ETV Bharat / state

ପାଠପଢାରୁ ଫୁରସତ ମିଳିଲେ କୁନି କୁନି ଛାତ୍ରଙ୍କ ସମାଜସେବା କାମ, ଚାରିଆଡୁ ପ୍ରଶଂସା

author img

By

Published : Sep 4, 2020, 11:01 PM IST

ବରଗଡ ପାଇକମାଳ ବ୍ଲକରେ ସ୍କୁଲ ବନ୍ଦ ଥିବା ବେଳେ ଘରେ ପାଠପଢା କାମ ସାରି ଗ୍ରାମର ରାସ୍ତା ଘାଟ ସଫେଇ କାମରେ ଲାଗିଛନ୍ତି ସ୍କୁଲ ଛାତ୍ରଛାତ୍ରୀ | କୁନି ପିଲାଙ୍କ ଏପରି ଚିନ୍ତାଧାରା ଦେଖି ପ୍ରଶଂସା କରିଛନ୍ତି ଗ୍ରାମବାସୀ | ଅଧିକ ପଢନ୍ତୁ...

ପାଠପଢାରୁ ଫୁରସତ ମିଳିଲେ ସମାଜସେବା କାମରେ ଲାଗିଛନ୍ତି କୁନି କୁନି ଛାତ୍ର

ବରଗଡ: ସମାଜ ସେବା କାମରେ ମନବୋଳାଇଛନ୍ତି କୁନି କୁନି ଛାତ୍ର | ସ୍କୁଲ ବନ୍ଦ ଥିବା ବେଳେ ଘରେ ପାଠପଢା କାମ ସାରି ଗ୍ରାମର ରାସ୍ତା ଘାଟ ସଫେଇ କାମରେ ଲାଗିଛନ୍ତି ସ୍କୁଲ ଛାତ୍ରଛାତ୍ରୀ | କୁନି ପିଲାଙ୍କ ଏପରି ଚିନ୍ତାଧାରା ଦେଖି ପ୍ରଶଂସା କରିଛନ୍ତି ଗ୍ରାମବାସୀ |

ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଳକ ଅନ୍ତର୍ଗତ ମିଠାପାଲି ଗ୍ରାମର କିଛି ଛାତ୍ର ଛାତ୍ରୀ ରାସ୍ତା ଘାଟ ସଫା କରୁଥିବାର ଦେଖିବାକୁ ମିଳିଛି । ସେମାନେ କହନ୍ତି ଦିର୍ଘ ଦିନ ଧରି କୋରୋନା କାରଣରୁ ଘରେ ରହି ବୋର୍ ହୋଇଯାଉଛୁ | ଟିଭି , ସୋସିଆଲ ମିଡିଆ ସବୁଠାରେ ଲୋକେ ସମାଜସେବା କରୁଥିବା ଦେଖିବାକୁ ପାଉଛୁ | ଅନ୍ୟ ଲୋକଙ୍କ ସମାଜସେବାରୁ ପ୍ରେରିତ ହୋଇ ଏହି ଛାତ୍ରଛାତ୍ରୀ ମାନେ ମଧ୍ୟ ସମାଜସେବା ପାଇଁ ଆଗଭର ହୋଇଥିବା କହନ୍ତି | ଅନ୍ୟପଟେ ପାଠ ତ ଅନଲାଇନରେ ପଢ଼ିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି । ଯାହା ପାଖରେ ବଡ ମୋବାଇଲ ଅଛି ସେ ପାଠ ପଢ଼ି ଅନ୍ୟ ପାଠରେ ମଧ୍ୟ ମନୋନିବେଶ କରିପାରୁଛି |

ସେପଟେ ଯାହାର ଆର୍ଥିକ ସମ୍ବଳ ନାହିଁ ଖାଲି ରହିବା ବଦଳରେ ଆମେ ରାସ୍ତାଘାଟ ସଫା କରିବାରେ ଲାଗିପଡିଛୁ କୁନି ପିଲାମାନେ କହିଛନ୍ତି | ତେବେ ପିଲାଙ୍କ ଏପରି କାମକୁ ଗ୍ରାମବାସୀ ମଧ୍ୟ ପସନ୍ଦ କରିଛନ୍ତି ଏବଂ ସେମାନଙ୍କୁ ସହଯୋଗ କରି ଗ୍ରାମର ରାସ୍ତା ଘାଟ ସଫା ସୁତୁରା କରିବାରେ ଲାଗିପଡିଛନ୍ତି ଗ୍ରାମବାସୀ |

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.