ETV Bharat / state

ପତ୍ର ପରମ୍ପରାରେ ବନ୍ଧା ନୂଆଖାଇ

ପାଳିତ ହୋଇଛି ପଶ୍ଚିମ ଓଡିଶାର ଗଣପର୍ବ ନୂଆଁଖାଇ । ଶ୍ରଦ୍ଧା ଓ ମୈତ୍ରୀଭାବର ଏହି ପର୍ବରେ ଯୋଡି ହୋଇରହିଛି ଅନେକ ସଂସ୍କୃତି ଓ ପରମ୍ପରା । ସେଥିମଧୟରୁ ବିଭିନ୍ନ ପତ୍ରରେ ନୂଆ ଖାଇବାର ପରମ୍ପରା ଅନ୍ୟତମ । ନୂଆଁଖାଇରେ ଭିନ୍ନ ଭିନ୍ନ ପତ୍ରର ବ୍ୟବହାର ପାଇଁ ବୈଜ୍ଞାନିକ କାରଣ ରହିଥିବା ସହ ଶାସ୍ତ୍ରରେ ମଧ୍ୟ ଏହା ଉଲ୍ଲେଖ କରାଯାଇଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବରଗଡ଼
author img

By

Published : Sep 3, 2019, 8:01 PM IST

ବରଗଡ: ଧୁମଧାମରେ ପାଳିତ ହୋଇଛି ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ । ଆଉ ଏହି ପର୍ବ ସହ ଜୋଡି ହୋଇ ରହିଛି ଅନେକ ସଂସ୍କୃତି ଓ ପରମ୍ପରା । ସେହି ପରମ୍ପରା ମାନଙ୍କ ମଧ୍ୟରୁ ଗୋଟିଏ ହେଉଛି ପର୍ବରେ ବିଭିନ୍ନ ପତ୍ରର ବ୍ୟବହାର । ନୂଆଁଖାଇ ସହ ମହୁଲ, କୁରେଇ, ସର୍ଗୀ ପତ୍ର ଆଦି ନିବିଡ଼ ଭାବେ ଜଡ଼ିତ । କେଉଁ ଆବାହନ କାଳରୁ ଏହି ସବୁ ପତ୍ରରେ ନୂଆ ଖାଇବାର ପରମ୍ପରା ରହି ଆସିଛି । ଯାହାର ବୈଜ୍ଞାନିକ କାରଣ ରହିଥିବା ମଧ୍ୟ ଜଣାପଡିଛି । ବିଭିନ୍ନ ସଂପ୍ରଦାୟର ଲୋକେ ଭିନ୍ନ ଭିନ୍ନ ଗଛର ପତ୍ରରେ ନୂଆ ଖାଆନ୍ତି । କିଏ ସର୍ଗୀ ପତ୍ରରେ ତ କିଏ ମହୁଲ ପତ୍ର ଖଲି ଓ ଦନା ତିଆରି କରି ନୂଆଁଖାଇ ପର୍ବରେ ବ୍ୟବହାର କରୁଥିବା ବେଳେ ଅଧିକାଂଶ ଲୋକ କୁରେଇ ପତ୍ର ବ୍ୟବହାର କରିଥାନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବରଗଡ଼
ପ୍ରାଚୀନ ଯୁଗରେ ମଣିଷ ନିଜ ଦ୍ବାରା ଉତ୍ପାଦିତ ଅନ୍ନକୁ ପ୍ରଥମେ ଠାକୁରଙ୍କ ଠାରେ ଅର୍ପଣ କରୁଥିଲା ଏବଂ ସେହିଠାରୁ ହିଁ ନୂଆଁଖାଇର ସୃଷ୍ଟି । ନୂଆ ଅନ୍ନ ଉତ୍ପାଦନ କରି ଭଗବାଙ୍କୁ ଅର୍ପଣ କରିବା ପରେ ସେହି ପ୍ରସାଦକୁ ନିଜେ ପରିବାର ସହ ଏକତ୍ରିତ ହୋଇ ଖାଇବାର ସୁ ପରମ୍ପରା ଆଜି ମଧ୍ୟ ଉଜ୍ଜୀବିତ । ଏବେ ବି ପଶ୍ଚିମ ଓଡ଼ିଶାବାସୀ ବଣଜଙ୍ଗଲରେ ଲହଡି ମାରୁଥିବା ପତ୍ରର ବ୍ୟବହାରକୁ ଭୁଲି ନାହାନ୍ତି । ବିଶେଷ କରି କୁରେଇ ପତ୍ର ଅନ୍ୟସମୟରେ ବ୍ୟବହାର ହେଉନଥିବା ବେଳେ ନୂଆଁଖାଇ ସମୟରେ ନିଜ ଇଷ୍ଟଦେବୀକୁ ନବାନ୍ନ ଅର୍ପଣ କରିବାପାଇଁ କୁରେଇ ପତ୍ରର ବ୍ୟବହାର ହୋଇଥାଏ । ଭାଦ୍ରବ ମାସରେ କୁରେଇ ପତ୍ରର ବାସ୍ନା ସାରା ପରିବେଶକୁ ମହକେଇ ଦେଇଥାଏ । ଶାସ୍ତ୍ରରେ ଏହାକୁ ଶୁଦ୍ଧିପତ୍ର ବୋଲି ମଧ୍ୟ କୁହାଯାଏ ।

