ETV Bharat / state

ଶିକ୍ଷକ ହେବ ତ ଏମିତି, ଛାତ୍ରୀଙ୍କୁ କର୍କଟରୁ ସୁସ୍ଥ କରାଇ ଦେଲେ ନୂଆ ଜୀବନ

author img

By

Published : May 29, 2023, 1:28 PM IST

ଛାତ୍ରୀଙ୍କୁ କର୍କଟରୁ ସୁସ୍ଥ କରାଇ ନୂଆ ଜୀବନ ଦେଲେ ଶିକ୍ଷକ । କର୍କଟ ରୋଗରୁ ସୁସ୍ଥ ହୋଇ ଦଶମ ପାସ କଲେ ଛାତ୍ରୀ । ଅଧିକ ପଢନ୍ତୁ

Cancer student passed metric exam
Cancer student passed metric exam

Cancer student passed metric exam

ବରଗଡ: କୁହାଯାଏ ଭବିଷ୍ୟତ ଗଢିବାରେ ଶିକ୍ଷକଙ୍କ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଥାଏ । ଶିକ୍ଷା କ୍ଷେତ୍ରରେ କିପରି ଜଣେ ଛାତ୍ର ବା ଛାତ୍ରୀ ଉନ୍ନତି କରିବ ତାର ବାଟ ଦେଖାଇଥାନ୍ତି ଶିକ୍ଷକ । ଏବେ କିନ୍ତୁ ଶିକ୍ଷା ଦେବା ସାଙ୍ଗକୁ ଛାତ୍ରୀଙ୍କୁ ନୂଆ ଜୀବନ ଦେଇଛନ୍ତି ଶିକ୍ଷକ ଦିବସ ସାହୁ । କର୍କଟ ରୋଗରେ ପୀଡିତ ଥିବା ଜଣେ ଛାତ୍ରୀଙ୍କୁ ଚିକିତ୍ସା କ୍ଷେତ୍ରରେ ସହଯୋଗ କରିବାରୁ ଏବେ ସେ ଦଶମ ଶ୍ରେଣୀରେ ଭଲ ନମ୍ବରରେ ଉତୀର୍ଣ୍ଣ ହୋଇଛନ୍ତି । କର୍କଟ ରୋଗରୁ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ମାଟ୍ରିକ ପାସ କରିଛନ୍ତି ବରଗଡର ସୌଭାଗ୍ୟ ପଟେଲ । ଶିକ୍ଷକ ଦିବସଙ୍କ ଏପରି ସହଯୋଗ ଆଜି ଗୁରୁ ଓ ଶିଷ୍ୟଙ୍କ ସମ୍ପର୍କକୁ ଆହୁରି ଉଚ୍ଚ ସ୍ଥାନକୁ ନେଇ ଯାଇଛି ।

ବରଗଡ଼ ଜିଲ୍ଲା ଝାରବନ୍ଧ ବ୍ଲକ ଅନ୍ତର୍ଗତ ସଂକ୍ରି ଗ୍ରାମର ଛାତ୍ରୀ ସୌଭାଗ୍ୟ ପଟେଲ । ଗତବର୍ଷ ସେ ଅସ୍ଥି କର୍କଟ ରୋଗରେ ପୀଡ଼ିତ ହୋଇଥିଲେ । ଫଳରେ ଚିକିତ୍ସା କିପରି କରିବେ ସେନେଇ ଚିନ୍ତାରେ ଥିଲେ ପରିବାର ଲୋକେ। ଏପରି ବିପତ୍ତି ସମୟରେ ଭଗବାନ ସଦୃଶ ଛାତ୍ରୀଙ୍କ ପରିବାର ନିକଟରେ ଛିଡା ହୋଇଥିଲେ ଶିକ୍ଷକ ଦିବସ ସାହୁ । ସୌଭାଗ୍ୟର ସମସ୍ତ ଚିକିତ୍ସା ଦାୟିତ୍ବ ନେଇଥିଲେ ଯୁବ ଶିକ୍ଷକ ଦିବସ କୁମାର ସାହୁ । ତାଙ୍କ ପ୍ରୟାସରେ ରାୟପୁରର ଏକ ଘରୋଇ ହସ୍ପିଟାଲରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସମ୍ପୂର୍ଣ୍ଣ ମାଗଣା ଚିକିତ୍ସା ହୋଇଥିଲେ ଛାତ୍ରୀ ଜଣଙ୍କ।

