ETV Bharat / state

ସ୍ଥାୟୀ ବେଞ୍ଚ ସ୍ଥାପନ ପାଇଁ କ’ଣ ପଦକ୍ଷେପ ନେଇଛ ଜଣାଅ: ସୁରେଶ ପୂଜାରୀ

author img

By

Published : Feb 5, 2020, 5:16 PM IST

ହାଇକୋର୍ଟର ସ୍ଥାୟୀ ବେଞ୍ଚ ଦାବିକୁ ନେଇ ଆଜି 12 ଘଣ୍ଟିଆ ପଶ୍ଚିମ ଓଡିଶା ବନ୍ଦ । ବନ୍ଦ ଚାଲିଥିବାବେଳେ ରାଜ୍ୟ ସରକାରଙ୍କୁ ଘେରିଛି ରାଜ୍ୟ ବିଜେପି। ଏହି ପ୍ରସଙ୍ଗରେ ସାଂସଦ ସୁରେଶ ପୂଜାରୀ ରାଜ୍ୟ ସରକାରଙ୍କ ଠାରୁ ବେଞ୍ଚ ସମ୍ପର୍କରେ ରିପୋର୍ଟ ଆହ୍ବାନ କରିଛନ୍ତି । ପଢନ୍ତୁ ପୂରା ଖବର...

BJP pressmeet
ସ୍ଥାୟୀ ବେଞ୍ଚ ପାଇଁ କ’ଣ ପଦକ୍ଷେପ ନେଇଛ ଜଣାଅ: ସୁରେଶ ପୂଜାରୀ

ଭୁବନେଶ୍ବର: ଜୋର ଧରୁଛି ପଶ୍ଚିମ ଓଡିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବି । ଏନେଇ ରାଜ୍ୟ ସରକାରଙ୍କୁ ପୂର୍ଣ୍ଣାଙ୍ଗ ରିପୋର୍ଟ ମାଗିଲା ରାଜ୍ୟ ବିଜେପି । ସେପଟେ, ଆଜି ସାରା ପଶ୍ଚିମ ଓଡିଶାରେ ହାଇକୋର୍ଟ ବେଞ୍ଚ ସ୍ଥାପନାକୁ ନେଇ 12 ଘଣ୍ଟିଆ ବନ୍ଦ ପାଳନ ହୋଇଥିବାବେଳେ, ରାଜ୍ୟପାଳଙ୍କୁ ଅବଗତ କରାଇବାକୁ ବିଜେପି ପକ୍ଷରୁ ଅନୁଷ୍ଠିତ ହୋଇଥିଲା ସାମ୍ବାଦିକ ସମ୍ମିଳନୀ। ଯଦି ପ୍ରକୃତରେ ସରକାର ପଶ୍ଚିମ ଓଡିଶାରେ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ପାଇଁ ଆଗ୍ରହୀ ତେବେ କେନ୍ଦ୍ରକୁ ରିପୋର୍ଟ ଦେବାକୁ କହିଛନ୍ତି ବରଗଡ ସାଂସଦ ସୁରେଶ ପୂଜାରୀ ।

