ETV Bharat / state

ସାମୂହିକ ଆତ୍ମହତ୍ୟା ଘଟଣା, ଏକାଠି ଜଳିଲା ମାଆ ଓ ଝିଅଙ୍କ ଚିତା

author img

By ETV Bharat Odisha Team

Published : Sep 11, 2023, 9:32 PM IST

ବରଗଡ଼ ସୋହେଲାରେ ସାମୂହିକ ଆତ୍ମହତ୍ୟା ଘଟଣା । ଆଜି ଏକାଠି ଜଳିଲା ମାଆ ଓ ଝିଅର ଚିତା । ଅଧିକ ପଢନ୍ତୁ

Etv Bharat
Etv Bharat
ଏକାଠି ଜଳିଲା ମାଆ ଓ ଝିଅଙ୍କ ଚିତା

ବରଗଡ଼: ଆଜି ସ୍ତବ୍ଦ ହୋଇପଡିଛି ପୁରା ସୋହେଲା । ଗୋଟେ ପରିବାରର ସମସ୍ତ ସଦସ୍ୟ ସାମୂହିକ ଆତ୍ମହତ୍ୟା ଉଦ୍ୟମ କରିଥିବା ବେଳେ ଗୋଟେ ପରେ ଗୋଟେ କରି ସମସ୍ତଙ୍କ ମୃତ୍ୟୁ ଖବର ପାଇ ସୋହେଲା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ଗୋଟେ ପରିବାରର ମାଆ, ପୁଅ ଓ ବିବାହିତା ଝିଅ ନିଜ ୩ ବର୍ଷର କୁନି ଝିଅକୁ ଛାଡିଦେଇ ସାମୂହିକ ଭାବେ କୀଟନାଶକ ଖାଇ ଆତ୍ମହତ୍ୟା କରିବା ଘଟଣା ଅଞ୍ଚଳବାସୀଙ୍କୁ ସ୍ତବ୍ଧ କରିଦେଇଛି । ଆଜି ଏକା ସାଙ୍ଗରେ ଜଳିଲା ମାଆ ଓ ଝିଅଙ୍କ ଚିତା ।

ଜୀବନ ମାତ୍ରକେ ମୃତ୍ୟୁ ନିଶ୍ଚିତ ଏହା ସମସ୍ତେ ଜାଣନ୍ତି ମାତ୍ର ପରିବାରର ମୁଖ୍ୟଙ୍କ ମୃତ୍ୟୁ ପରେ ପୁରା ପରିବାର ଦୁଃଖର ସାଗରରେ ଭାସି ଯାଇ ଏପରି ସାମୂହିକ ଆତ୍ମହତ୍ୟା କରିବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିପକାଇଛି । ପୁରା ପରିବାର ସ୍ନେହ ଓ ପ୍ରେମ ବନ୍ଧନରେ ଏପରି ଭାବେ ବାନ୍ଧିହୋଇ ରହିଥିଲେ ଯେ ପରିବାରର ମୁଖ୍ୟ ଚାଲିଗଲା ପରେ ଆଉ କେହି ମଧ୍ୟ ବଞ୍ଚିବାକୁ ଇଚ୍ଛା କରିନଥିଲେ ଏବଂ ସାମୂହିକ ଆତ୍ମହତ୍ୟାର ବାଟ ବାଛିଦେଇଥିଲେ ।

