ETV Bharat / state

ଦୁଇ ଦିନ ପରେ କେନାଲରେ ନିଖୋଜ ଦୁଇ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର - ବରଗଡ କେନାଲରେ ନିଖୋଜ ବ୍ଯକ୍ତି

ବରଗଡ଼ ମୁଖ୍ୟ କେନାଲରେ ଭାସି ଯାଇ ନିଖୋଜ ଥିବା ଦୁଇ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର । ଅଧିକ ପଢନ୍ତୁ...

ଦୁଇ ଦିନ ପରେ କେନାଲରେ ଭାସିଥିବା ଦୁଇ ବ୍ୟକ୍ତିଙ୍କ ମୃତଦେହ ଠାବ

author img

By

Published : Oct 25, 2020, 8:35 PM IST

ବରଗଡ଼: କେନାଲରେ ଭାସି ଯାଇ ନିଖୋଜ ଥିବା ଦୁଇ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର । ବରଗଡ଼ ମୁଖ୍ୟ କେନାଲ ପାଣିରେ ଗତ ଦୁଇ ଦିନ ତଳେ ଜଣେ 22 ବର୍ଷୀୟ ଯୁବକ ଏବଂ ଜଣେ 70 ବର୍ଷୀୟ ବୃଦ୍ଧ ଭାସିଯାଇ ଥିଲେ । ରବିବାର ସେମାନଙ୍କ ମୃତଦେହ ଠାବ ହୋଇଛି । ଅଗ୍ନିଶମ ବିଭାଗ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ବରଗଡ଼ ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି ।

ଦୁଇ ଦିନ ପରେ କେନାଲରେ ଭାସିଥିବା ଦୁଇ ବ୍ୟକ୍ତିଙ୍କ ମୃତଦେହ ଠାବ

ସୂଚନା ଅନୁଯାୟୀ, ଗତ 23 ତାରଖରେ ଜଣେ ଅବସରପ୍ରାପ୍ତ 70 ବର୍ଷୀୟ ଶିକ୍ଷକ କେନାଲରେ ଗାଧୋଉଥିବା ସମସୟରେ ପାଣିରେ ବୁଡି ଭାସି ଯାଇଥିଲେ । ତା ପରଦିନ ସମାନ ଭାବେ ବରଗଡ ଟାଉନ ତଲିପଡା ଅଞ୍ଚଳର ଜଣେ 22 ବର୍ଷୀୟ ଯୁବକ ମଧ୍ୟ ସେହି ସ୍ଥାନରେ ଗାଧୋଉଥିବା ବେଳେ ଭାସି ଯାଇଥିଲେ । ଅଗ୍ନିଶମ ବିଭାଗ ଉଭୟଙ୍କ ମୃତଦେହ ଖୋଜିବାରେ ଲଗାତାର ପ୍ରୟାସ ଜାରି ରଖିଥିଲେ ମଧ୍ୟ ବିଫଳ ହୋଇଥିଲା | ରବିବାର ଭୋର ସକାଳୁ ଯୁବକ ଜଣକ ମୃତଦେହକୁ ଝାଡେସ୍ବର ନିକଟରେ କେନାଲ ପାଣିରେ ଭାସୁଥିବା ସ୍ଥାନୀୟ ଲୋକେ ଦେଖିଥିଲେ ଓ ଅଗ୍ନିଶମ ବିଭାଗର ସହାୟତାରେ ମୃତଦେହ ଉଦ୍ଧାର କରାଯାଇଥିଲା |

ସେହିପରି ବୃଦ୍ଧ ଜଣଙ୍କ ମୃତଦେହ ଦେଓଗାଁ ନିକଟରେ ଭାସୁଥିବା ଲୋକେ ଦେଖିବା ପରେ ଉଦ୍ଧାର କରାଯାଇଥିଲା | ଉଭୟଙ୍କ ମୃତଦେହ ଉଦ୍ଧାର କରାଯାଇ ବ୍ୟବଚ୍ଛେଦ ପାଇଁ ପଠାଯାଇଛି ।

ବରଗଡରୁ ରାଜେଶ ସରାପ୍, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.