ଏହି ଋତୁରେ ମହୁଲ, ସର୍ଗୀ ଓ କୁରେଇ ପତ୍ରର ଅନେକ ମହତ ଗୁଣ ରହିଥାଏ ଯାହାମଧ୍ୟରୁ ଏହାର ଓୌଷଧୀୟ ଗୁଣ ଅନ୍ୟତମ । ଯାହା ଖାଦ୍ୟକୁ ହଜମ କରିବାରେ ସହାୟକ ହୋଇଥାଏ । ଗରମ ଖାଦ୍ୟର ସଂସ୍ପର୍ଷରେ ଆସିଲେ କୁରେପତ୍ରରୁ ଏକ ରସାୟନିକ ଅଂଶ ବାହାରେ ଯାହା ଖାଦ୍ୟକୁ ହଜମ କରାଏ । ସେଥିପାଇଁ ଆମ ପୂର୍ବ ପୂରୁଷ ମାନେ ଏହି ଔଷଧୀୟ ଗୁଣ ସମ୍ପନ୍ନ ବୃକ୍ଷର ପତ୍ରକୁ ନୂଆଁଖାଇରେ ବ୍ୟବହାର କରୁଥିଲେ। ମହୁଲ ପତ୍ର ଓ କୁରେଇ ପତ୍ର ସହଜରେ ମିଳିବା ସହ, ଏହା ନୂଆଖାଇଁ ପାଇଁ ସ୍ବତନ୍ତ୍ର ଭାବେ ବ୍ୟବହାର ହୋଇଥାଏ ।

