ETV Bharat / state

ସରକାରୀ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ସରକାରଙ୍କ ସଂରକ୍ଷଣ ବ୍ୟବସ୍ଥା - entrance exams

ଏଣିକି ସରକାରୀ ସ୍କୁଲର ଛାତ୍ରଛାତ୍ରୀମାନେ ପାଇପାରିବେ ଇଞ୍ଜିନିୟରିଂ ଏବଂ ମେଡିକାଲ ପାଇଁ ସଂରକ୍ଷଣ ସୁବିଧା । ବରଗଡ ଜର୍ଜ ହାଇସ୍କୁଲ ଠାରେ ଶିକ୍ଷା ବିଭାଗ ଏବଂ ଛାତ୍ରଛାତ୍ରୀ ଓ ଅଭିଭାବକମାନଙ୍କର ମଧ୍ୟରେ ଆୟୋଜିତ ଆଲୋଚନା ଚକ୍ରରେ ଏହି ସଂରକ୍ଷଣ ବ୍ୟବସ୍ଥା ଉପରେ ଜଣାଇଥିଲେ ରାଜ୍ୟ ସରକାର । ଅଧିକ ପଢନ୍ତୁ...

ସରକାରୀ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ସରକାରଙ୍କ ସଂରକ୍ଷଣ ବ୍ୟବସ୍ଥା

author img

By

Published : Dec 31, 2020, 2:56 PM IST

ବରଗଡ଼: ଏଣିକି ସରକାରୀ ସ୍କୁଲର ଛାତ୍ରଛାତ୍ରୀମାନେ ପାଇପାରିବେ ଇଞ୍ଜିନିୟରିଂ ଏବଂ ମେଡିକାଲ ପାଇଁ ସଂରକ୍ଷଣ ସୁବିଧା । ସରକାରୀ ସ୍କୁଲରେ ନାମ ଲେଖାଉଥିବା ଗରିବ ଛାତ୍ର ଛାତ୍ରୀ ଏବେ ଡାକ୍ତର ଏବଂ ଇଞ୍ଜିନିୟର ହେବାର ସ୍ଵପ୍ନକୁ ସାକାର କରିପାରିବେ । ରାଜ୍ୟ ସରକାରଙ୍କ ଏହି ବଡ ଘୋଷଣାରେ ଅଭିଭାବକମାନେ ବେଶ ଖୁସି ଥିବାବେଳେ ଏବେ ଘରୋଇ ସ୍କୁଲ ମୁହା ହେଉଥିବା ଅଭିଭାବକ ସରକାରୀ ସ୍କୁଲରେ ତାଙ୍କ ପିଲାଙ୍କ ନାମ ଲେଖାଇବାକୁ ନିଶ୍ଚୟ ଚିନ୍ତା କରିବେ ।

ସରକାରୀ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ସରକାରଙ୍କ ସଂରକ୍ଷଣ ବ୍ୟବସ୍ଥା

ତେବେ ଏନେଇ ବରଗଡ ଜର୍ଜ ହାଇସ୍କୁଲ ଠାରେ ଶିକ୍ଷା ବିଭାଗ ଏବଂ ଛାତ୍ରଛାତ୍ରୀ ଓ ଅଭିଭାବକମାନଙ୍କର ଏକ ଆଲୋଚନା ଚକ୍ରର ଆୟୋଜନ କରାଯାଇଥିଲା ଏବଂ ସେଠାରେ ରାଜ୍ୟ ସରକାର ଏହି ସଂରକ୍ଷଣ ବ୍ୟବସ୍ଥା ଉପରେ ଜଣାଯାଇଥିଲା । ପ୍ରବେଶିକା ପରୀକ୍ଷାରେ ସଂରକ୍ଷଣକୁ ନେଇ ସରକାରୀ ସ୍କୁଲର ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଥିବା ବେଳେ ଅଭିଭାବକମାନେ ମଧ୍ୟ ତାଙ୍କର ପିଲାଙ୍କ ଭବିଷ୍ୟତ ଉଜ୍ବଳ ହେବାର ଆଶା ନେଇ ବେଶ ଆନନ୍ଦିତ ହୋଇଥିଲେ ।

ଆଜିର ଏହି ଆଲୋଚନା ଚକ୍ରରେ ବରଗଡ ବିଧାୟକ ଦେବେଶ ଆଚାର୍ଯ୍ୟ, ବରଗଡ ଜିଲ୍ଲା ଶିକ୍ଷା ଅଧିକାରୀ ମିତ୍ରଭାନୁ କଚ୍ଛପ, ବରଗଡ BEO ଜ୍ୟୋତିକାନ୍ତ ସାହୁ ପ୍ରମୁଖ ଏବଂ ଅଭିଭାବକ ଉପସ୍ଥିତ ଥିଲେ |

ବରଗଡ଼ରୁ ରାଜେଶ ସରାପ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.