ସୌଭାଗ୍ୟ ରାୟପୁରରେ ପ୍ରାୟ ୮ ମାସ ରହିବା ଖାଇବାର ବନ୍ଦୋବସ୍ତ କରିଥିଲେ ସେ । ସୌଭାଗ୍ୟର ଚିକିତ୍ସା ବାବଦକୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ପ୍ରାୟ ୪ ଲକ୍ଷ ଖର୍ଚ୍ଚ ହୋଇଥିବା ବେଳେ ଭାରତୀୟ କ୍ୟାନ୍ସର ସୋସାଇଟିରୁ ପ୍ରାୟ ସାଢ଼େ ୪ ଲକ୍ଷ ଟଙ୍କାର କୃତ୍ରିମ ଅଙ୍ଗ ପ୍ରତ୍ୟାରୋପଣ ବ୍ୟବସ୍ଥା ହୋଇଥିଲା । ଏହାଛଡା ସାମାଜିକ ଗଣମାଧ୍ୟମ ଜରିଆରେ ଆର୍ଥିକ ସହାୟତା ମାଗି ପାଖାପାଖି ୪୦ ହଜାର ଟଙ୍କା ସୌଭାଗ୍ୟଙ୍କ ଅକାଉଣ୍ଟରେ ଜମା ହୋଇଥିଲା । ଯାହାକି ରାୟପୁରରେ ରହିବା ଖାଇବା ପାଇଁ ସୁବିଧା ହୋଇଥିଲା ।

ଏହିସବୁ ଖର୍ଚ୍ଚ ସମ୍ପୂର୍ଣ୍ଣ ମାଗଣାରେ ହୋଇଥିବା ଯୋଗୁଁ ଜଣେ ଛାତ୍ରୀର ମୂଲ୍ୟବାନ ଜୀବନ ବଞ୍ଚିଯାଇଥିଲା । ଏଥିପାଇଁ ଶିକ୍ଷକ ଜଣଙ୍କ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା, ବାଲକୋ ହସ୍ପିଟାଲ ଏବଂ ଭାରତୀୟ କ୍ୟାନ୍ସର ସୋସାଇଟ ଓ ସମସ୍ତ ବ୍ୟକ୍ତି ବିଶେଷ ତଥା ଅନୁଷ୍ଠାନକୁ କୃତଜ୍ଞତା ଜ୍ଞାପନ କରିଥିଲେ । କ୍ୟାନ୍ସର ରୋଗକୁ ଶୀଘ୍ର ଚିହ୍ନଟ କରିବା ତଥା ତ୍ୱରିତ ଚିକିତ୍ସା ମାଧ୍ୟମରେ ସମ୍ପୂର୍ଣ୍ଣ ଭଲ ହୋଇପାରିବ ବୋଲି ଶିକ୍ଷକ ଜଣଙ୍କ କହିଛନ୍ତି । ତେବେ ଜଣେ ଶିକ୍ଷକଙ୍କ ଏହି ମହତ କାର୍ଯ୍ୟକୁ ବରଗଡ଼ ଜିଲ୍ଲା ବୁଦ୍ଧିଜୀବୀ ମହଲରେ ଉଚ୍ଚ ପ୍ରଶଂସା କରାଯାଇଛି ।

ଇଟିଭି ଭାରତ, ବରଗଡ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.