ETV Bharat / state

ରାସ୍ତା ଖାଉଛି କେନାଲ ପାଣି, ତୁରନ୍ତ ମରାମତି ପାଇଁ ତେଜିଲା ଦାବି - ବରଗଡ ଲାଟେଷ୍ଟ ନ୍ୟୁଜ୍‌

ସ୍ଥାନୀୟ ରେଙ୍ଗାଳି କ୍ୟାମ୍ପଠାରୁ ପାପଙ୍ଗା ପର୍ଯ୍ୟନ୍ତ ଯିବାକୁ ହେଲେ ସାହା ହେଉଛି କେନାଲ ପାଖ ଦେଇ ଯାଇଥିବା ଏକମାତ୍ର ପିଚୁ ରାସ୍ତା । 10 ବର୍ଷ ତଳେ ପ୍ରଧାନମନ୍ତ୍ରୀ ସଡକ ଯୋଜନାରେ ଏହି ରାସ୍ତା ନିର୍ମାଣ ହୋଇଥିବା ବେଳେ ସମୟ ସହ ଧିରେ ଧିରେ କୋନାଲ ପାଣିରେ ଧୋଇ ହେବାରେ ଲାଗିଛି ଏହି ରାସ୍ତା । ଅଧିକ ପଢନ୍ତୁ...

road washed off with channel water in bargarh, bargarh latest news, transport problem in bargarh, rengali camp to papanga channel, ବରଗଡରେ କେନାଲ ପାଣି ଧୋଉଛି ରାସ୍ତା, ବରଗଡରେ ଯାତାୟତ ଅସୁବିଧା, ବରଗଡ ଲାଟେଷ୍ଟ ନ୍ୟୁଜ୍‌, ବରଗଡରେ ରେଙ୍ଗାଳି କ୍ୟାମ୍ପରୁ ପାପଙ୍କା କେନାଲ
ଚଲାପଥ ଖାଉଛି କେନାଲ ପାଣି, ତୁରନ୍ତ ମରାମତି ପାଇଁ ତେଜିଲା ସାଧାରଣ ଦାବି
author img

By

Published : Aug 6, 2020, 10:32 AM IST

ବରଗଡ: ସ୍ଥାନୀୟ ରେଙ୍ଗାଲୀ କ୍ୟାମ୍ପଠାରୁ ପାପଙ୍ଗା ପର୍ଯ୍ୟନ୍ତ ଯିବାକୁ ହେଲେ ସାହା ହେଉଛି କେନାଲ ପାଖ ଦେଇ ଯାଇଥିବା ଏକମାତ୍ର ପିଚୁ ରାସ୍ତା । 10 ବର୍ଷ ତଳେ ପ୍ରଧାନମନ୍ତ୍ରୀ ସଡକ ଯୋଜନାରେ ଏହି ରାସ୍ତା ନିର୍ମାଣ ହୋଇଥିବା ବେଳେ ସମୟ ସହ ଧିରେ ଧିରେ କୋନାଲ ପାଣିରେ ଧୋଇ ହେବାରେ ଲାଗିଛି ଏହି ରାସ୍ତା । ସେଥିରେ ପୁଣି ଟ୍ରକ ଓ ବସ ପରି ଭାରୀଯାନର ଗମନାଗମନ ଯୋଗୁଁ ରାସ୍ତା ଆହୁରି ଦବି ଯାଉଥିବା ଦେଖାଯାଉଛି । ଯାହାର ନିର୍ମାଣ ପାଇଁ ଦୀର୍ଘ ଦିନ ହେବ ତେଜିଛି ସ୍ଥାନୀୟବାସୀଙ୍କ ଦାବି ।

ଚଲାପଥ ଖାଉଛି କେନାଲ ପାଣି, ତୁରନ୍ତ ମରାମତି ପାଇଁ ତେଜିଲା ସାଧାରଣ ଦାବି

ସୂଚନା ମୁତାବକ ଏହି ରାସ୍ତାରେ ଯାତାୟତ ଦିନକୁ ଦିନ ବିପଦସଙ୍କୁଳ ହେବାରେ ଲାଗିଥିବାରୁ ସ୍ଥାନୀୟ ଲୋକେ ଏନେଇ ପ୍ରଶାସନକୁ ବାରମ୍ବାର ଅବଗତ କରାଇଛନ୍ତି । ତଥାପି ପ୍ରଶାସନ ନିଜ ନିରବତା ଜାରି ରଖିବାରୁ ଜୀବନକୁ ପାଣି ଛଡାଇ ଏହି ରାସ୍ତା ଦେଇ ଯିବା ଆସିବା କରୁଛନ୍ତି ସ୍ଥାନୀୟ ଅଞ୍ଚଳବାସୀ । ଆଖପାଖ ଅଞ୍ଚଳରେ ଯିବା ଆସିବା ପାଇଁ ଏହି ଗୋଟିଏ ରାସ୍ତା ଥିବାରୁ ଏହି ରାସ୍ତା ଦେଇ ଦୈନିକ ହଜାର ହଜାର ଲୋକେ ଯିବା ଆସିବା କରନ୍ତି । ହେଲେ ଦିନକୁ ଦିନ ରାସ୍ତାର ଅବସ୍ଥା ଖରାପ ହେବାରେ ଲାଗିଥିବାରୁ ଏହି ରାସ୍ତା ଦେଇ ଯିବା ଆସିବା ପାଇଁ ଲୋକେ ଭୟଭୀତ ହେଉଛନ୍ତି ।

ଗୋଟିଏ କିମ୍ବା ଦୁଇଟି ନୁହେଁ ବରଂ ବହୁ ସ୍ଥାନରେ ରାସ୍ତାର ଅବସ୍ଥା ଏହିପରି ରହିଛି । ଧାନ ବୋଝେଇ ଟ୍ରକ ଏହି ରାସ୍ତା ଦେଇ ଯିବା ଆସିବା କରିବାରୁ ରାସ୍ତା ଦବିବା ସହ ଦୁର୍ଘଟଣାର ମାତ୍ରା ମଧ୍ୟ ବଢିବାରେ ଲାଗିଛି । ତେବେ ସାଧାରଣ ଲୋକଙ୍କ ଦାବି ମୁତାବକ ନିର୍ମାଣ ହେବା ଦିନଠାରୁ ଏହି ରାସ୍ତାର ମରାମତି କାର୍ଯ୍ୟ ହୋଇ ନାହିଁ । ତେଣୁ ରାସ୍ତା ତଳୁ ମାଟି ଖାଇ ରାସ୍ତା ଭୁଷୁଡିବା ପୂର୍ବରୁ ବିଭାଗୀୟ କର୍ତ୍ତୃପକ୍ଷ ତୁରନ୍ତ ଏଥିପ୍ରତି ଧ୍ୟାନ ଦେବା ପାଇଁ ଦାବି ତେଜିଛି ।

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.