ସେ ଆହୁରି ମଧ୍ୟ କହିଛନ୍ତି ଯେ ଏହି ଦାବି ଦୀର୍ଘ 50 ବର୍ଷର ହୋଇଥିବାବେଳେ, ଏହାକୁ ନେଇ ଅନେକ ଆନ୍ଦୋଳନ ଚାଲିଛି । ସେଠାକାର ଲୋକଙ୍କୁ ଉନ୍ନତ ଆଇନ ସେବା ପ୍ରଦାନ ଦିଗରେ ଏହାର ଆବଶ୍ୟକତାକୁ ଦୃଷ୍ଟିରେ ରଖି କେନ୍ଦ୍ର ଆଇନ ମନ୍ତ୍ରଣାଳୟ ପକ୍ଷରୁ ଓଡ଼ିଶା ହାଇକୋର୍ଟକୁ ଚିଠି ଲେଖାଯାଇଛି । ହେଲେ ହାଇକୋର୍ଟ କୌଣସି ରାଜନୈତିକ ଚାପ ହେଉ କିମ୍ବା ଅନ୍ୟ କୌଣସି ପାଇଁ ଏହାର ପର୍ଯ୍ୟନ୍ତ ଉତ୍ତର ପ୍ରଦାନ କରିନାହାଁନ୍ତି । ସେହିପରି ରାଜ୍ୟ ସରକାରଙ୍କ ପକ୍ଷରୁ ଦିଆଯାଇଥିବା ରିପୋର୍ଟରେ ସବିଶେଷ ତଥ୍ୟ ଯେମିତିକି କେଉଁଠି, କେଉଁ କେଉଁ ଅଞ୍ଚଳକୁ ନେଇ ଏବଂ ଏହାଦ୍ବାରା କେତେ ପରିମାଣର ଲୋକ ଉପକୃତ ହେବେ ସେନେଇ ମଧ୍ୟ ଉଲ୍ଲେଖ ନାହିଁ । ଓଡିଶା ସରକାର ତୁରନ୍ତ ସ୍ଥାନ ନିର୍ଦ୍ଧାରଣ କରି ପୂର୍ଣ୍ଣାଙ୍ଗ ତଥ୍ୟ ସହ କେନ୍ଦ୍ର ସରକାରଙ୍କୁ ପ୍ରଦାନ କରନ୍ତୁ ।

ପଶ୍ଚିମ ଓଡିଶାବାସୀଙ୍କ ଧୈର୍ଯ୍ୟକୁ ସମ୍ମାନ ଦେଇ ଉଭୟ ରାଜ୍ୟ ସରକାର ଓ ହାଇକୋର୍ଟ ତୁରନ୍ତ ଚୂଡାନ୍ତ ରିପୋର୍ଟ ପଠାନ୍ତୁ। ଯାହାକୁ ରାଜ୍ୟର ବିଜେପି ସାଂସଦ କେନ୍ଦ୍ର ସରକାରଙ୍କ ନିକଟରେ ଏହାକୁ କାର୍ଯ୍ୟକାରୀ କରିବାକୁ ରାଜ୍ୟ ସରକାରଙ୍କ ସହିତ ମିଳିତ ଭାବେ କେନ୍ଦ୍ର ଉପରେ ଚାପ ପକାଇବେ ବୋଲି ସୁରେଶ ପୂଜାରୀ କହିଛନ୍ତି । ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ବିଜେପି ପଶ୍ଚିମ ଓଡିଶାର ସଭାପତି, ରାଜ୍ୟ ମୁଖପାତ୍ର ଓ ଅନ୍ୟମାନେ ଉପସ୍ଥିତ ଥିଲେ।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

Intro:ପଶ୍ଚିମ ଓଡ଼ିଶାରେ ହାଇ କୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ନେଇ ଆଜି ସେଠାରେ 12 ଘଣ୍ଟିଆ ବନ୍ଦ ପାଳନ କରାଯାଉଛି।ଏହି ଅବସରରେ ପଶ୍ଚିମ ଓଡ଼ିଶାର ବିଜେପି ସାଂସଦ ସୁରେଶ ପୂଜାରୀ ରାଜ୍ୟପାଳଙ୍କୁ ଏନେଇ ଅବଗତ କରାଇଥିଲେ।ଏହା ପରେ ସେ ରାଜ୍ୟ କାର୍ଯ୍ୟାଳୟରେ ସାମ୍ବାଦିକ ମାନଙ୍କୁ ଏ ବିଷୟରେ ଅବଗତ କରାଇବା ସହ ରାଜ୍ୟ ସରକାର ଯଦି ପ୍ରକୃତରେ ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ପାଇଁ ଆଗ୍ରହୀ ତେବେ ତୁରନ୍ତ ଏ ସମ୍ବନ୍ଧରେ ପୂର୍ଣାଙ୍ଗ ରିପୋର୍ଟ କେନ୍ଦ୍ରକୁ ପଠାନ୍ତୁ ବୋଲି ସେ କହିଛନ୍ତି।