ଏହା ବି ପଢନ୍ତୁ- ପୁଅର ମୃତ୍ୟୁ ଖବର ଶୁଣି ବାପାର ଉଡିଗଲା ପ୍ରାଣବାୟୁ, ଏକାଠି ଜଳିଲା ଜୁଇ

ଜିଲ୍ଲାର ସୋହେଲା ସ୍ଥିତ ମାଷ୍ଟରପଡାଠାରେ ଅର୍ଜୁନ ସାହୁଙ୍କ ପରିବାରରେ ପୁଅ ବଂଶୀଧର ସାହୁ, ଝିଅ ସୁବର୍ଣ ସାହୁ ଓ ସ୍ତ୍ରୀ କୁମୁଦିନୀ ସାହୁଙ୍କ ସହିତ ବେଶ ହସ ଖୁଶିରେ ରହିଆସୁଥିଲେ । ସୋହେଲାଠାରେ ଏକ କଂସାବାସନ ଦୋକାନ କରି ବ୍ୟବସାୟ କରି ବେଶ ଖୁସିରେ ଚାଲୁଥିଲେ ପୁରା ପରିବାର । ଝିଅ ସୁବର୍ଣ୍ଣର ବୟସ ହେବାପରେ ତାକୁ ଛତିଶଗଡ଼ରେ ନିଜ ବନ୍ଧୁ ବାନ୍ଧବଙ୍କ ଘରେ ବାହା ଦେଇଥିଲେ ବାପା ଅର୍ଜୁନ । ମାତ୍ର ଝିଅର ବୈବାହିକ ଜୀବନରେ ଦେଖାଦେଇଥିଲା ଝଡ଼ ଏବଂ ଶାଶୁଘରେ ଲାଗିରହିଥିଲା ଅସନ୍ତୋଷ । ତେବେ ଝିଅ ସୁବର୍ଣ୍ଣ ନିଜ ନବଜନ୍ମିତ କୁନି ଝିଅ ସହିତ ବାପ ଘରେ ଆସି ରହୁଥିଲେ । ବାପ ଘରେ ସୁବର୍ଣ୍ଣ ପୁରା ପରିବାର ସହିତ ବେଶ ଖୁଶିରେ ୪ବର୍ଷ ହେଲା ରହିଆସୁଥିଲେ ।

ହେଲେ ହଠାତ ଗତ ଅଗଷ୍ଟ 6 ତାରିଖରେ ବାପା ଅର୍ଜୁନ ସାହୁଙ୍କର ହୃଦଘାତରେ ମୃତ୍ୟୁ ହୋଇଯାଇଥିଲା । ବାପାଙ୍କ ମୃତ୍ୟୁରେ ପୁରା ପରିବାର ଶୋକରେ ବୁଡିଯାଇଥିଲେ ଏବଂ ପୁରା ପରିବାରକୁ ସ୍ନେହ ମମତାରେ ବାନ୍ଧି ରଖିଥିବା ବାପାଙ୍କୁ ହରାଇ ପୁରା ପରିବାର ହତାଶ ହୋଇପଡିଥିଲେ । ଆଖ ପାଖ ବନ୍ଧୁ ବାନ୍ଧବଙ୍କୁ ଆଉ କଣ ପାଇଁ ବଞ୍ଚିବୁ ଆମର ଆଉ ଆଖା ସାଖା ଆଉ କେହି ନାହାନ୍ତି ବୋଲି କହି କୀଟନାଶକ ଖାଇ ସମସ୍ତେ ମରିଯିବୁ ବୋଲି ମଧ୍ୟ କହିଥିଲେ । କୋହଭରା କଣ୍ଠରେ କହିଥିବା କଥା ସତ ହେବ ବୋଲି କେହି ଭାବିନଥିଲେ । ପୁରା ପରିବାର ଏପରି କାଣ୍ଡ ଘଟାଇଦେବେ ତାହା ସମସ୍ତଙ୍କ କଳ୍ପନା ବାହାରେ ଥିଲା ।

ଏହା ବି ପଢନ୍ତୁ- ସପ୍ତାହକରେ ଉଜୁଡ଼ିଗଲା ପରିବାର: ସ୍ବାମୀଙ୍କ ମୃତ୍ୟୁ ପରେ ଜୀବନ ହାରିଲେ ସ୍ତ୍ରୀ ଓ ଦୁଇ ପିଲା

