ETV Bharat / state

ବରଗଡ ପୋଲିସକୁ ସଫଳତା: 25 ଲକ୍ଷର ନିଶା ସାମଗ୍ରୀ ଜବତ, 5 ଗିରଫ

author img

By

Published : Oct 15, 2020, 9:11 PM IST

ବରଗଡ଼ ପୋଲିସକୁ ମିଳିଛି ବଡ ସଫଳତା । 110 କାର୍ଟୁନ କଫ ସିରଫ ଜବତ କରିବା ସହ 5 ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ବରଗଡ ପୋଲିସ । ଅଧିକ ପଢନ୍ତୁ...

Medical Drug
Medical Drug

ବରଗଡ଼: ବରଗଡ଼ ପୋଲିସକୁ ମିଳିଛି ବଡ ସଫଳତା । 110 କାର୍ଟୁନ କଫ ସିରଫ ଜବତ କରିବା ସହ 5 ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ବରଗଡ ପୋଲିସ । ୧୩,୨୦୦ ବୋତଲ କଫ ସିରଫ ସହିତ ଗୋଟେ ପିକକପ ଭ୍ୟାନ ଏବଂ ବହୁ ମାତ୍ରାରେ ନିଶା ଔଷଧ ମଧ୍ୟ ଜବତ କରିଛି ବରଗଡ ଜିଲ୍ଲା ପୋଲିସ । ଏହାର ଆନୁମାନିକ ମୂଲ୍ୟ 25 ଲକ୍ଷ ହେବ ବୋଲି ଜଣାପଡିଛି । ବରଗଡ଼ ଜିଲ୍ଲାରେ ଦିନକୁ ଦିନ ବଢି ଚାଲିଥିବା ନିଶା କାରବାର ଉପରେ ରୋକ ଲଗାଇବାକୁ ଯାଇ ପୋଲିସ ବିଭିନ୍ନ ସ୍ଥାନରେ ରାତ୍ରି ସମୟରେ ନାକା କରିବା ସହିତ ଯାନବାହାନକୁ ଯାଞ୍ଚ କରାଯାଉଛି ।

ବରଗଡ ପୋଲିସକୁ ସଫଳତା, 25 ଲକ୍ଷର ନିଶା ସାମଗ୍ରୀ ଜବତ

ବୁଧବାର କୌଣସି ସୂତ୍ରରୁ ବରଗଡ଼ ପୋଲିସକୁ ଖବର ମିଳିଥିଲା ଯେ, ସେଫ ଏକ୍ସପ୍ରେସ କୋରିଅର ମାଧ୍ୟମରେ ଏକ ବ୍ୟାପକ ପରିମାଣର କଫସିରପ ପିକଅପ ଭ୍ୟାନ୍ ସମ୍ବଲପୁରରୁ ବଲାଙ୍ଗୀରକୁ ଚାଲାଣ କରାଯାଉଛି । ଏହାପରେ ବରଗଡ଼ ପୋଲିସର ଏକ ଟିମ ଗଠନ କରି ସୋହେଲା ଥାନା ଅନ୍ତର୍ଗତ ହଳଦୀପାଳି ଛକ ଠାରେ ଗାଡ଼ିଟିକୁ ଅଟକାଇଥିଲେ ଏବଂ କଫ ସିରଫ ଜବତ କରିବା ସହ ସମ୍ବଲପୁର ଜିଲ୍ଲାର ଗୁରୁ ମିର୍ଦ୍ଧା, ଆକାଶ କୁମ୍ଭାର, ଆଲୋକ ମହାରଣା ଏବଂ ବଲାଙ୍ଗୀର ଜିଲ୍ଲାର ଦୀପକ ସେଠ ଓ ସଂଗ୍ରାମ ସାହୁଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ବରଗଡ଼ ଏସପି ପଦ୍ମିନୀ ସାହୁ ସୂଚନା ଦେଇଛନ୍ତି ।

ବରଗଡ଼ରୁ ରାଜେଶ ସରାପ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.