ETV Bharat / state

E Rickshaw Service: ରୋଗୀଙ୍କ ସୁବିଧା ପାଇଁ ଆଉ 7ଟି ଇ- ରିକ୍ସା ଶୁଭାରମ୍ଭ, ଚଳାଇଲେ ବିଧାୟକ - E Rickshaw Service

ବରଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଦୀର୍ଘ 10 କିଲୋମିଟର ଦୂର ପଡୁଥିବା ବେଳେ ଗମନାଗମନ ଅସୁବିଧା କାରଣରୁ ପୂର୍ବରୁ ରହିଥିବା ଇ-ରିକ୍ସା ସେବାକୁ ବୃଦ୍ଧି କରାଯାଇଛି । ପୌର ପରିଷଦର ସମସ୍ତ ଇ-ରିକ୍ସା ଗୁଡିକୁ ମହିଳା ମାନେ ହିଁ ଚଲାଉଥିବେଳେ ଏହା ମିସନ ଶକ୍ତିର ମହିଳା ମାନଙ୍କ ପାଇଁ ରୋଜଗାରର ଉତ୍ସ ହେବ । ଅଧିକ ପଢନ୍ତୁ

ରୋଗୀଙ୍କ ସୁବିଧା ପାଇଁ ଆଉ 7ଟି ଇ- ରିକ୍ସା ଶୁଭାରମ୍ଭ

author img

By

Published : Mar 30, 2023, 9:00 PM IST

ରୋଗୀଙ୍କ ସୁବିଧା ପାଇଁ ଆଉ 7ଟି ଇ- ରିକ୍ସା ଶୁଭାରମ୍ଭ

ବରଗଡ: ପୌର ପରିଷଦ ଦ୍ଵାରା ଆଜି ପୁଣି 7 ଗୋଟି ନୂଆଁ ଇ-ରିକ୍ସା ସେବାର ଶୁଭାରମ୍ଭ ହୋଇଛି । ଏହାକୁ ସ୍ଥାନୀୟ ବିଧାୟକ ଦେବେଶ ଆଚାର୍ଯ୍ୟ ଶୁଭାରମ୍ଭ କରିଛନ୍ତି । ବିଧାୟକ ଏହାର ଶୁଭାରମ୍ଭ କରିବା ସହ ନିଜେ ଇରିକ୍ସା ଚଳାଇଛନ୍ତି । ପୌର ପରିଷଦ ଦ୍ଵାରା ଶୁଭାରମ୍ଭ ହୋଇଥିବା ଆଜିର ଏହି ଯୋଜନାରେ ଉପକୃତ ହେବେ 7 ଜଣ ମିଶନ ଶକ୍ତି ମହିଳା । ଆଜି ଖୋଦ୍‌ ବିଧାୟକ ଯାତ୍ରୀଙ୍କୁ ବସାଇ ଇ-ରିକ୍ସା ଚଲାଇଛନ୍ତି।

ବରଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଦୀର୍ଘ 10 କିଲୋମିଟର ଦୂର ପଡୁଥିବା ବେଳେ ଗମନାଗମନ ଅସୁବିଧା କାରଣରୁ ପୂର୍ବରୁ ରହିଥିବା ଇ-ରିକ୍ସା ସେବାକୁ ବୃଦ୍ଧି କରାଯାଇଛି । ପୌର ପରିଷଦର ସମସ୍ତ ଇ-ରିକ୍ସା ଗୁଡିକୁ ମହିଳାମାନେ ହିଁ ଚଲାଉଥିବେଳେ ଏହା ମିଶନ ଶକ୍ତିର ମହିଳାମାନଙ୍କ ପାଇଁ ରୋଜଗାରର ଉତ୍ସ ହେବ । ଏହି ଇ-ରିକ୍ସା ପ୍ରଦୂଷଣ ମୁକ୍ତ ରଖିବ ବୋଲି କହିଛନ୍ତି ବରଗଡ ବିଧାୟକ ।

