ବରଗଡ଼: ଗ୍ରୀଷ୍ମ ଋତୁର ଆଗମନ ପୂର୍ବରୁ ବରଗଡକୁ ଭିଜେଇ ଦେଇଛି ଅଦିନିଆ ବର୍ଷା l ଗତ କାଲି ରାତିରୁ ବରଗଡରେ ଲଗାଣ ବର୍ଷା ଯୋଗୁଁ ଜନଜୀଵନ ଅସ୍ତବ୍ୟସ୍ତ ହୋଇପଡିଛି l ବର୍ଷା ଥମିବାର ନା ନେଉ ନଥିବା ବେଳେ ଆଜି ସହରର ସମସ୍ତ ଦୋକାନ ବଜାର ଏକ ପ୍ରକାର ବନ୍ଦ ହୋଇ ପଡ଼ିଛି |
ଘଡଘଡି ସହ ବର୍ଷା ଯୋଗୁଁ ଯାନବାହାନ ଚଳାଚଳ ମଧ୍ୟ କାଁଭାଁ ଦେଖାଯାଇଥିଲା ସହରରେ l ତେବେ ରବି ଋତୁର ଧାନ ଚାଷକୁ ବରଗଡରେ ସୁହାଇଲା ଭଳି ବର୍ଷା ହେଉଥିବା ବେଳେ ପନିପରିବା ଚାଷକୁ ଅଦିନିଆ ଚଡକ ପଡିଛି । ସେପଟେ ଜିଲ୍ଲାରେ ବହୁ ମଣ୍ଡୀ ମାନଙ୍କରେ ପଡିରହିଥିବା ଧାନ ସବୁ ବର୍ଷା ପାଣିରେ ଭିଜି ନଷ୍ଟ ହେବାର ଭୟ ଚାଷୀକୁ ଚିନ୍ତାରେ ପକାଇଦେଇଛି |
ବରଗଡ଼ରୁ ରାଜେଶ ସରାପ, ଇଟିଭି ଭାରତ