ETV Bharat / state

ମହଙ୍ଗା ପଡ଼ିଲା ଝଡାଫୁଙ୍କା, ସାପ କାମୁଡାରେ ସ୍କୁଲ୍ ପିଅନ ମୃତ - ଧୁସରବାହାଲ ସେବାଶ୍ରମ ପିଅନଙ୍କ ସାପ କାମୁଡାରେ ମୃତ୍ୟୁ

ବିଷଧର ସାପ କାମୁଡ଼ିବା ପରେ ଅବହେଳା କରିବା ମହଙ୍ଗା ପଡ଼ିଲା । ଝଡାଫୁଙ୍କା ଉପରେ ଭରସା କରି ଜୀବନ ହାରିଲେ ବରଗଡ ଜିଲ୍ଲା ସୋହେଲା ବ୍ଲକ ଅନ୍ତର୍ଗତ ଧୁସରବାହାଲ ସେବାଶ୍ରମର ପିଅନ ବିଭୀଷଣ ବଗର୍ତ୍ତୀ । ଅଧିକ ପଢନ୍ତୁ

ମହଙ୍ଗା ପଡ଼ିଲା ଝଡାଫୁଙ୍କା, ସାପ କାମୁଡାରେ ସ୍କୁଲ୍ ପିଅନଙ୍କ ମୃତ୍ୟୁ

author img

By

Published : May 7, 2022, 8:48 PM IST

ବରଗଡ: ବିଷଧର ସାପ କାମୁଡ଼ିବା ପରେ ଅବହେଳା କରିବା ମହଙ୍ଗା ପଡ଼ିଲା । ସାପ କାମୁଡ଼ିଥିବା ନିଜେ ଦେଖିବା ପରେ ମଧ୍ୟ ଡାକ୍ତରଖାନାକୁ ଯିବା ପରିବର୍ତ୍ତେ ଫୁଙ୍କାଝଡା ଅନ୍ଧବିଶ୍ୱାସରେ ପଡ଼ିବାରୁ ଶେଷରେ ୪୦ ବର୍ଷୀୟ ପିଅନ ବିଭୀଷଣ ବଗର୍ତ୍ତୀଙ୍କର ଜୀବନ ଚାଲିଯାଇଛି ।

ମହଙ୍ଗା ପଡ଼ିଲା ଝଡାଫୁଙ୍କା, ସାପ କାମୁଡାରେ ସ୍କୁଲ୍ ପିଅନଙ୍କ ମୃତ୍ୟୁ

ସୂଚନା ଅନୁଯାୟୀ, ବରଗଡ ଜିଲ୍ଲା ସୋହେଲା ବ୍ଲକ ଅନ୍ତର୍ଗତ ଧୁସରବାହାଲ ସେବାଶ୍ରମରେ ପିଅନ ଭାବେ କାର୍ଯ୍ୟରତ ବିଭୀଷଣ ବଗର୍ତ୍ତୀ । ସେ ଗତ ପାଞ୍ଚ ତାରିଖ ବିଳମ୍ବିତ ରାତିରେ ଶୋଇଥିବା ସମୟରେ ତାଙ୍କୁ ଏକ ଚିତି ସାପ କାମୁଡି ଦେଇଥିଲା । ତାଙ୍କ ହଠାତ ନିଦ ଭାଙ୍ଗିଯାଇଥିଲା ଏବଂ ସେ ସାପକୁ ମଧ୍ୟ ଦେଖିଥିଲେ ସୁଦ୍ଧା ସେତେଟା ତତ୍ପରତା ନଦେଖାଇ ତା’ ପରଦିନ ସକାଳୁ ଝଡାଫୁଙ୍କାରେ ସମୟ ବ୍ୟତୀତ କରିଥିଲେ ।

ରାତିରେ ଦେହ ଅଧିକ ଖରାପ ହେବାରୁ ବରଗଡ ଜିଲ୍ଲା ଚିକିତ୍ସାଳୟକୁ ପରିବାର ଲୋକେ ଆଣି ଚିକିତ୍ସା କରାଇଥିଲେ । ମାତ୍ର, ଚିକିତ୍ସିତ ଅବସ୍ଥାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତେବେ ଏନେଇ ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ ହୋଇଥିବା ବେଳେ ବରଗଡ଼ ଟାଉନସ୍ଥିତ ପୁରୁଣା ଡାକ୍ତରଖାନାରେ ବ୍ୟବଛେଦ କରାଯାଇ ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରାଯାଇଛି ।

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.