ETV Bharat / state

ଗୋଟିଏ ଦିନରେ 4 କରୋନା ରୋଗୀଙ୍କ ମୃତଦେହ ଦାହ କଲା ସଂକଳ୍ପ ପରିବାର - ସଂକଳ୍ପ ପରିବାର

କୋରୋନାରେ ପ୍ରାଣ ହରାଇଥିବା ମୃତଦେହଗୁଡିକୁ ଦାହ କରିବାର ମହତ କାମ ହାତକୁ ନେଇଛନ୍ତି ସଂକଳ୍ପ ପରିବାର । ଗୋଟିଏ ଦିନରେ 4ଟି ମୃତଦେହ ଦାହ କରିଛନ୍ତି । ଅଧିକ ପଢନ୍ତୁ...

ଗୋଟିଏ ଦିନରେ 4 କରୋନା ରୋଗୀଙ୍କ ମୃତଦେହ ଦାହ କଲା ସଂକଳ୍ପ ପରିବାର

author img

By

Published : Sep 2, 2020, 11:03 PM IST

Updated : Sep 3, 2020, 7:22 AM IST

ବରଗଡ: ଜିଲ୍ଲାରେ ରହିଥିବା ସଂକଳ୍ପ ପରିବାର ନିଜ ଜୀବନକୁ ବାଜି ଲଗାଇ କୋରୋନାରେ ପ୍ରାଣ ହରାଇଥିବା ମୃତଗୁଡିକୁ ଦାହ କରିବାର ମହତ କାମ ହାତକୁ ନେଇଛନ୍ତି । କୋରୋନା ସଂକ୍ରମିତ ବ୍ୟକ୍ତିଙ୍କୁ ଛୁଇଁବା ପାଇଁ ଲୋକେ ନାରାଜ ଥିବା ବେଳେ ମହାମାରୀରେ ମୃତ୍ୟୁ ହୋଇଥିବା ଲୋକଙ୍କ ମୃତଦେହ ଦାହ କରିବା ପାଇଁ ଜିଲ୍ଲା ପ୍ରଶାସନ ପାଇଁ ଚିନ୍ତାର କାରଣ ପାଲଟିଛି | ମାତ୍ର ସଂକଳ୍ପ ପରିବାର ଜିଲ୍ଲା ପ୍ରଶାସନର ମୁଣ୍ଡ ବ୍ୟଥା ନିଜ କାନ୍ଧକୁ ନେଇ ସ୍ଵଇଚ୍ଛାରେ ନିଜେ ସମସ୍ତ କୋରୋନା ରୋଗୀଙ୍କ ମୃତଦେହ ସତ୍କାର କରୁଛି । ଯାହା ପାଇଁ ଆଜି ସଂକଳ୍ପ ପରିବାର ଚର୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି |

ଗୋଟିଏ ଦିନରେ 4 କରୋନା ରୋଗୀଙ୍କ ମୃତଦେହ ଦାହ କଲା ସଂକଳ୍ପ ପରିବାର

ବରଗଡ ଜିଲାରେ ଦିନକୁ ଦିନ କୋରୋନା କାରଣରୁ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି । ଗୋଟିଏ ଦିନରେ 4ଟି ମୃତଦେହ ଦାହ କରିଛନ୍ତି ସଂକଳ୍ପ ପରିବାର | ଦିନ 10ଟାରୁ ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ 4 ଗୋଟି ମୃତଦେହ ଦାହ କରି ଜିଲ୍ଲାରେ ରେକର୍ଡ ସୃଷ୍ଟି କରିଛନ୍ତି ସଂକଳ୍ପ ପରିବାର | ଆକ୍ରାନ୍ତ ପରିବାର ମୃତ୍ୟୁବରଣ କରୁଥିବା ରୋଗୀଙ୍କ ମୃତଦେହ ଦାହ କରିବା ପାଇଁ ଅନିଚ୍ଛା ପ୍ରକାଶ କରୁଥିବା ବେଳେ ଏହି ମହତ କାର୍ଯ୍ୟ ନିଶ୍ଚତ ଭାବରେ ସମାଜ ପାଇଁ ଉଦାହରଣ ପାଲଟିବ ।

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

Last Updated : Sep 3, 2020, 7:22 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.