ETV Bharat / state

କୋରୋନା ଯୋଗୁଁ ରୋଜଗାର ହରାଇଲେ ଟେକ୍ସି ଡ୍ରାଇଭର, ମିଳୁନି ଦରମା

ମହାମାରୀ କୋରୋନା ପାଇଁ ରୋଜଗାର ହରାଇଛନ୍ତି ଟେକ୍ସି ଡ୍ରାଇଭର । ବର୍ତ୍ତମାନ ଏଭଳି ଅବସ୍ଥା ହୋଇଛି ଯେ ଆସୁନାହାନ୍ତି ଗ୍ରାହାକ । ଯାହା ଫଳରେ ପରିବାର ପ୍ରତିପୋଷଣ ଅଭାବ ଦେଖାଦେଇଥିଲା ବେଳେ ଦୟନୀର ଅବସ୍ଥାରେ ରହିଛନ୍ତି ବରଗଡ ସହରର ପ୍ରାୟ 700ରୁ ଅଧିକ ଟେକ୍ସି ଡ୍ରାଇଭର । ଅଧିକ ପଢନ୍ତୁୁ...

author img

By

Published : Jul 30, 2020, 1:19 AM IST

କୋରୋନା ଯୋଗୁଁ ରୋଜଗାର ହରାଇଲେ ଟେକ୍ସି ଡ୍ରାଇଭର, ମିଳୁନି ଦରମା
କୋରୋନା ଯୋଗୁଁ ରୋଜଗାର ହରାଇଲେ ଟେକ୍ସି ଡ୍ରାଇଭର, ମିଳୁନି ଦରମା

ବରଗଡ: କୋରୋନା ପାଇଁ ରୋଜଗାର ହରାଇଲେ ଟେକ୍ସି ଡ୍ରାଇଭର, ଆସୁନାହାନ୍ତି ଗ୍ରାହାକ ମିଳୁନାହିଁ ଦରମା । ବରଗଡ ଜିଲ୍ଲାରେ କୋରୋନା ସଂକ୍ରମିତଙ୍କ ସଂଖ୍ୟା ୩୯୦ କୁ ପହଞ୍ଚିଛି ଏବଂ ଲୋକଙ୍କ ମଧ୍ୟରେ ଭୟର ଆତଙ୍କ ଖେଳିଯାଇଛି |

ବରଗଡ ସହରରେ ରହିଥିବା ଟେକ୍ସି ଡ୍ରାଇଭର ମାନଙ୍କର ଅବସ୍ଥା ଶୋଚନୀୟ ହେବାକୁ ବସିଲାଣି |ମାତ୍ର ୬000 ଟଙ୍କାରେ ଡ୍ରାଇଭର କାମ କରି ପରିବାର ପୋଷଣ କରୁଥିବା ଶତାଧିକ ଡ୍ରାଇଭର ଆଜି ପରିବାର ଚଳାଇବାକୁ ଅସହାୟ ହୋଇପଡିଛନ୍ତି | କୋରୋନା ସଂକ୍ରମଣ ବ୍ୟାପିବା ପରେ ପୂର୍ବ ଭଳି ଆଉ ଗାଡି ଭଡା ମିଳୁନାହିଁ | ମେଡିକାଲ କାମ କିମ୍ବା ଅତି ଜରୁରୀ ନହେଲେ ଲୋକେ ପଦାକୁ ଗୋଡ କାଢୁନାହାନ୍ତି ଏପରି ପରିସ୍ଥିତିରେ ଲୋକେ ଆଗ ପରି ବିବାହ ବ୍ରତ ବା ଅନ୍ୟାନ୍ୟ କାମ ପାଇଁ ଗାଡି ଭଡା କରି ଯାଉନାହାନ୍ତି । ଗାଡି ମାଲିକ ମାନେ ମଧ୍ୟ ଡ୍ରାଇଭର ମାନଙ୍କୁ ଦରମା ଦେବାରେ ଅସମର୍ଥ ହୋଇପଡିଛନ୍ତି |

ନାଁ ଗାଡି ଭଡା ମିଳୁଛି ନାଁ ମାଲିକ ପଇସା ପାଉଛି ଯାହାଫଳରେ ଡ୍ରାଇଭର ମାନଙ୍କୁ ଗାଡି ମାଲିକ ମାନେ ପଇସା ଦେଉନାହାନ୍ତି | ବରଗଡ ସହରରେ ରହିଥିବା ୭୦୦ ରୁ ଅଧିକ ଡ୍ରାଇଭର ପରିବାର ପ୍ରତିପୋଷଣ ପାଇଁ ଚିନ୍ତାରେ ପଡିଯାଇଛନ୍ତି |

ବରଗଡରୁ ରାଜେଶ ସରାପ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.