ETV Bharat / state

ଲକଡାଉନରେ ଧରାପଡିଲା ଚାଉଳ ସପ୍ଲାଇ ଘୋଟାଲା

ଚାଉଳ ବଦଳରେ ଖୁଦ ହେଉଥିଲା ସପ୍ଲାଏ । ଲକଡାଉନରେ ଧରାପଡିଲା ଚାଉଳ ସପ୍ଲାଇ ଘୋଟାଲା । ଅଧିକ ପଢନ୍ତୁ...

Rice supply scam caught in Lockdown
ଲକଡାଉନରେ ଧରାପଡିଲା ଚାଉଳ ସପ୍ଲାଇ ଘୋଟାଲା
author img

By

Published : Apr 22, 2020, 6:56 AM IST

ବରଗଡ: ବରଗଡ ରେଲୱେ ଷ୍ଟେସନରେ ଧରାପଡିଲା ସପ୍ଲାଇ ହେଉଥିବା ଅତିନିମ୍ନ ମାନର ଚାଉଳ । ଏଫସିଆଇରୁ ଅନ୍ୟ ରାଜ୍ୟକୁ ପଠାଯାଉଥିବା ଚାଉଳ ରେଲୱେ ବାଗନରେ ଲୋଡ ହେଉଥିବା ବେଳେ ଏଫସିଆଇର ଏକ ତଦନ୍ତକାରୀ ଦଳ ଆସି ପହଞ୍ଚିଥିଲେ । ତେବେ ତଦନ୍ତ ସମୟରେ ଏକ ନମ୍ବର ବିହୀନ ଟ୍ରକରୁ ୨୦୦ ବସ୍ତା ଅତି ନିମ୍ନ ମାନର ଚାଉଳ ଓ ଖୁଦ ତଦନ୍ତକାରୀ ଦଳ ସିଜ କରିଥିଲେ ।

ଲକଡାଉନରେ ଧରାପଡିଲା ଚାଉଳ ସପ୍ଲାଇ ଘୋଟାଲା

ଟ୍ରାନ୍ସପୋର୍ଟ ଏଜେନ୍ସି ହେରଫେର କରୁଥିବା ପୂର୍ବରୁ ଅଭିଯୋଗ ଆସିଥିଲା । ଏଥର ଏଫସିଆଇ ପକ୍ଷରୁ ଚାଉଳ ଟ୍ରକ ଯୋଗେ ଆସି ଲୋଡ କରାଯାଉଥିବା ସମୟରେ ହିଁ ଚେକିଂ କରାଯାଇଥିଲା ଏବଂ ଘଟଣା ସ୍ଥଳରେ ଧରାଯାଇଛି । ବର୍ତ୍ତମାନ ସମୟରେ ପଶ୍ଚିମବଙ୍ଗ ଓ ବିହାର ପରି ଅନ୍ୟ ରାଜ୍ୟକୁ ଚାଉଳ ପଠାଯାଉଛି । ଏଭଳି ସ୍ଥିତିରେ ବରଗଡର ଟ୍ରାନ୍ସପୋର୍ଟ ଠିକା ନେଇଥିବା ସଂସ୍ଥାର ଏପରି ହିନ କାମକୁ ନିନ୍ଦା କରାଯାଇଛି । ତେବେ ଏଫସିଆଇ ପକ୍ଷରୁ ଏନେଇ ବରଗଡ ସଦର ଥାନାରେ ମାମଲା ରୂଜୁ ହୋଇଥିବା ସୂଚନା ମିଳିଛି ।

ବରଗଡରୁ ରାଜେଶ ସରାପ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.