ETV Bharat / state

ନିର୍ଦ୍ଧାରିତ ସମୟରେ ପହଞ୍ଚିଲେନି ଶାହ, ଖରାରେ ଡହଳ ବିକଳ ବରଗଡବାସୀ - election

ପ୍ରଥମ ଥର ବରଗଡ ଗସ୍ତରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ । କିନ୍ତୁ ନିର୍ଦ୍ଧାରିତ ସମୟରେ ଶାହ ପହଞ୍ଚି ପାରିନଥିବାରୁ 4 ଘଣ୍ଟା ଧରି ଡହଡହ ଖରାରେ ନିର୍ବାଚନୀ ଉଦବୋଧନ ଶୁଣିବାକୁ ଜିଲ୍ଲାବାସୀ ଅପେକ୍ଷା କରି ରହିଥିଲେ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବରଗଡ
author img

By

Published : Apr 7, 2019, 6:04 PM IST

ବରଗଡ: ନିର୍ବାଚନ ସମୟ ପାଖେଇ ଆସୁଥିବା ବେଳେ ଜୋର ଧରିଛି ନିର୍ବାଚନୀ ପ୍ରଚାର । ଏହି କ୍ରମରେ ଓଡିଶାରେ ନିର୍ବାଚନୀ ପ୍ରଚାର କରିବାକୁ ପହଞ୍ଚିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ । ପ୍ରଥମେ ଭୁବନେଶ୍ବର ସ୍ଥିତ ରାଜ୍ୟ କାର୍ଯ୍ୟାଳୟରେ ପହଞ୍ଚି ସେ ବିଜେପିର ନିର୍ବାଚନୀ ଇସ୍ତାହାର ‘ସଙ୍କଳ୍ପ ପତ୍ର’ ପ୍ରକାଶ କରିଥିଲେ । ପରେ ବରଗଡରେ ଆୟୋଜିତ ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେବାର କାର୍ଯ୍ୟକ୍ରମ ଥିଲା । ତେବେ ଶାହଙ୍କ ଏହା ପ୍ରଥମ ବରଗଡ ଗସ୍ତ ଥିବା ସୂଚନା ରହିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବରଗଡ

ବରଗଡରେ ପ୍ରଥମ ଷ୍ଟାର ପ୍ରଚାରକ ଭାବେ ଗସ୍ତ ଥିବାରୁ ଜିଲ୍ଲାବାସୀ ଓ ଦଳୀୟ କର୍ମୀ ବେଶ ଉତ୍ସାହିତ ଥିଲେ । ତାଙ୍କ ନିର୍ବାଚନୀ ଅଭିଭାଷଣ ଶୁଣିବାକୁ ଦିନ 12ଟାରୁ 4 ଟା ପର୍ଯ୍ୟନ୍ତ ଡହ ଡହ ଖରାରେ ସମସ୍ତେ ଭୋକ ଉପାସରେ ସଭା ପଡିଆରେ ଅପେକ୍ଷା କରି ରହିଥିଲେ । ମାତ୍ର ନିର୍ଦ୍ଧାରିତ ସମୟରୁ ଆନୁମାନିକ 4 ଘଣ୍ଟା ବିଳମ୍ବରେ ସେ ସଭାରେ ପହଞ୍ଚିଥିଲେ ।

ସେପଟେ ଉପସ୍ଥିତ ସ୍ରୋତାଙ୍କୁ ଖରା ଦାଉରୁ ରକ୍ଷା କରିବାକୁ ବିରାଟ ସେଡର ବ୍ୟବସ୍ଥା କରାଯାଇଥିଲା । କିନ୍ତୁ ଅତ୍ୟଧିକ ଗରମ କିଛି ଲୋକଙ୍କୁ ସଭା ପଡିଆରେ ଅଟକାଇ ପାରିନଥିଲା । ଜନତାଙ୍କୁ ବାନ୍ଧି ରଖିବାକୁ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମର ମଧ୍ୟ ବ୍ୟବସ୍ଥା କରାଯାଇଥିଲା । ଏପରିକି ସଭାରେ ଉପସ୍ଥିତ ଅନ୍ୟ ନେତା ଓ ମନ୍ତ୍ରୀମାନେ ନିଜର ଅଭିଭାଷଣ ରଖିଥିଲେ । କିନ୍ତୁ ଅପରାହ୍ନ 4 ଟା ପର୍ଯ୍ୟନ୍ତ ମଧ୍ୟ ସଭାରେ ପହଞ୍ଚି ପାରିନଥିଲେ ଅମିତ ଶାହ ।

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

Intro:Body:

gfhjasgdkj

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.