ETV Bharat / state

ଚାଷୀଙ୍କୁ ମିଳୁଛି ନକଲି କୀଟନାଶକ, ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ

author img

By

Published : Jan 6, 2021, 7:09 PM IST

ଜିଲ୍ଲାରେ ଚାଷୀମାନେ ରସାୟନିକ ସାର ଓ କୀଟନାଶକ ବ୍ୟାପକ ମାତ୍ରାରେ ବ୍ୟବହାର କରୁଥିବାରୁ କଳାବଜାରୀ ପାଇଁ ମୁଖ୍ୟ ବ୍ୟାପାର ସ୍ଥଳ ପାଲଟିଛି ବରଗଡ ଜିଲ୍ଲା । ଅଧିକ ପଢନ୍ତୁ...

farmers in Bargarh
ବରଗଡର ଚାଷୀଙ୍କୁ ନକଲି କୀଟନାଶକ ବିକ୍ରି, ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ

ବରଗଡ: ଜିଲ୍ଲାରେ ଚାଷୀମାନେ ରସାୟନିକ ସାର ଓ କୀଟନାଶକର ବ୍ୟାପକ ମାତ୍ରାରେ ବ୍ୟବହାର କରୁଥିବାରୁ କଳାବଜାରୀ ମାନଙ୍କ ପାଇଁ ମୁଖ୍ୟ ବ୍ୟାପାର ସ୍ଥଳ ପାଲଟିଛି ବରଗଡ ଜିଲ୍ଲା । କେତବେଳେ ନକଲି ବିହନର ଠକେଇ ତ' ଆଉ କେତବେଳେ ନକଲି କୀଟନାଶକ ଓ ସାରର ଠକାମୀ ।

ତେବେ ବରଗଡ ଜିଲ୍ଲା ଅତାବିରା ବ୍ଲକ ଟୋଫ ଗ୍ରାମର ବିଜୟ ପ୍ରଧାନ ନାମକ ଜଣେ ବ୍ୟାପାରୀ ବାୟର କମ୍ପାନୀର ‘ନେଟିଭା’ର ନକଲି କୀଟନାଶକ ବିକ୍ରି କରି ଚାଷୀଙ୍କୁ ଠକିବା ସହିତ ବହୁ ଫସଲ ନଷ୍ଟ କରାଇଥିବା ଅଭିଯୋଗ ହୋଇଛି । ଏନେଇ ଆଜି(ବୁଧବାର) ବରଗଡ ଜିଲ୍ଲାପାଳଙ୍କ ଅଫିସ ନିକଟରେ ବହୁ ଚାଷୀ ଓ କମ୍ପାନୀର ଅଧିକାରୀ ପହଞ୍ଚି ଏନେଇ ଅଭିଯୋଗ ଆଣିଥିଲେ । ତେବେ ଚାଷୀଙ୍କୁ ଶୋଷଣ କରୁଥିବା ଏପରି କଳାବଜାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି ଚାଷୀ ।

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.