ETV Bharat / state

ବରଗଡରେ ସାନି ନିର୍ବାଚନ, ଫଳକୁ ଅପେକ୍ଷା - VOTE

ସାଧାରଣ ନିର୍ବାଚନ ପାଇଁ ଗତ 18 ତାରିଖରେ ମତଦାନ ପ୍ରକ୍ରିୟା ରହିଥିବା ବେଳେ ଇଭିଏମ ମେସିନ ତ୍ରୁଟି ଯୋଗୁଁ ଜିଲ୍ଲାର ତିନୋଟି ବୁଥରେ ମତଦାନ ସମ୍ପୂର୍ଣ ହୋଇପାରିନଥିଲା। ଫଳରେ ଗୁରୁବାର ସେହି 3 ଗୋଟି ବୁଥରେ ସାନି ମତଦାନ କରାଯାଇଥିଲା ।

ଫଟୋ ସୌଜନ୍ୟ: ସମ୍ବାଦଦାତା,ବରଗଡ
author img

By

Published : Apr 26, 2019, 3:53 AM IST

ବରଗଡ: ଜିଲ୍ଲାରେ ସାଧାରଣ ନିର୍ବାଚନ ପାଇଁ ଗତ 18 ତାରିଖରେ ମତଦାନ ପ୍ରକ୍ରିୟା ରହିଥିବା ବେଳେ ଇଭିଏମ ମେସିନ ତ୍ରୁଟି ଯୋଗୁଁ ଜିଲ୍ଲାର ତିନୋଟି ବୁଥରେ ମତଦାନ ସମ୍ପୂର୍ଣ ହୋଇପାରିନଥିଲା। ଫଳରେ ଗୁରୁବାର ସେହି 3 ଗୋଟି ବୁଥରେ ସାନି ମତଦାନ କରାଯାଇଥିଲା । 2019 ସାଧାରଣ ନିର୍ବାଚନ ପାଇଁ ବରଗଡ ଲୋକସଭାର ମତଦାନ ପ୍ରକ୍ରିୟା ଆଜି ସମ୍ପୂର୍ଣ ହୋଇଯାଇଥିବା ବେଳେ ସମସ୍ତ ଦଳର ପ୍ରାର୍ଥୀମାନଙ୍କ ଭାଗ୍ୟ ଇଭିଏମ ମେସିନରେ ବନ୍ଦ ହୋଇ ରହିଛି ଯାହାକି ଆସନ୍ତା ମେ 23ରେ ଜଣାପଡିବ। ତେବେ ଫଳାଫଳକୁ ପ୍ରାର୍ଥୀ ମାନେ ଅପେକ୍ଷା କରି ରହିଥିବା ବେଳେ ସମସ୍ତ ଦଳର ପ୍ରାର୍ଥୀ ମାନେ ବିଜୟୀ ହେବାର ଆଶା ରଖିଛନ୍ତି ।

ଗୁରୁବାର ବରଗଡ ଜିଲ୍ଲାର 3 ଟି ବିଧାନସଭାର 3 ଗୋଟି ବୁଥରେ ସାନି ମତଦାନ କରାଯାଇଥିଲା | ବରଗଡ ବିଧାନସଭା, ଅତାବିରା ବିଧାନସଭା ଓ ପଦ୍ମପୁର ବିଧାନସଭାର 3ଟି ବୁଥରେ ହୋଇଥିଲା ସାନି ମତଦାନ । ତେବେ ସାନି ମତଦାନରେ ଅତାବିରା ବିଧାନସଭାରେ 83 .91 % ଓ ପଦ୍ମପୁର ବିଧାନସଭାରେ 76.94 % ମତଦାନ ହୋଇଥିବା ବେଳେ ବରଗଡ ବିଧାନସଭାରେ ଗ୍ରାମାଞ୍ଚଳ ଅପେକ୍ଷା କମ ମତଦାନ ହୋଇଥିଲା । ବରଗଡରେ ମାତ୍ର 62.41 % ମତଦାନ ହୋଇଥିଲା କିନ୍ତୁ ପଦ୍ମପୁର ଅଞ୍ଚଳ ମାଓବାଦୀ ଅଧିଷ୍ଠିତ ଅଞ୍ଚଳ ହୋଇଥିବାରୁ ଅପରାହ୍ନ 4 ଟାରେ ମତଦାନ ବନ୍ଦ କରାଯାଇଥିଲେ ମଧ୍ୟ ବରଗଡ ସହର ଅପେକ୍ଷା ଅଧିକ ପ୍ରତିଶତ ମତଦାନ କରିଥିଲେ ଗ୍ରାମାଞ୍ଚଳର ଭୋଟର ।

ତେବେ ଆଜି ସାନି ମତଦାନ ଶେଷ ହେବାପରେ ପଦ୍ମପୁର ବିଧାନସଭାର ବିଜେଡି ପ୍ରାର୍ଥୀ ବିଜୟ ରଞ୍ଜନ ସିଂ ବରିହା, ଅତାବିରା ବିଧାନସଭାର ବିଜେପି ପ୍ରାର୍ଥୀ ମିଲନ ସେଠ ଓ ବରଗଡ ବିଧାନସଭାର କଂଗ୍ରେସ ପ୍ରାର୍ଥୀ ନିପନ ଦାସ ନିଜ ନିଜର ନିର୍ବାଚନ ମଣ୍ଡଳୀରେ ନିଶ୍ଚୟ ବିଜୟୀ ହେବେ ବୋଲି ମତ ରଖିଛନ୍ତି । ତେବେ ଜନତା ଜନାର୍ଦ୍ଦନ କାହା ମୁଣ୍ଡରେ ବିଜୟ ମୁକୁଟ ପିନ୍ଧାଉଛନ୍ତି ତାହା ଆସନ୍ତା 23 ତାରିଖରେ ଫଳାଫଳ ଘୋଷଣା ପରେ ହିଁ ଜଣାପଡିବ ।

ବରଗଡରୁ ରାଜେଶ ଶରାପ,ଇଟିଭି ଭାରତ

Intro:Body:Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.