୁହେଁ ବରଂ ସହରର ରାସ୍ତା କଡରେ ବୁଲୁଥିବା ଶହଶହ ଗାଈଗୋରୁଙ୍କ ପାଇଁ ଦେଖା ଦେଇଛି ଏହିଭଳି ଟ୍ରାଫିକ ସମସ୍ୟା | ତେବେ ଏହି ସମସ୍ୟାର ସମାଧାନ ପାଇଁ ନା ତତ୍ପର ଦେଖାଉଛି ଜିଲ୍ଲାପ୍ରଶାସନ ନା ପୌରପରିଷଦ |

ତେବେ ବରଗଡର ରାସ୍ତାଘାଟ ବୁଲା କୁକୁର ଏବଂ ଗାଈଗୋରୁଙ୍କ ଚରାଭୂଇଁ ପାଲିଟିଛି | ଯୁଆଡେ ଦେଖିଲେ ପହ୍ଲପହ୍ଲ ଗାଈଗୋରୁ ରାସ୍ତା ଉପରେ ବୁଲୁଛନ୍ତି । ଫଳରେ ପ୍ରତିଦିନ ସହରରେ ଦୁର୍ଘଟଣା ଘଟୁଛି । କେତେବେଳେ ଦୁର୍ଘଟଣାରେ ଗାଈଗୋରୁ ଆହତ ହେଉଛନ୍ତି ତ ଆଉ କେତେବେଳେ ବାଇକରେ ଯାଉଥିବା ଲୋକେ ଦୁର୍ଘଟଣାର ଶିକାର ହେଉଛନ୍ତି | ଗତ ଚାରି ମାସ ମଧ୍ୟରେ ଦୁର୍ଘଟଣାରେ ଜିଲ୍ଲାର ୫ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି |

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବରଗଡ

ତେବେ ବୁଲା ଗାଈଗୋରୁଙ୍କ ସୁରକ୍ଷା ଓ ଦୁର୍ଘଟଣାକୁ ଏଡାଇବା ପାଇଁ ଛତିଶଗଡ ସରକାର ତତ୍ପରତା ଦଖାଇଛନ୍ତି । ଛତିଶଗଡ ସରକାରଙେକ ପକ୍ଷରୁ ବରଗଡର ରାସ୍ତାକଡରେ ବୁଲୁଥିବା ଗାଈଗୋରୁଙ୍କ ବେକରେ ରେଡିୟମର ପଟି ଲଗାଉଯାଉଥିବା ବେଳେ ବରଗଡ ଜିଲ୍ଲା ପ୍ରଶାସନ ପକ୍ଷରୁ କୌଣସି ପ୍ରକାରର ବ୍ୟବସ୍ଥା କରାଯାଉନଥିବା ଅଭିଯୋଗ ହୋଇଛି |

ତେବେ ଜିଲ୍ଲା ପ୍ରଶାସନ ଏବଂ ପୌରପରିଷଦର କେବେ ଏନେଇ ନିଦ ଭାଙ୍ଗୁଛି ତାହା ଦେଖିବା ବାକି ରହିଲା ।

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

Intro:ବରଗଡ ସହରରେ ବେହାଲ ହୋଇପଡିଛି ଟ୍ରାଫିକ ସମସ୍ୟା | ଯାନବାହାନ ବା ପାର୍କିଂ ର ଅବ୍ୟବସ୍ଥା କାରଣରୁ ନୁହେଁ ବରଂ ସହରର ରାସ୍ତା କଡରେ ବୁଲୁଥିବା ଶହଶହ ଗାଈ ଗୋରୁ ଙ୍କ ପାଇଁ ଦେଖା ଦେଇଛି ଟ୍ରାଫିକ ସମସ୍ୟା| ରାସ୍ତାକଡରେ ବୁଲୁଛନ୍ତି ଶହ ଶହ ଗୋରୁଗାଈ ଏବଂ ବୋଲା କୁକୁର ଯାହାଫଳରେ ବାରମ୍ବାର ଦୁର୍ଘଟଣାର ଶିକାର ହେଉଛନ୍ତି ବରଗଡ ବାସୀ ହେଲେ ଏହି ସମସ୍ୟାର ସମାଧାନ ପାଇଁ ନା ତତ୍ପର ଦେଖାଉଛି ଜିଲ୍ଲାପ୍ରଶାସନ ନା ପୌରପରିଷଦ |
Body:ବରଗଡ ର ରାସ୍ତାଘାଟ ବୁଲା କୁକୁର ଏବଂ ଗାଈଗୋରୁଙ୍କ ଚରାଭୂଇଁ ପାଲିଟିଛି | ଯୁଆଡେ ଦେଖିଲେ ପଲପଲ ଗାଈଗୋରୁ ରାସ୍ତା ଉପରେ ପଡିରହିଛନ୍ତି ଏବଂ ଉଠୁନାହାନ୍ତି ଯାହାଫଳରେ ସହରରେ ଟ୍ରାଫିକ ସମସ୍ୟା ଦେଖାଯାଉଛି ଏବଂ କେତେବେଳେ ଦୁର୍ଘଟଣାରେ ଗାଈଗୋରୁ ଆହତ ହେଉଛନ୍ତି ତ ଆଉକେତେବେଳେ ବାଇକ ରେ ଯାଉଥିବା ଲୋକେ ଦୁର୍ଘଟଣା ର ଶିକାର ହେଉଛନ୍ତି | ବୋଲା ଗାଈଗୋରୁଙ୍କ ପାଇଁ ପ୍ରତିଦିନ ଗୋଟେ ଦିଟା ଦୁର୍ଘଟଣା ବରଗଡ ମୁଖ୍ୟ ଚିକିତ୍ସାଳୟକୁ ଆସୁଥିବା ବେଳେ ଗତ ଚାରି ମାସ ମଧ୍ୟରେ ଜିଲ୍ଲାର ୫ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି | ତେବେ ବୋଲା ଗାଈଗୋରୁଙ୍କ ସୁରକ୍ଷା ଓ ଦୁର୍ଘଟଣା ଗୁଡିକୁ ଏଡାଇବା ପାଇଁ ଛତିଶଗଡ ସରକାର ପକ୍ଷରୁ ବରଗଡର ରାସ୍ତାକଡରେ ବୁଲୁଥିବା ଗାଈଗୋରୁଙ୍କ ବେକରେ ରେଡିୟମ ର ପଟି ଲଗାଜାଊଥିବା ବେଳେ କିନ୍ତୁ ବରଗଡଜିଲ୍ଲା ପ୍ରଶାସନ ପକ୍ଷରୁ କୌଣସି ପ୍ରକାରର ବ୍ୟବସ୍ଥା କରାଯାଉନଥିବା ଅଭିଯୋଗ ହୋଇଛି | ତେବେ ଜିଲ୍ଲା ପ୍ରଶାସନ ବା ପୌରପରିଷଦ ପକ୍ଷରୁ ଶୀଘ୍ର ଏହି ସମସ୍ୟାର ସମାଧାନ କରାନଗଲେ ଦୁର୍ଘଟଣା ଘଟିବା ସହିତ ବହୁ ଧନଜୀବନ ନଷ୍ଟ ହେବାର ଭୟ ରହିଛି | Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.