ବରଗଡ଼ରୁ ରାଜେଶ ସରାପ, ଇଟିଭି ଭାରତ

Intro: ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ପର୍ବସହ ମହୁଲ, ଓ କୁରେ ପତ୍ର ନିବିଡ଼ ଭାବେ ଜଡ଼ିତ । କେଉଁ ଆବାହନ କାଳରୁ ପତ୍ରରେ ନୂଆଖାଇବା ପରମ୍ପରା ଚାଲିଆସିଛି ଯାହାର ବୈଜ୍ଞାନିକ କାରଣ ରହିଥିବା ମଧ୍ୟ ଜଣାପଡିଛି |ତେବେ ବିଭିନ୍ନ ସଂପ୍ରଦାୟର ଲୋକେ ଭିନ୍ନ ଭିନ୍ନ ଗଛର ପତ୍ରରେ ନୂଆଁଖାଉଥିଲେ । କିଏ ସର୍ଗି ପତ୍ର ରେ ତ କିଏ ମହୁଲ ପତ୍ରରେ ଖଲି ଓ ଦନା ତିଆରି କରି ନୂଆଁଖାଇ ପର୍ବରେ ବ୍ୟବହାର କରୁଥିବା ବେଳେ ଅଧିକାଂଶ ଲୋକ କୁରେ ପତ୍ର ବ୍ୟବହାର କରିଥାନ୍ତି ।
Body:ପ୍ରାଚୀନ ଯୁଗରେ ମଣିଷ ନିଜ ଦ୍ୱାରା ଉତ୍ପାଦିତ ଅନ୍ନକୁ ପ୍ରଥମେ ଭଗବାନଙ୍କ ଠାରେ ଅର୍ପଣ କରୁଥିଲା ଏବଂ ସେହିଠାରୁ ହିଁ ନୂଆଁଖାଇର ସୃଷ୍ଟି । ନୂଆଁ ଅନ୍ନ ଉତ୍ପାଦନ କରି ଭଗବାଙ୍କୁ ଅର୍ପଣକରିବା ପରେ ସେହି ପ୍ରସାଦକୁ ନିଜେ ପରିବାର ସହ ଏକତ୍ରିତ ହୋଇ ଖାଇବାର ସୁ ପରମ୍ପରା ଆଜି ମଧ୍ୟ ଚାଲିଆସିଛି | ଏବେ ବି ପଶ୍ଚିମ ଓଡ଼ିଶାବାସୀ ବଣଜଂଗଲରେ ଫୁଟି ଉଠୂଥିବା ପତ୍ରର ବ୍ୟବହାରକୁ ଭୁଲି ନାହାନ୍ତି । ବିଶେଷଭାବେ କୁରେପତ୍ର ଅନ୍ୟସମୟରେ ବ୍ୟବହାର ହେଉନଥିବା ବେଳେ ନୂଆଁଖାଇ ସମୟରେ ନିଜ ଇଷ୍ଟଦେବଂକୁ ନର୍ବାନ୍ନ ଅର୍ପଣ କରିବାପାଇଁ କୁରେପତ୍ରର ବ୍ୟବହାର ହୋଇଥାଏ । ଭାଦ୍ରବ ମାସରେ କୁରେ ପତ୍ରର ବାସ୍ନା ସାରା ପରିବେଶକୁ ମହକେଇ ଦେଇଥାଏ । ଶାସ୍ରରେ ମଧ୍ୟ ଏହାର ବର୍ଣ୍ଣନା ରହିଛି ଏହାକୁ ଶୁଦ୍ଧିପତ୍ର ମଧ୍ୟ କୁହାଯାଏ ।
Conclusion:ଏହି ରୂତୁରେ ମହୁଲ , ସର୍ଗି ଓ କୁରେପତ୍ରର ଅନେକ ମହତ ଗୁଣ ରହିଥାଏ ଯାହାମଧ୍ୟରୁ ଏହାର ଓଷଧିୟ ଗୁଣ ଅନ୍ୟତମ । ଯାହା ଖାଦ୍ୟକୁ ହଜମ କରିବାରେ ସହାୟକ ହୋଇଥାଏ । ଗରମ ଖାଦ୍ୟର ସଂସ୍ପର୍ଷରେ ଆସିଲେ କୁରେପତ୍ର ରୁ ଏକ ରସାୟନିକ ଅଂଶ ବାହାରେ ଯାହା ଖାଦ୍ୟକୁ ହଜମ କରାଏ । ସେଥିପାଇଁ ଆମ ପୂର୍ବ ପୂରୁଷ ମାନେ ଏହି ଓଷଧିୟ ଗୁଣ ସମ୍ପନ୍ନ ବୃକ୍ଷର ପତ୍ରକୁ ବ୍ୟବହାର କରୁଥିଲେ ନୂଆଁଖାଇରେ । ଯାହା ପରଂପରା ଅନୁଯାୟି ଆଜିବି ଚାଳିଆସି ଥିବା ବେଳେ ନୁଆଁଖାଇ ସମୟରେ ଗାଁ ଲୋକେ ସହରରେ ଏହି ପତ୍ର ବିକ୍ରୟ କରି ଭଳ ଦିପଇସା ରୋଜଗାର କରିପାରୁଛନ୍ତି ।
ତେବେ ଅନ୍ୟପତ୍ର ଗୁଡ଼ିକ ସବୁ ସମୟରେ ବ୍ୟବହାର ହେଉଥିବା ବେଳେ ମହୁଲ ପତ୍ର ଓ କୁରେପତ୍ର ସହଜରେ ମିଳିବା ସହ,ଏହା ନୂଆଖାଇଁ ପାଇଁ ସ୍ୱତନ୍ର ଭାବେ ବ୍ୟବହାର ହୋଇଥାଏ ।

ବାଇଟ ୧. ପ୍ରମୋଦ ମହାପାତ୍ର
ବାଇଟ ୨. ଗୋପବନ୍ଧୁ ପୁରୋହିତ ( ଶିକ୍ଷକ )
ବାଇଟ ୩. ସେବକ ପୁଝାରୀ
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.