ETV Bharat / state

ବରଗଡରେ ଦ୍ଵିତୀୟ ସଂକ୍ରମିତ ଚିହ୍ନଟ, ସ୍ଥାନୀୟ ଅଞ୍ଚଳ ବଫର ଜୋନ ଘୋଷଣା

ଜିଲ୍ଲାର ବରପାଲି ବ୍ଲକ ବାରଗୁଡା ଗ୍ରାମରେ ଦ୍ଵିତୀୟ କୋରୋନା ସଂକ୍ରମିତ ଚିହ୍ନଟ ହେବାପରେ ବରଗଡ ଜିଲ୍ଲାପାଳ ଜ୍ୟୋତିରଞ୍ଜନ ପ୍ରଧାନ ସମ୍ପୃକ୍ତ ଅଞ୍ଚଳକୁ ଅବରୋଧ ଅଞ୍ଚଳ ଭାବରେ ଘୋଷଣା କରିଛନ୍ତି । ସ୍ଥାନୀୟ ଅଞ୍ଚଲ ମଧ୍ୟ ଘୋଷଣା କରାଯାଇଛି । ଅଧିକ ପଢନ୍ତୁ...

second covid 19 patient in bargarh, buffer zone declare
second covid 19 patient in bargarh
author img

By

Published : May 28, 2020, 5:14 PM IST

ବରଗଡ: ଜିଲ୍ଲାର ବରପାଲି ବ୍ଲକ ବାରଗୁଡା ଗ୍ରାମରେ ଦ୍ଵିତୀୟ କୋରୋନା ସଂକ୍ରମିତ ଚିହ୍ନଟ ହେବାପରେ ବରଗଡ ଜିଲ୍ଲାପାଳ ଜ୍ୟୋତିରଞ୍ଜନ ପ୍ରଧାନ ସମ୍ପୃକ୍ତ ଅଞ୍ଚଳକୁ ଅବରୋଧ ଅଞ୍ଚଳ ଭାବରେ ଘୋଷଣା କରିଛନ୍ତି । ଆଖପାଖ ଗ୍ରାମ ଗୁଡିକୁ ବଫର ଜୋନ ଭାବରେ ମଧ୍ୟ ଘୋଷଣା କରାଯାଇଛି ।

ବରଗଡରେ ଦ୍ଵିତୀୟ ସଂକ୍ରମିତ ଚିହ୍ନଟ

ବାରଗୁଡା ସଙ୍ଗରୋଧ କେନ୍ଦ୍ରରେ ରହିଥିବା ମହାରାଷ୍ଟ୍ର ଫେରନ୍ତା ଜଣେ ବ୍ୟକ୍ତିର ସ୍ଵାବ ଟେଷ୍ଟ ରିପୋର୍ଟ ପଜିଟିଭ ଆସିବା ପରେ ସତଲମା, ମହଦା ଓ ଖେମେସରା ଆଦି ଗ୍ରାମକୁ ବଫର ଜୋନ ଭାବରେ ଘୋଷଣା କରାଯାଇଛି ଏବଂ ପୋଲିସ ପ୍ରଶାସନ ସେହି ଅଞ୍ଚଳକୁ ନଜର ରଖିଥିବା ବେଳେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଘରକୁ ଘର ଯାଇ ସର୍ଭେ ଚାଲିଛି । ସଂକ୍ରମିତ ଲୋକ କାହା କାହା ସହିତ କଣ୍ଟାକ୍ଟରେ ଆସିଛନ୍ତି ସେନେଇ ଟ୍ରେସିଙ୍ଗ ମଧ୍ୟ ଜାରିରହିଛି ।

ଅନ୍ୟପଟେ ସଂକ୍ରମିତ ବ୍ୟକ୍ତିଙ୍କୁ ଚିକିତ୍ସା ପାଇଁ ରାଉରକେଲା କୋଭିଡ଼ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି । ତେବେ ସୂଚନା ଅନୁଯାୟୀ ସଂକ୍ରମିତ ବ୍ୟକ୍ତି ଜଣକ ହଳଦୀପାଳି ଗ୍ରାମର ବାସିନ୍ଦା ହୋଇଥିବା ବେଳେ ଗତ 20 ତାରିଖରେ ମୁମ୍ବାଇରୁ ଫେରି ସେ ବାରଗୁଡା ପଞ୍ଚାଯତର ଅସ୍ଥାୟୀ ସଙ୍ଗରୋଧ କେନ୍ଦ୍ରରେ ରହୁଥିଲେ । ଗତକାଲି ତାଙ୍କର ରିପୋର୍ଟରେ ପଜିଟିଭ ଆସିଛି ମାତ୍ର ତାଙ୍କର କୌଣସି ପ୍ରକାରର ଲକ୍ଷଣ କିମ୍ବା କୌଣସି ସ୍ଵାସ୍ଥ୍ୟଗତ ଅସୁବିଧା ସେ ଅନୁଭବ କରୁନଥିବା ଜଣାପଡିଛି । ଅନ୍ୟପଟେ ବରଗଡ ଜିଲ୍ଲାପାଳ ଲୋକଙ୍କୁ ଭଯଭୀତ ନହେବା ପାଇଁ ଅନୁରୋଧ କରିଛନ୍ତି ।

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.