ETV Bharat / state

ଟେଣ୍ଟ ହାଉସରୁ ଯୁବକଙ୍କ ଝୁଲନ୍ତା ମୃତଦେହ ମିଳିବା ଘଟଣା, ହତ୍ୟା ପରେ ଆତ୍ମହତ୍ୟାର ରୂପ ଦେଇଥିଲେ ଅପରାଧୀ - baraharah murder case

ଯୁବକଙ୍କ ମୃତଦେହ ଝୁଲନ୍ତା ମୃତଦେହ ମିଳିବା ଘଟଣାର ପର୍ଦ୍ଦାଫାଶ କରିଛି ବରଗଡ ପୋଲିସ । ହତ୍ୟାକାଣ୍ଡ ଘଟାଇବା ପରେ ଆତ୍ମହତ୍ଯାର ରୂପ ଦେବାକୁ ଚେଷ୍ଟା କରିଥିଲେ ଅପରାଧୀ । ଅଧିକ ପଢନ୍ତୁ.....

ହତ୍ୟା ପରେ ଆତ୍ମହତ୍ୟାର ଋପ ଦେଇଥିଲେ ଅପରାଧୀ
ହତ୍ୟା ପରେ ଆତ୍ମହତ୍ୟାର ଋପ ଦେଇଥିଲେ ଅପରାଧୀ
author img

By

Published : Oct 28, 2020, 10:27 PM IST

ବରଗଡ: ଗତ କିଛି ଦିନ ତଳେ ବରଗଡ ଟାଉନ ତଳିପଡା ଠାରେ ଥିବା ଶନିପଳ ଟେଣ୍ଟ ହାଉସରେ ଜଣେ ଯୁବକଙ୍କ ମୃତଦେହ ଝୁଲନ୍ତା ମୃତଦେହ ମିଳିବା ଘଟଣାର ପର୍ଦ୍ଦାଫାଶ କରିଛି ପୋଲିସ । ଏହା ଆତ୍ମହତ୍ୟା ନୁହେଁ ବରଂ ସୁଚିନ୍ତିତ ହତ୍ୟାକାଣ୍ଡ ବୋଲି ସ୍ପଷ୍ଟ କରିଛି ବରଗଡ ପୋଲିସ । ଟଙ୍କା ଉଧାର କାରବାର ଯୋଗୁ ଯୁବକଙ୍କୁ ହତ୍ୟା କରାଯାଇ ଆତ୍ମହତ୍ୟାର ରୂପ ଦେବା ପାଇଁ ଚେଷ୍ଟା କରିଥିବା ଅପରାଧୀ ମାନେ ପୋଲିସ ନିକଟରେ ସ୍ବୀକାର କରିଛନ୍ତି ।

ହତ୍ୟା ପରେ ଆତ୍ମହତ୍ୟାର ଋପ ଦେଇଥିଲେ ଅପରାଧୀ

ମୃତକ ଜଣକ 5 ଲକ୍ଷ ଟଙ୍କା ହାତ ଉଧାରୀ ଆଣିଥିଲେ ଶନିପଳ ଟେଣ୍ଟ ହାଉସ ମାଲିକଙ୍କ ଠାରୁ ମାତ୍ର ସେ ସେହି ଟଙ୍କା ଫେରାଇବାରେ ଅସମର୍ଥ ହେଉଥିଲେ | ଫଳରେ ସନିପାଳ ନାଏକ , ରକ୍ଷ ବେହେରା ଏବଂ ଜିତୁ ପ୍ରଧାନ ନାମକ ତିନି ଜଣ ସାଙ୍ଗ ମିଶି ଟେଣ୍ଟ ହାଉସ ଭିତରେ ବ୍ୟାପକ ନିର୍ଯାତନା ଦେଇଥିଲେ ଯାହାଫଳରେ ଯୁବକ ଜଣଙ୍କର ମୃତ୍ୟୁ ହୋଇଥିଲା | ତେବେ ଏହି ହତ୍ୟାକାଣ୍ଡ ଘଟଣାକୁ ଆତ୍ମହତ୍ୟାର ରୂପ ଦେବାକୁ ଯାଇ ମୃତଦେହ ଛାତରେ ଝୁଲାଇ ଦେଇଥିବା ଅଭିଯୁକ୍ତ ମାନେ ସ୍ଵୀକାର କରିଥିବା ଟାଉନ ପୋଲିସ କହିଛି ।

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.