ETV Bharat / state

ରାଜୁ ଘିବେଲା ହେଲେ ବିଜେଡି ରାଜ୍ୟ ସମ୍ପାଦକ, 9ରେ ମିଶିଲେ, 12ରେ ଦାୟିତ୍ୱ ନେଲେ

author img

By

Published : Nov 12, 2022, 11:05 PM IST

ଧାମନଗରରେ ଫେଲ ମାରିଥିବା ବିଜେଡି ଲାଗି ପଦ୍ମପୁରରେ ହେବ ଏସିଡ ଟେଷ୍ଟ । ଏନେଇ ଶକ୍ତି ଗୋଟାଉଛି ବିଜେଡି । ବିଜେପି ଛାଡ଼ି ଦଳରେ ସାମିଲ ହୋଇଥିବା ବିଜେପି ନେତା ରାଜୁ ଘିବେଲାଙ୍କୁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦେଇଛି ବିଜେଡି । ରାଜୁଙ୍କୁ ରାଜ୍ୟ ସମ୍ପାଦକ ଭାବେ ଦାଇତ୍ୱ ଦେଇଛି ଦଳ । ଅଧିକ ପଢନ୍ତୁ

ରାଜୁ ଘିବେଲା ହେଲେ ବିଜେଡି ରାଜ୍ୟ ସମ୍ପାଦକ,
ରାଜୁ ଘିବେଲା ହେଲେ ବିଜେଡି ରାଜ୍ୟ ସମ୍ପାଦକ,

ଭୁବନେଶ୍ବର: ଧାମନଗରରେ ଫେଲ ମାରିଥିବା ବିଜେଡି ଲାଗି ପଦ୍ମପୁରରେ ହେବ ଏସିଡ ଟେଷ୍ଟ । ଏନେଇ ଶକ୍ତି ଗୋଟାଉଛି ବିଜେଡି । ବିଜେପି ଛାଡ଼ି ଦଳରେ ସାମିଲ ହୋଇଥିବା ବିଜେପି ନେତା ରାଜୁ ଘିବେଲାଙ୍କୁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦେଇଛି ବିଜେଡି । ରାଜୁଙ୍କୁ ରାଜ୍ୟ ସମ୍ପାଦକ ଭାବେ ଦାୟିତ୍ୱ ଦେଇଛି ଦଳ ।

ରାଜୁ ଘିବେଲା ହେଲେ ବିଜେଡି ରାଜ୍ୟ ସମ୍ପାଦକ,
ରାଜୁ ଘିବେଲା ହେଲେ ବିଜେଡି ରାଜ୍ୟ ସମ୍ପାଦକ

ପଦ୍ମପୁର ଉପ ନିର୍ବାଚନ ପୂର୍ବରୁ ବରଗଡ଼ ରାଜନୀତି ହଲଚଲ । ଗତ 9 ତାରିଖରେ ବିଜେଡିରେ ସାମିଲ ହୋଇଥିବା ରାଜୁ ଘିବେଲାଙ୍କୁ ରାଜ୍ୟ ସମ୍ପାଦକ କରିଛି ବିଜେଡି । ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ତାଙ୍କୁ ସମ୍ପାଦକ ଦାୟିତ୍ୱ ଦେଇଥିବା ଦଳ ପକ୍ଷରୁ ସୂଚନା ଦିଆଯାଇଛି । ରାଜୁ ଦୃଢ଼ ସଙ୍ଗଠକ ହୋଇଥିବାବେଳେ ପଦ୍ମପୁର ଅଞ୍ଚଳରେ ତାଙ୍କ ଭଲ ଜନ ସମର୍ଥନ ରହିଛି ।

2019 ସାଧାରଣ ନିର୍ବାଚନରେ ରାଜୁ ସ୍ବାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ିଥିଲେ । ପରେ ବିଜେପରେ ସାମିଲ ହୋଇଥିଲେ । ତେବେ ଗତ 9 ତାରିଖରେ ମନ୍ତ୍ରୀ ଟୁକୁନି ସାହୁଙ୍କ ଉପସ୍ଥିତିରେ ବିଧିବଦ୍ଧ ଭାବରେ ବିଜେଡିରେ ଯୋଗ ଦେଇଥିଲେ ରାଜୁ । ଉପ ନିର୍ବାଚନ ପୂର୍ବରୁ ରାଜୁଙ୍କ ଯୋଗଦାନ ଓ ସଂଗଠନ ଦାୟିତ୍ୱ ଦଳକୁ ଅଧିକ ସୁଦୃଢ଼ କରିବ ବୋଲି ବିଜେଡି ଆଶା ରଖିଛି ।

ଇଟିଭି ଭାରତ, ଭୁବନଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.