Body:ଶ୍ରୀ ପୂଜାରୀ ଆହୁରି କହିଛନ୍ତି କି ଏହି ଦାବି ଦୀର୍ଘ 50 ବର୍ଷର ହୋଇଥିବାବେଳେ ଏହାକୁ ନେଇ ଅନେକ ଆନ୍ଦୋଳନ ଚାଲିଛି।ସେଠାକାର ଲୋକମାନଙ୍କୁ ଉନ୍ନତ ଆଇନ ସେବା ପ୍ରଦାନ ଦିଗରେ ଏହାର ଆବଶ୍ୟକତା କୁ ଦୃଷ୍ଟିରେ ରଖି କେନ୍ଦ୍ର ଆଇନ ମନ୍ତ୍ରଣାଳୟ ପକ୍ଷରୁ ଓଡିଶା ହାଇକୋର୍ଟକୁ ଚିଠି ଲେଖାଯାଇଛି।କିନ୍ତୁ ହାଇକୋର୍ଟ କୌଣସି ରାଜନୈତିକ ଚାପ ହେଉ କିମ୍ବା ଅନ୍ୟ କୌଣସି ପାଇଁ ଏହାର ଏପର୍ଯ୍ୟନ୍ତ ଉତ୍ତର ପ୍ରଦାନ କରିନାହାନ୍ତି।ସେହିପରି ରାଜ୍ୟ ସରକାରଙ୍କ ପକ୍ଷରୁ ଦିଆ ଯାଇଥିବା ରିପୋର୍ଟ ରେ ସବିଶେଷ ତଥ୍ୟ ଯେମିତିକି କେଉଁଠି,କେଉଁ କେଉଁ ଅଞ୍ଚଳକୁ ନେଇ ଏବଂ ଏହାଦ୍ୱାରା କେତେ ପରିମାଣର ଲୋକ ଉପକୃତ ହେବେ ସେନେଇ ଉଲ୍ଲେଖ ନାହିଁ।
ତେଣୁ ପଶ୍ଚିମ ଓଡିଶାବାସୀଙ୍କ ଧର୍ଯ୍ୟକୁ ସମ୍ମାନ ଦେଇ ଉଭୟ ରାଜ୍ୟ ସରକାର ଓ ହାଇକୋର୍ଟ ତୁରନ୍ତ ଏନେଇ ଚୂଡାନ୍ତ ରିପୋର୍ଟ ପଠାନ୍ତୁ।ଯାହାକୁ ରାଜ୍ୟ ବିଜେପିର ସାଂସଦ ମାନେ କେନ୍ଦ୍ର ସରକାରଙ୍କ ନିକଟରେ ଏହାକୁ କାର୍ଯ୍ୟକାରୀ କରିବାରେ ରାଜ୍ୟ ସରକାରଙ୍କ ସହିତ ମିଳିତ ଭାବେ କେନ୍ଦ୍ର ଉପରେ ଚାପ ପକାଇବେ ବୋଲି ସେ କହିଛନ୍ତି।
ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ବିଜେପି ପଶ୍ଚିମଓଡିଶାର ସଭାପତି,ରାଜ୍ୟ ମୁଖପାତ୍ର ଓ ଅନ୍ୟମାନେ ଉପସ୍ଥିତ ଥିଲେ।
ବାଇଟ-ସୁରେଶ ପୂଜାରୀ,ସାଂସଦ।
ଭୁବନେଶ୍ୱରରୁ ଲକ୍ଷ୍ମୀକାନ୍ତ ଦାସ,ଇଟିଭି ଭାରତ।

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.