ETV Bharat / state

ଏସଏସଜି ଗ୍ରୁପ ମାଧ୍ୟମରେ ରାଜ୍ୟ ସରକାରଙ୍କୁ ସହାୟତା ରାଶି ପ୍ରଦାନ କଲେ ଗରିବ ମହିଳା

ବରଗଡ଼ ତୋରା ଅଞ୍ଚଳର କିଛି ଗରିବ ମହିଳା ତାଙ୍କର ଏସଏସଜି ଗ୍ରୁଫ ମାଧ୍ୟମରେ ରାଜ୍ୟ ସରକାରଙ୍କୁ ଆର୍ଥିକ ସହାୟତା ପ୍ରଦାନ କରି ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଛନ୍ତି । ଅଧିକ ପଢନ୍ତୁ...

author img

By

Published : Apr 28, 2020, 10:00 PM IST

ରାଜ୍ୟ ସରକାରଙ୍କୁ ସହାୟତା ରାଶି ପ୍ରଦାନ କଲେ ଏସଏସଜି ମହିଳାମାନେ
ଏସଏସଜି ଗ୍ରୁପ ମାଧ୍ୟମରେ ରାଜ୍ୟ ସରକାରଙ୍କୁ ସହାୟତା ରାଶି ପ୍ରଦାନ କଲେ ଗରିବ ମହିଳା

ବରଗଡ଼: ମହାମାରୀ କୋରୋନାକୁ ନେଇ ଲୋକେ ଆତଙ୍କିତ ଥିବା ବେଳେ ସରକାର ଗରିବଙ୍କୁ ଖାଇବା ଚାଉଳ ଯୋଗାଇ ଦେବା ସହିତ ୧୦୦୦ ଟଙ୍କା ଲେଖାଏଁ ମଧ୍ୟ ପ୍ରଦାନ କରୁଛନ୍ତି । କିନ୍ତୁ ବରଗଡ଼ ତୋରା ଅଞ୍ଚଳର କିଛି ଗରିବ ମହିଳା ତାଙ୍କର ଏସଏସଜି ଗ୍ରୁଫ ମାଧ୍ୟମରେ ରାଜ୍ୟ ସରକାରଙ୍କୁ ଆର୍ଥିକ ସହାୟତା ପ୍ରଦାନ କରି ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଛନ୍ତି ।

ଲକଡାଉନ କାରଣରୁ ଗରିବ ଲୋକଙ୍କୁ ଯେପରି ଅସୁବିଧା ନହୁଏ ସେଥିପାଇଁ ରାଜ୍ୟ ସରକାର ଗରିବଙ୍କ ପାଇଁ ରାଜସ୍ବ ପାଣ୍ଠିରୁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ଏପରି ପରିସ୍ଥିତିରେ କିଏ ଚାଉଳ ନପାଇ ଥିବା ଅଭିଯୋଗ ଆଣୁଛି ତ ଆଉ କିଏ ପଇସା ପାଇନଥିବା ଅଭିଯୋଗ ନେଇ ସରକାରଙ୍କ ଉପରେ ବର୍ଷୁଛନ୍ତି । ହେଲେ ଗରିବ ହୋଇ ମଧ୍ୟ ଓଲଟା ସରକାରଙ୍କୁ ଆର୍ଥିକ ସହାୟତାର ହାତ ବଢ଼ାଇଛନ୍ତି ବରଗଡ଼ ଜିଲ୍ଲା ତୋରା ଗ୍ରାମର ପାଞ୍ଚୋଟି ଏସଏସଜି ଗ୍ରୁଫର ବହୁ ଗରିବ ମହିଳା ।

ବରଗଡ଼ରୁ ରାଜେଶ ସରାପ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.