ETV Bharat / state

ଜମି ପାଇଁ ପୁଅ ଗଡାଇଲା ବାପା ମୁଣ୍ତ: ପିତୃହନ୍ତା ଅଟକ

ବାପାକୁ ହତ୍ୟା କରି ପୋଡି ଦେଉଥିଲା ପୁଅ । ଖବର ପାଇ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର କଲା ପୋଲିସ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବରଗଡ ଜିଲ୍ଲା ବରପାଲି ଥାନା ଅନ୍ତର୍ଗତ ପିପଳିପାଳି ଗାଁରେ । ଅଧିକ ପଢନ୍ତୁ

author img

By

Published : Jul 8, 2022, 11:09 PM IST

ଜମି ପାଇଁ ପୁଅ ଗଡାଇଲା ବାପା ମୁଣ୍ତ: ଅଭିଯୁକ୍ତ ଅଟକ

ବରଗଡ: ରାକ୍ଷସ ସାଜିଲା ପୁଅ । ଜମି ପାଇଁ ବାପାକୁ ହତ୍ୟା କଲା ପୁଅ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବରଗଡ ଜିଲ୍ଲା ବରପାଲି ଥାନା ଅନ୍ତର୍ଗତ ପିପିଲିପାଲି ଗାଁରେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ସୂଚନା ଅନୁଯାୟୀ ବରଗଡ ଜିଲ୍ଲା ବରପାଲି ଥାନା ଅନ୍ତର୍ଗତ କୁମ୍ଭାରୀ ପଞ୍ଚାୟତ ପିପିଲିପାଲି ଗାଁର 62 ବର୍ଷିୟ ନାମ ପ୍ରଧାନ ଓ ପୁଅ ହରିଶ (୩୦)ଙ୍କ ମଧ୍ୟରେ ଜମିବାଡିକୁ ନେଇ ଗଣ୍ଡଗୋଳ ଲାଗି ରହିଥିଲା । ବାପା ନାମ ପ୍ରଧାନ ନିଜ ସ୍ତ୍ରୀକୁ ଛାଡି ଅନ୍ୟତ୍ର ବିବାହ କରିଥିବା ବେଳେ ଉଭୟ ବାପା ଓ ପୁଅ ମଧ୍ୟରେ ଜମିବାଡିକୁ ନେଇ ଗଣ୍ଡଗୋଳ ଲାଗି ରହିଥିଲା । ହେଲେ ଏହି ଗଣ୍ଡଗୋଳ ଆଜି ଉଗ୍ର ରୂପ ନେଇଥିଲା ।

ଫଳରେ ପୁଅ ନିଜ ବାପାକୁ ହତ୍ୟା କରି ପୋଡି ଦେଉଥିଲା । ହେଲେ ଏନେଇ ପୋଲିସକୁ ଖବର ଦେଇଥିଲେ ଗାଁଲୋକେ । ପୋଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଥିଲେ । ଅଗ୍ନିଶମ ବାହିନୀ ନିଆଁ ଲିଭାଇବା ପରେ ଅର୍ଦ୍ଧଦଗ୍ଧ ମୃତଦେହୁ ଉଦ୍ଧାର କରିଥିଲା ପୋଲିସ । ପରେ ଏହି ଘଟଣାରେ ପୁଅ ହରିଶଙ୍କୁ ଅଟକ ରଖି ଅଧିକ ତଦନ୍ତ ଜାରି ରଖିଛି ପୋଲିସ ।

ଇଟିଭି ଭାରତ,ବରଗଡ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.