ETV Bharat / state

ନବୀନ ଗଡରେ ବନ୍ଦ ହେବ ପ୍ରାଥମିକ ବିଦ୍ୟାଳୟ - close

ବରଗଡ ଜିଲ୍ଲା ବିଜେପୁର ବ୍ଲକ ଅନ୍ତର୍ଗତ ଲିମ୍ବଟିକିରା ଗ୍ରାମରେ ଥିବା ପ୍ରାଥମିକ ବିଦ୍ୟାଳୟ ବନ୍ଦ ହେବାକୁ ଯାଉଛି । ସ୍କୁଲ ବନ୍ଦ ନ କରିବାପାଇଁ ଗ୍ରାମର ଅଭିଭାବକ ଗଣ ବରଗଡ ଜିଲ୍ଲାପାଳ ଇନ୍ଦ୍ରମଣି ତ୍ରିପାଠୀଙ୍କ ଠାରେ ଆବେଦନ କରିଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବରଗଡ
author img

By

Published : Jun 20, 2019, 8:15 PM IST

ବରଗଡ: ପ୍ରାଥମିକ ଶିକ୍ଷା ହେଉଛି ସାମାଜିକ ବିକାଶର ମୂଳଦୁଆ ବା ମେରୁଦଣ୍ଡ | ତେଣୁ ସମାଜର ଉନ୍ନତି ପାଇଁ ପ୍ରାଥମିକ ଶିକ୍ଷାର ଉନ୍ନତି ନିତ୍ୟାନ୍ତ ଆବଶ୍ୟକ । ସରକାରଙ୍କ ନିର୍ଦେଶରେ 10 ରୁ କମ ଛାତ୍ରଛାତ୍ରୀ ରହିଥିବା ବିଦ୍ୟାଳୟକୁ ସମ୍ପୂର୍ଣ ବନ୍ଦ କରିଦିଆଯିବା ପାଇଁ ରହିଥିବା ନିୟମ ଯୋଗୁଁ ବହୁ ଗରିବ ଛାତ୍ରଛାତ୍ରୀ ଗୁଣାତ୍ମକ ଶିକ୍ଷାରୁ ବଞ୍ଚିତ ରହି ତାଙ୍କ ଭବିଷ୍ୟତ ଅନ୍ଧକାର ହୋଇଯାଉଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବରଗଡ

ବିଗତ ଦିନ ମାନଙ୍କରେ ବରଗଡ ଜିଲ୍ଲାର ଏପରି ବହୁ ସ୍କୁଲ ବନ୍ଦ ହୋଇଥିବା ବେଳେ ଚଳିତ ବର୍ଷ ମଧ୍ୟ ସମ୍ପୂର୍ଣ୍ଣ ବନ୍ଦ ହେବାକୁ ଯାଉଛି ଆଉ କେତେକ ସ୍କୁଲ । ଏଥିରେ ସାମିଲ ରହିଛି ନବୀନଙ୍କ ଗଡ କୁହାଯାଉଥିବା ବିଜେପୁରର ଳିମ୍ବଟିକିରା ଗ୍ରାମରେ ରହିଥିବା ପ୍ରାଥମିକ ବିଦ୍ୟାଳୟ ।

୧୯୯୮ ମସିହାରେ ନିର୍ମିତ ହୋଇଥିବା ଲିମ୍ବଟିକିରା ବିଦ୍ୟାଳୟ ଉପରେ ଆଖପାଖ ଗ୍ରାମର ଛାତ୍ରଛାତ୍ରୀ ମାନେ ନିର୍ଭରଶୀଳ । ମାତ୍ର ଗୋଟିଏ ଶିକ୍ଷକରେ ସ୍କୁଲ ଚଲାଉଥିବାରୁ ଭଲ ପାଠପଢା ସମ୍ଭବ ହୋଇନଥିଲା । ଫଳରେ ସରକାର ଏହି ସ୍କୁଲକୁ ବନ୍ଦ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି |

ବିଦ୍ୟାଳୟ ବନ୍ଦ ହୋଇଯିବାର ଖବର ପାଇ ଗ୍ରାମର ଅଭିଭାବକ ଗଣ ବରଗଡ ଜିଲ୍ଲାପାଳ ଇନ୍ଦ୍ରମଣି ତ୍ରିପାଠୀଙ୍କ ଠାରେ ସ୍କୁଲ ବନ୍ଦ ନ କରିବାପାଇଁ ଆବେଦନ କରିଛନ୍ତି ।

ଏହି ସ୍କୁଲଟି ବନ୍ଦ ହୋଇଗଲେ ସ୍କୁଲର ଛୋଟ ଛୋଟ ଛାତ୍ରଛାତ୍ରୀଙ୍କୁ ଦୂରସ୍ଥ ଗାଁ ସ୍କୁଲକୁ ଯିବାକୁ ପଡିବ ଯାହାକି ଶିଶୁ ମାନଙ୍କ ପାଇଁ କଷ୍ଟସାଧ୍ୟ ଏବଂ ବିପଦଜନକ ବୋଲି ଅଭିଭାବକମାନେ ଅଭିଯୋଗ ଜଣାଇଛନ୍ତି ।

ବରଗଡ଼ରୁ ରାଜେଶ ସରାପ, ଇଟିଭି ଭାରତ

Intro:Body:

blank 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.