ETV Bharat / state

ଡରାଉଛି ସ୍କୁଲ କୋଠରୀ, ଭୟରେ ଛାତ୍ରଛାତ୍ରୀ

ଆଜିବି ଏପରି ସ୍କୁଲ ରହିଛି, ଯେଉଁଠି ଛାତ୍ରଛାତ୍ରୀ ସ୍କୁଲରେ ପାଠ ପଢ଼ିବାକୁ ଭୟ କରୁଛନ୍ତି । କେତେବେଳେ ସ୍କୁଲ କାନ୍ଥ ଭାଙ୍ଗି ପଡିଯିବ, ସେହି ଭୟ କେତେବେଳେ ଫଟା କାନ୍ଥ ଦେଇ ସାପ ଆସିଯିବାର ଭୟ ରହିଥାଏ ଛାତ୍ରଛାତ୍ରୀ ଙ୍କର ।

author img

By

Published : Jul 18, 2019, 10:32 AM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ବରଗଡ

ବରଗଡ: ପାଠ ପଢ଼ିବାର ସମସ୍ତଙ୍କର ଅଧିକାର ରହିଥିବାବେଳେ ସରକାରଙ୍କ ସଭିଏଁ ପଢ଼ନ୍ତୁ ସଭିଏଁ ବଢ଼ନ୍ତୁ ଯୋଜନାରେ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଉଛି । ହେଲେ ଆଜିବି ଏପରି ସ୍କୁଲ ରହିଛି, ଯେଉଁଠି ଛାତ୍ରଛାତ୍ରୀ ସ୍କୁଲରେ ପାଠ ପଢ଼ିବାକୁ ଭୟ କରୁଛନ୍ତି । କେତେବେଳେ ସ୍କୁଲ କାନ୍ଥ ଭାଙ୍ଗି ପଡିଯିବ ସେହି ଭୟ ତ କେତେବେଳେ ଫଟା କାନ୍ଥ ଦେଇ ସାପ ଆସିଯିବାର ଭୟ ରହିଥାଏ ଛାତ୍ରଛାତ୍ରୀଙ୍କର । ବର୍ଷା ହେଲେ ପାଠପଢ଼ା ବନ୍ଦ କରି ସ୍କୁଲ ଛୁଟି କରିବାକୁ ପଡିଥାଏ । ଏପରି ଅବ୍ୟବସ୍ଥାରେ ରହିଛି ଭଟଲି ବ୍ଲକ ଖରମୁଣ୍ଡା ପଞ୍ଚାୟତ ଅନ୍ତର୍ଗତ ତରାକନା ଗ୍ରାମରେ ନିର୍ମାଣ ହୋଇଥିବା ବହୁ ପୁରୁଣା ସ୍କୁଲ ।

ସ୍କୁଲ କାନ୍ଥ ଗୁଡ଼ିକ ବିପଦସଂକୁଳ ଅବସ୍ଥାରେ ରହିଥିବାବେଳେ ଉପର ଆଜବେଷ୍ଟସ ଛାତରୁ ବର୍ଷା ଦିନରେ ପ୍ରଚୁର ବର୍ଷା ପାଣି ଗଳିଥାଏ । ଯାହା ଫଳରେ ଛାତ୍ରଛାତ୍ରୀଙ୍କର ଖାତା ବହି ସବୁ ଓଦା ହେବା ସଙ୍ଗେସଙ୍ଗେ ଶ୍ରେଣୀ କୋଠରୀମାନଙ୍କରେ ପାଣି ଭର୍ତ୍ତି ହୋଇଯାଏ । ଛୋଟ ଛୋଟ ପିଲା ସ୍କୁଲ ଭିତରେ ବର୍ଷା ପାଣିରେ ଭିଜି ଜ୍ବରରେ ମଧ୍ୟ ପଡ଼ିଥାନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବରଗଡ

ଉକ୍ତ ସ୍କୁଲରେ ପ୍ରଥମ ଶ୍ରେଣୀରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢା ହେଉଥିବାବେଳେ ଏହି ସ୍କୁଲରେ ମାତ୍ର ୪ଟି ସିମେଣ୍ଟ ଛାତର ଶ୍ରେଣୀ ଗୃହ ରହିଛି । ଅନ୍ୟ ୩ ଗୋଟି ଆଜବେଷ୍ଟସର ପୁରୁଣା ଶ୍ରେଣୀଗୃହ ହୋଇଥିବାରୁ ତାହା ବିପଦସଙ୍କୁଳ ଅବସ୍ଥାରେ ରହିଛି । କେତେବେଳେ ବିଷାକ୍ତ ସାପ, ବିଛା ଓ ଅନ୍ୟାନ୍ୟ ସରୀସୃପ ଭଙ୍ଗା କାନ୍ଥ ଦେଇ କୋଠରୀ ମଧ୍ୟକୁ ଚାଲିଆସୁଥିବାବେଳେ କେତେବେଳେ ଶ୍ରେଣୀଗୃହର କାନ୍ଥ ପଡିଯିବା ଭୟ ଲାଗି ରହିଛି । ସେହି ଶ୍ରେଣୀ ମାନଙ୍କରେ ପାଣି ଗଳିଲେ ଚାରୋଟି ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ଗୋଟିଏ କୋଠରୀରେ ଏକାଠି ଭର୍ତ୍ତି କରି ପାଠ ପଢ଼ାଯାଇଥଏ । ପିଲାମାନେ ପାଠ ପଢ଼ିବା ପାଇଁ ସ୍କୁଲରେ ନା ବେଞ୍ଚ ଟେବୁଲ ଅଛି ନା ତଳେ ବସିବା ପାଇଁ ଭଲ ଦରିଟିଏ ଅଛି ।

ଅନ୍ୟପଟେ ସ୍କୁଲ ଚାରିଆଡ଼େ ପାଚେରୀ ନଥିବାରୁ ବାରମ୍ବାର ଗ୍ରାମ ଲୋକେ ପାଚେରୀ ପାଇଁ ଦାବି କରି ଆସୁଥିଲେ ସୁଦ୍ଧା ତାହା ନିର୍ମାଣ କରାଯାଇନାହିଁ । ତେବେ ସରକାରୀ ସ୍କୁଲରେ ପାଠ ପଢ଼ିବାକୁ ହେଲେ ନିଜ ଜୀବନକୁ ବାଜିରେ ଲଗାଇବାକୁ ପଡିପାରେ ତାହା କଳ୍ପନାତୀତ ବିଷୟ । କିନ୍ତୁ ତରାକନା ସ୍କୁଲର ଛାତ୍ରଛାତ୍ରୀ ଏହି ଅବସ୍ଥା ଦେଇ ଗତି କରୁଛନ୍ତି । ତେବେ କେବେ ସରକାରଙ୍କ ଦୃଷ୍ଟି ଏହି ସ୍କୁଲ ଉପରେ ପଡିବ, ତାହା ଦେଖିବାକୁ ବାକି ରହିଲା ।

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

Intro:Body:

vdv

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.