ବରଗଡ: ଧରାପୃଷ୍ଠରେ ପାଦ ଥାପିଛି ଋତୁରାଜା ବସନ୍ତ। ସେଥିପାଇଁ ତ ମଣିଷ ଠାରୁ ଆରମ୍ଭ କରି ପଶୁ ପକ୍ଷୀ ସମସ୍ତଙ୍କ ପ୍ରିୟ ଏହି ଋତୁ। କବିର କବିତା, ଚଳଚଞ୍ଚଳ ପ୍ରକୃତି, କୋଇଲିର କୁ କୁ ଶବ୍ଦରେ ଚହଟୁଥାଏ ସାରା ମୁଲକ । ଆଉ ପୁଣି ଆମ୍ବ ବଉଳ ଓ ମହୁଲ ବାସନା ଭରା ମୃଦୁ ମଳୟ ମନକୁ ମତୁଆଲା କରିଦିଏ । ସତେ ଯେପରି ଦୀର୍ଘଦିନର ଅପେକ୍ଷା ପରେ ଋତୁରାଜା ବସନ୍ତ ଓ ଧରଣୀରାଣୀଙ୍କ ମହାମିଳନ ହେଉଛି । ହେଲେ ଆଗ ପରି ଆଉ ସେମିତି ଦୃଶ୍ୟ ଦେଖିବାକୁ ମିଳୁନି । ସମୟରେ ପରିବର୍ତ୍ତନ ଆସିଛି, ତା ସଙ୍ଗେ ପରିବେଶ ମଧ୍ୟ । ସତେ ଯେମିତି ଗୁମୁରି ଗୁମୁରି କାନ୍ଦୁଛି ବସନ୍ତ ଋତୁ ।
ଆଜିର ବ୍ୟସ୍ତବହୁଳ ସମାଜରେ ଲୋକେ ଟେକ୍ନୋଲୋଜି ସହ ଏତେ ମାତ୍ରାରେ ଜଡିତ ଯେ ପ୍ରକୃତିର ଏହି ଅପରୂପ ସୌନ୍ଦର୍ଯ୍ୟକୁ ଉପଭୋଗ କରିବାକୁ କାହା ପାଖେ ଟିକେ ସମୟ ବି ନାହିଁ । ଅନ୍ୟପକ୍ଷରେ ମଣିଷ ଜଙ୍ଗଲ କ୍ଷୟ କରିବାରୁ ଆଜି ଏହି ବସନ୍ତ ଋତୁର ଅନୁଭୂତି ମଧ୍ୟ ଲୋପ ପାଇଯାଇଛି । ଆଜିର ସମୟରେ ବସନ୍ତ ଋତୁରେ ବି ଗ୍ରୀଷ୍ମ, ବର୍ଷା ଓ ଶୀତ ସମସ୍ତ ଋତୁ ଅନୁଭୂତ ହେଉଛି । ପରିବେଶ ପରିବର୍ତ୍ତନ ସହିତ ଋତୁର ଏପରି ଅସ୍ଵାଭାବିକ ପରିବର୍ତ୍ତନକୁ ନେଇ ଆଗାମୀ ପିଢୀ ପାଇଁ ପରିବେଶବିତ ମାନେ ଚିନ୍ତା ପ୍ରକଟ କରିଛନ୍ତି ।
ଆଜିର ବିଜ୍ଞାନ ଓ ମୋବାଇଲ ଯୁଗରେ ମଣିଷ ଯେଉଁଭଳି ବ୍ୟସ୍ତ ବହୁଳ ଜୀବନଜାପନ କରୁଛି ମଣିଷ ପାଖରେ ପ୍ରକୃତିର ଏହି ସୌନ୍ଦର୍ଯ୍ୟ ଭରା ପରିବେଶକୁ ଉପଭୋଗ କରିବାକୁ ମଧ୍ୟ ସମୟ ନାହିଁ । ଅନ୍ୟପକ୍ଷରେ ମଣିଷ ଯେଉଁ ଦ୍ରୁତ ଗତିରେ ଜଙ୍ଗଳକ୍ଷୟ କରିଚାଲିଛି ତାହାର ପରିଣାମରେ ଆଜି ଏହି ବସନ୍ତ ରୂତୁର ଅନୁଭୂତି ନଷ୍ଟ ପାଇସାରିଛି ।
ବରଗଡରୁ ରାଜେଶ ସରାପ, ଇଟିଭି ଭାରତ