ETV Bharat / state

ଝିଆରୀକୁ ଅଧିକ ସ୍ନେହ କଲେ ବୋଲି ପଥରରେ ଛେଚି ହତ୍ୟା କଲା ଖୁଡୀ

ବରଗଡ ଜିଲ୍ଲା ପାଇକମାଳ ବ୍ଲକ ଯୋଗେନ୍ଦ୍ରନାଥପୁରର ୮ ବର୍ଷର ଝିଅ ହତ୍ୟାକାଣ୍ଡର ପର୍ଦ୍ଦାଫାଶ ହୋଇଛି । ହତ୍ୟାକାରୀ ଆଉ କେହି ନୁହେଁ ବରଂ ଝିଅର ଖୁଡୀ । ଅଧିକ ପଢନ୍ତୁ...

author img

By

Published : Jan 11, 2021, 12:29 PM IST

୮ ବର୍ଷର ଝିଅ ହତ୍ୟାକାଣ୍ଡର ପର୍ଦ୍ଦାଫାଶ
୮ ବର୍ଷର ଝିଅ ହତ୍ୟାକାଣ୍ଡର ପର୍ଦ୍ଦାଫାଶ

ବରଗଡ: ଜିଲ୍ଲା ପୋଲିସକୁ ବଡ ସଫଳତା । ବହୁ ଚର୍ଚ୍ଚିତ ପାଇକମାଳ ବ୍ଲକ ଯୋଗେନ୍ଦ୍ରନାଥପୁରର ୮ ବର୍ଷର ଝଅ ହତ୍ୟାକାଣ୍ଡର ପର୍ଦ୍ଦାଫାଶ କରିଛି ବରଗଡ ପୋଲିସ । ଘଟଣାରେ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ ।

୮ ବର୍ଷର ଝିଅ ହତ୍ୟାକାଣ୍ଡର ପର୍ଦ୍ଦାଫାଶ

୮ ବର୍ଷର କୁନିଝିଅକୁ ଅନ୍ୟ କେହି ନୁହେଁଁ ବରଂ ତାର ନିଜ ଖୁଡୀ ହିଁ ହତ୍ୟା କରିଥିବା ବରଗଡ ଏସପି ପଦ୍ମିନୀ ସାହୁ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ଝିଅଟିକୁ ସମସ୍ତେ ସ୍ନେହ କରୁଛନ୍ତି ଭାବି ଈର୍ଷାପରାୟଣ ହୋଇ ଝିଆରୀକୁ ନିଜ ଖୁଡୀ ଜଙ୍ଗଲକୁ ଡାକି ନେଇ ପ୍ରଥମେ ବାଲଟିରେ ପଟିବା ସହ ପଥରରେ ଛେଚି ହତ୍ୟା କରିଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି ।

ପ୍ରକାଶ ଥାଉ କି, ମୃତ ନାବାଳିକାର ବାପା ରାଜେନ୍ଦ୍ର ପାଣ୍ଡେ ଓ ଭାଇ ଶ୍ୟାମ ରଣା ଉଭୟ ପରିବାର ଏକାଠି ରହୁଛନ୍ତି । ଘରର ସମସ୍ତେ ରାଜେନ୍ଦ୍ରଙ୍କ ଝିଅକୁ ଅଧିକ ସ୍ନେହ କରୁଥିଲେ ଏବଂ ଶ୍ୟାମଙ୍କ ପୁଅକୁ ସ୍ନେହ କରୁ ନଥିବାରୁ ଈର୍ଷା ପରାୟଣ ହୋଇ ଶ୍ୟାମଙ୍କ ସ୍ତ୍ରୀ ନିଜ ଝିଆରୀକୁ ଗତ 3 ତାରିଖରେ ହତ୍ୟା କରିଥିବା ସ୍ଵୀକାର କରିଛି । ଗତ ୫ ତାରିଖ ଯୋଗେନ୍ଦ୍ରନାଥପୁର ଜଙ୍ଗଲରୁ କୁନି ଝିଅର ମୃତଦେହ ଉଦ୍ଧାର ହୋଇଥିଲା । ଏହା ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିଲା । ଘଟଣାରେ ସୋମବାର ମୁଖ୍ୟ ଅଭିଯୁକ୍ତ ଝିଅର ଖୁୁଡୀକୁ ଗିରଫ କରି କୋର୍ଟ ଚାଲାଣ କରିଛି ।

ବରଗଡରୁ ରାଜେଶ ସରାଫ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.