ଗତକାଲି ସକାଳେ ପୁରା ପରିବାର ଘରର ଭିତରପଟୁ କବାଟ ଦେଇ ଘରେ ଥିବା ସୁବର୍ଣ୍ଣଙ୍କ ୩ ବର୍ଷର କୁନି ଝିଅକୁ ଘର ବାହାରେ ଛାଡିଦେଇ କୀଟନାଶକ ଖାଇ ସାମୂହିକ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ଦୀର୍ଘ ସମୟ ଧରି ଘର ବାହାରେ କୁନି ଝିଅଟି କାନ୍ଦୁଥିବା ଦେଖି ଆଖପାଖ ପଡୋଶୀ ଲୋକେ କିଛି ଅଘଟଣ ହୋଇଥିବା ନେଇ ସନ୍ଦେହ କରିଥିଲେ ଏବଂ ଘରର କବାଟ ଭାଙ୍ଗି ଭିତରକୁ ଯାଇ ଦେଖିବା ବେଳକୁ ପରିବାରର ସମସ୍ତେ ଛଟପଟ ହେଉଥିଲେ । ତେବେ ପଡୋଶୀ ସମସ୍ତଙ୍କୁ ଘରୁ ଉଦ୍ଧାର କରି ପ୍ରଥମେ ସୋହେଲା ଡାକ୍ତରଖାନାକୁ ନେଇଥିଲେ ଏବଂ ସେଠାରେ ସମସ୍ତଙ୍କ ଅବସ୍ଥା ଗୁରୁତର ହେବାରୁ ବରଗଡ ଓ ପରେ ବୁର୍ଲା ବଡ ମେଡିକାଲକୁ ନିଆଯାଇଥିଲା ।

ଏହା ବି ପଢନ୍ତୁ- ପୁରା ପରିବାର ନେଲା ଚରମ ନିଷ୍ପତ୍ତି: ଆଖି ବୁଜିଲେ 2 ଜଣ, ଜଣେ ଗୁରୁତର

ବୁର୍ଲାରେ ଚିକିତ୍ସିତ ଅବସ୍ଥାରେ ୨୭ ବର୍ଷର ପୁଅ ବଂଶୀଧର ସାହୁଙ୍କର ପ୍ରଥମେ ମୃତ୍ୟୁ ହୋଇଥିଲା ଏବଂ ପରେ ବିବାହିତା ୨୨ ବର୍ଷୀୟା ଝିଅ ସୁବର୍ଣଙ୍କର ମୃତ୍ୟୁ ହୋଇଥିଲା । ଆଜି ଚିକିତ୍ସାଧୀନ ଅବସ୍ଥାରେ ୫୫ ବର୍ଷୀୟ ସ୍ତ୍ରୀ କୁମୁଦିନୀ ସାହୁଙ୍କର ମୃତ୍ୟୁ ହୋଇଛି । ତେବେ ଗତକାଲି ରାତିରେ ପୁଅର ଅନ୍ତିମ ସତ୍କାର କରାଯାଇଥିବାବେଳେ ଆଜି ମାଆ ଓ ଝିଅର ମୃତଦେହ ହସ୍ପିଟାଲରୁ ସୋହେଲା ସ୍ଥିତ ତାଙ୍କ ବାସଭବନକୁ ଅଣାଯାଇଥିଲା। ଉଭୟ ମାଆ ଓ ଝିଅଙ୍କ ଅନ୍ତେଷ୍ଟି କ୍ରିୟା କରିଛନ୍ତି ବନ୍ଧୁବାନ୍ଧବ ଓ ଆତ୍ମୀୟ ସ୍ବଜନ । ପରିବାର ମଧ୍ୟରେ ସମ୍ପର୍କ କେତେ ଯେ ନିବିଢ ରହିଥିଲା ତାହା ଏହି ପରିବାରର ସାମୂହିକ ମୃତ୍ୟୁ ପରେ ଲୋକେ ହୃଦୟଙ୍ଗମ କରିପାରିଛନ୍ତି । ଅନ୍ୟପଟେ ଅନାଥ ହୋଇ ରହିଗଲା ମୃତ ସୁବର୍ଣ୍ଣଙ୍କର ୩ ବର୍ଷର କୁନି ଝିଅ । ପ୍ରେମ ଓ ସ୍ନେହ ବନ୍ଧନରେ ବନ୍ଧା ହୋଇଥିବା ପରିବାରଠାରୁ ସବୁଦିନ ପାଇଁ ଦୂରେଇ ଗଲା କୁନି ନିଷ୍ପାପ ଝିଅଟି ।

ଇଟିଭି ଭାରତ, ବରଗଡ଼

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.