ବର୍ତ୍ତମାନ ବରଗଡର ମୁଖ୍ୟ ଚିକିତ୍ସାଳୟ 10 କିଲୋମିଟର ଦୂର ଭଟଲି ବ୍ଲକ ଅନ୍ତର୍ଗତ ଟୁକୁଲ୍ଲା ଗ୍ରାମକୁ ସ୍ଥାନାନ୍ତରିତ ହେବାପରେ ସହରବାସୀ ତଥା ବହୁ ଗରିବ ଲୋକ ଚିକିତ୍ସା ପାଇଁ ମୁଖ୍ୟ ଚିକିତ୍ସାଳୟକୁ ଯିବା ଆସିବା କରିବା ପାଇଁ ଖର୍ଚ୍ଚାନ୍ତ ହେଉଥିଲେ । ତେବେ ଏନେଇ ଜନସାଧାରଣ ବାରମ୍ବାର ବରଗଡ ବିଧାୟକଙ୍କୁ ଦାବି କରିବା ପରେ ଜନସାଧାରଣଙ୍କ ପାଇଁ ଇ-ରିକ୍ସା ର ବ୍ୟବସ୍ଥା କରାଯାଇଛି । ପ୍ରତିଦିନ ରୋଗୀଙ୍କ ସଂଖ୍ୟା ଅତ୍ୟଧିକ ରହୁଥିବାବେଳେ ଇ-ରିକ୍ସା ସଂଖ୍ୟା କମ ପଡୁଥିଲା । ତେଣୁ ଆଜି ପୁଣି ଏଥିପାଇଁ 7 ଗୋଟି ଇ-ରିକ୍ସା ବରଗଡବାସୀଙ୍କ ପାଇଁ ଉଦଘାଟନ କରାଯାଇଛି । ଯାହା ବରଗଡରୁ ହସ୍ପିଟାଲ ଯିବାକୁ ଜଣ ପିଛା 15 ଟଙ୍କା ଦେୟ ଦେବାକୁ ପଡିବ ।

ସେହିପରି ବରଗଡ ରେଲୱେ ଷ୍ଟେସନରୁ ମଧ୍ୟ ଇ-ରିକ୍ସାର ବ୍ୟବସ୍ଥା କରାଯାଇଛି ଯାହା ରେଲୱେ ଷ୍ଟେସନରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଯିବା ଆସିବା କରିବ । ରେଲୱେ ଷ୍ଟେସନରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଜଣଙ୍କ ପିଛା ଦେୟ 40 ଟଙ୍କା ରଖାଯାଇଛି । ବରଗଡ ଜିଲ୍ଲା ପ୍ରଶାସନର DMF ଫଣ୍ଡରୁ ଏହି ଇ-ରିକ୍ସା ସହାୟତା ଯୋଗାଇ ଦିଆଯାଇଛି । ଏହି 7ଟି ଇ-ରିକ୍ସା ଯୋଗୁଁ 7 ଜଣ ମିଶନ ଶକ୍ତିର ମହିଳାମାନେ ଉପକୃତ ହେବା ସହିତ ସହରର ବିଭିନ୍ନ ସ୍ଥାନକୁ ତଥା ଜିଲ୍ଲା ଚିକିତ୍ସାଲୟକୁ ଏହି ଇ-ରିକ୍ସା ଯିବା ଆସିବାରେ ଲୋକଙ୍କ ବେଶ ଉପକାର ହେବ ବୋଲି ମ୍ୟୁନିସିପାଳିଟି ଚେୟାରମ୍ୟାନ ଓ କାର୍ଯ୍ୟ ନିର୍ବାହୀ ଅଧିକାରୀ କହିଛନ୍ତି ।

ପ୍ରତିଦିନ ସକାଳ 7ଟାରୁ ସନ୍ଧ୍ୟା 7ଟା ପର୍ଯ୍ୟନ୍ତ ମହିଳା ଡ୍ରାଇଭରମାନଙ୍କ ଦ୍ଵାରା ଚାଳିତ ଏହି ଇ-ରିକ୍ସାଗୁଡିକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ବରଗଡ ସହରକୁ ଏବଂ ପୁଣି ବରଗଡ ସହରରୁ ରେଲୱେ ଷ୍ଟେସନକୁ ଯିବା ଆସିବା କରିବ । ସନ୍ଧ୍ଯା ହୋଇଗଲେ ଜିଲ୍ଲା ମୁଖ୍ୟଚିକିତ୍ସାଳୟରୁ ମହିଳାମାନେ ଏକାକୀ ଯିବା ଆସିବାକୁ ଭୟ କରୁଥିଲେ ମାତ୍ର ଜିଲ୍ଲା ପ୍ରଶାସନ ପକ୍ଷରୁ ନିଆଯାଇଥିବା ଏପରି ନିଆରା ପଦକ୍ଷେପ ଦ୍ଵାରା ଏବେ ମହିଳା ମାନେ ଏକାକୀ ଇ-ରିକ୍ସାରେ ଥିବା ମହିଳା ଡ୍ରାଇଭରଙ୍କ ସହିତ ସୁରକ୍ଷିତ ଭାବେ ନିର୍ଭୟରେ ଘରକୁ ଫେରିପାରିବେ ।

ଇଟିଭି ଭାରତ, ବରଗଡ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.