ETV Bharat / state

ଆରଟିଓଙ୍କୁ ଦାବିପତ୍ର ଦେଲେ ଅଟୋ ଚାଳକ ସଂଘ - ଅଟୋ ଚାଳକ ସଂଘ ଆରଟିଓଙ୍କୁ ଦେଲେ ଦାବିପତ୍ର

ବରଗଡ ଅଟୋ ଚାଳକ ସଂଘ ଆରଟିଓଙ୍କୁ ଦାବିପତ୍ର ଦେଇଛି । ବରଗଡର ଅଟୋ ଚାଳକ ମାନଙ୍କୁ ମିଟର ଲଗାଇବା ପାଇଁ ପ୍ରଶାସନ ପ୍ରସ୍ତାବ ଦେଇଥିବା ବେଳେ ବରଗଡ ଏକ ଛୋଟିଆ ସହର ଏବଂ ଅଟୋ ଚାଳକ ମାନେ ମିଟର ଅନୁଯାଇ ପାଉଣା ନେଲେ ନିଜର ତୈଳ ଖର୍ଚ୍ଚ ମଧ୍ୟ ଆଦାୟ ହୋଇପାରିବ । ଅଧିକ ପଢନ୍ତୁ...

ଅଟୋ ଚାଳକ ସଂଘର ଆରଟିଓଙ୍କୁ ଦାବିପତ୍ର
ଅଟୋ ଚାଳକ ସଂଘର ଆରଟିଓଙ୍କୁ ଦାବିପତ୍ର
author img

By

Published : Mar 12, 2021, 8:06 PM IST

ବରଗଡ : ବରଗଡ ଅଟୋ ଚାଳକ ସଂଘ ଆରଟିଓଙ୍କୁ ଦାବିପତ୍ର ଦେଇଛି । ବରଗଡର ଅଟୋ ଚାଳକ ମାନଙ୍କୁ ମିଟର ଲଗାଇବା ପାଇଁ ପ୍ରଶାସନ ପ୍ରସ୍ତାବ ଦେଇଥିବା ବେଳେ ବରଗଡ ସହର ଏକ ଛୋଟିଆ ସହର ଏବଂ ଅଟୋ ଚାଳକ ମାନେ ମିଟର ଅନୁଯାୟୀ ପାଉଣା ନେଲେ ନିଜର ତୈଳ ଖର୍ଚ୍ଚ ମଧ୍ୟ ଆଦାୟ ହୋଇପାରିବ ନାହିଁ ବୋଲି କହିଛନ୍ତି ।

ଅଟୋ ଚାଳକ ସଂଘର ଆରଟିଓଙ୍କୁ ଦାବିପତ୍ର

କୋରୋନା ମହାମାରୀ ସମୟରୁ ଅଟୋଚାଳକଙ୍କ ବ୍ୟବସାୟ ବାଧାପ୍ରାପ୍ତ ହୋଇଛି ଏବଂ ବର୍ତ୍ତମାନ ମଧ୍ୟ ସେମାନେ ସୁଦୃଢ ହୋଇ ନାହାନ୍ତି । ଯଦି ମିଟର ଲଗାଇବା ପାଇଁ ବାଧ୍ୟ କରାଯାଏ ତେବେ ଆନ୍ଦୋଳନର ପନ୍ଥା ଆପଣାଇବେ ବୋଲି ଅଟୋଚାଳକ ସଂଘ ଚେତାବନୀ ଦେଇଛନ୍ତି । ବରଗଡ ଜର୍ଜ ହାଇସ୍କୁଲ ପଡିଆ ଠାରେ ଶତାଧିକ ଅଟୋ ଚାଳକ ଏକତ୍ରିତ ହେବା ସହ ଏକ ରାଲି କରି ବରଗଡ ଆରଟିଓ ଅଫିସରେ ପହଞ୍ଚିବା ସହ ଏକ ଦାବିପତ୍ର ଦେଇଛନ୍ତି ଏବଂ ଏହି ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରାଯାଉ ବୋଲି ଦାବି କରିଛନ୍ତି ।

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.